ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦ ଛାଡିଲେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ, କହିଲେ କାରଣ

Published By : Prameya-News7 Bureau | October 08, 2021 IST

ନୂଆଦିଲ୍ଲୀ ୦୮।୧୦: ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା(ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ନିଜ ପଦ ଛାଡିଛନ୍ତି। ନିଜର ତିନି ବର୍ଷର କାର୍ଯ୍ୟକାଳ ପୂରା ହେବା ପରେ ସେ ନିଜର ପଦ ତ୍ୟାଗ କରିଛନ୍ତି। ଶିକ୍ଷା କ୍ଷେତ୍ରକୁ ଫେରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସୁବ୍ରମଣ୍ୟମ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସୁବ୍ରମଣ୍ୟମଙ୍କ ପରେ ଏବେ ନୂତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା କିଏ ହେବ ସରକାର ଏହାର ସୂଚନା ଦେଇ ନାହାନ୍ତି। ଅନ୍ୟପଟେ ଆସନ୍ତା ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‌ ପ୍ରସ୍ତୁତି ହେବାକୁ ଯାଉଛି। ତେଣୁ ସରକାର ଶୀଘ୍ର ମୁଖ୍ୟ ଆର୍ଥିକ ପରାମର୍ଶଦାତା ନିଯୁକ୍ତିକୁ ନେଇ ନିଷ୍ପତ୍ତି ନେଇ ପାରନ୍ତି।

କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ନିଜ ବୟାନରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କରୋନା କାଳରେ ଦେଶର ଅର୍ଥନୀତି ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀଙ୍କ ଦୂରଦର୍ଶିତାକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ନିର୍ମଳା ସୀତାରମଣ କଠିନ ପରିସ୍ଥିତିରେ ମଧ୍ୟ ବହୁତ ସହଜରେ ସମସ୍ୟାର ସମାଧାନର ରାସ୍ତା ବାହାର କରି ଦିଅନ୍ତି। ତାଙ୍କର ସେନ୍ସ ଅଫ ହ୍ୟୁମର ବହୁତ ଭଲ ବୋଲି ସୁବ୍ରମଣ୍ୟମ କହିଛନ୍ତି।

wp:html /wp:html

ସୁବ୍ରମଣ୍ୟମ ଟ୍ଵିଟ୍ କରିଛନ୍ତି ଯେ, ମୁଁ ନିଜର ତିନି ବର୍ଷର କାର୍ଯ୍ୟକାଳ ପୂରା କରିବା ପରେ ଶିକ୍ଷା ଜଗତକୁ ଫେରିବାକୁ ନିଷ୍ପତ୍ତି ନେଇଛି। ଦେଶର ସେବା କରିବା ପାଇଁ ପରମ ସୌଭାଗ୍ୟ ମିଳିବା ସହ ମୋତେ ଅଦ୍ଭୁତ ପ୍ରୋତ୍ସାହନ ମିଳିଥିଲା। ପେଶାଦାର ଜୀବନର ପ୍ରାୟ ତିନି ଦଶନ୍ଧିରେ ମୋତେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଅଧିକ ପ୍ରେରଣାଦାୟୀ ନେତା ମିଳିନଥିଲେ ବୋଲି ସେ କହିଛନ୍ତି।

କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ଅରବିନ୍ଦ ସୁବ୍ରମଣ୍ୟମଙ୍କ ପଛ ଛାଡିବାର ପ୍ରାୟ ପାଞ୍ଚ ମାସ ପରେ ୨୦୧୮ ଡିସେମ୍ବର ୭ରେ ଏହି କାର୍ଯ୍ୟଭାର ସମ୍ଭାଳିଥିଲେ। ଅରବିନ୍ଦ ସୁବ୍ରମଣ୍ୟମ ନିଜ କାର୍ଯ୍ୟକାଳରେ  ବ୍ୟକ୍ତିଗତ କାରଣ ଦର୍ଶାଇ ପଦ ଛାଡି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.