Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଆଜି କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର, ବାହାରିପାରେ ନିଷ୍କର୍ସ, ଆନ୍ଦୋଳନରୁ ଓହରି ପାରନ୍ତି ଅନ୍ନଦାତା

1/12/2020 at 10:01 AM

ନୂଆଦିଲ୍ଲୀ, ୦୧/୧୨:    କୃଷି ଆଇନ ବିରୋଧରେ ଅନ୍ନଦାତାଙ୍କ ଆନ୍ଦୋଳନ ଜୋର୍ ଧରିବାରେ ଲାଗିଛି । କେନ୍ଦ୍ର ସରକାର ମଧ୍ୟ ଏହାକୁ କିପରି ପ୍ରଶମିତ କରିବେ ସେନେଇ କିଛି ଉପାୟ. ପାଉନାହାଁନ୍ତି । ଏହାମଧ୍ୟରେ ସରକାର ବିଭିନ୍ନ କୃଷକ ସଙ୍ଗଠନ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି । ମଙ୍ଗଳବାର ସରକାର ବିଭିନ୍ନ ସଙ୍ଗଠନକୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି ।

କରୋନା ସଙ୍କଟ ଓ ଶୀତକୁ ଦେଖି ସରକାର ମଙ୍ଗଳବାର କୃଷକଙ୍କ ସହ ଆଲୋଚନା କରିବେ । ପୂର୍ବରୁ ଡିସେମ୍ବର ୩ରେ କୃଷକଙ୍କ ସହ ଆଲୋଚନା ହେବା ନେଇ ସରକାର କହିଥିଲେ । ବୈଠକ ପରେ ଉଭୟ ପକ୍ଷ ମଧ୍ୟରେ କୌଣସି ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି । କୃଷକମାନେ ଗତ ୬ ଦିନ ହେଲା ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଛନ୍ତି । ଏହାସହ ଦାବି ପୂରଣ ନହେବା ଯାଏଁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ତେବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଅନ୍ନଦାତାଙ୍କ ସହ ବୈଠକ ପରେ ଧାରଣା ହଟିବ ବୋଲି ଆଶା କରିଛନ୍ତି ।

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାସହ ଦୁଇଟି ସର୍ତ୍ତ ରଖିଥିଲେ ମଧ୍ୟ । ଯାହାକୁ କୃଷକନେତାମାନେ ବିରୋଧ କରିବା ସହ ଆଲୋଚନା ପ୍ରସ୍ତାବକୁ ଖାରଜ କରିଥିଲେ । କୃଷକ ନେତା ବୁଟା ସିଂ ବୁର୍ଜଗିଲ୍ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କୁ ଫୋନ୍ କରିଥିଲେ । କୌଣସି ସର୍ତ୍ତ ନରଖି ସାକ୍ଷାତ ପାଇଁ କହିଥିଲେ । ଏହାସହ ଆନ୍ଦୋଳନ ହଟାଇବାକୁ ମଧ୍ୟ କହିଥିଲେ । ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ଏବେ ସରକାର ଲିଖିତ ଭାବେ ଆଲୋଚନା ପାଇଁ ଡାକିଛନ୍ତି ।

ସୂଚନାଯୋଗ୍ୟ, ନୂତନ କୃଷି ଆଇନ୍‌ ବିରୋଧରେ ରାଜଧାନୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ହେବାପରେ କେନ୍ଦ୍ର ସରକାର ସମାଧାନ ପାଇଁ ଅଣ୍ଟା ଭିଡିଥିଲେ । ବିଜେପି ସଭାପତି ଜେପି ନଡ୍ଡାଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଜେପି ସଭାପତିଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମିଲ।

ଏବେ ଆନ୍ଦୋଳନକାରୀ କୃଷକ ଦିଲ୍ଲୀ-ହରିୟାଣା ସୀମା ସିନ୍ଧୁ ବର୍ଡରରେ ଡେରା ପକାଇଛନ୍ତି। କିଛି ଚାଷୀ ଦିଲ୍ଲୀର ନିରଙ୍କାରୀ ପଡିଆରେ ଉପସ୍ଥିତ ଅଛନ୍ତି। ଶନିବାର କୃଷକ ସଂଘ ସିନ୍ଧୁ ବର୍ଡରରେ ହିଁ ଆନ୍ଦୋଳନ ଜାରି ରଖିଥିଲେ ଓ ବୁରାଡିର ନିରଙ୍କାରୀ  ପଡିଆକୁ ନଯିବାକୁ ନିଷ୍ପତ୍ତି ନେଇଥିଲେ ।

   Related Posts