ଆଜିଠୁ ପୁଣି ସୁନା ବିକିବେ ସରକାର, ବଜାର ଦରଠୁ ରିହାତିରେ ମିଳିବ

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୦୬।୦୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ସରକାର ଅନଲକ୍ ୨.୦ ଆରମ୍ଭ କରିଛନ୍ତି । ଜୁଲାଇ ୧ରୁ ଦେଶରେ ଅନଲକର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ସହ ଅନେକ କଟକଣାକୁ କୋହଳ କରାଯାଇଛି । ମାର୍ଚ୍ଚ ୨୫ରୁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭରେ ପହଁଚିଛି । ଯଦି ଆପଣମାନେ କମ୍‌ ଓ ଶସ୍ତା ରିଟର୍ଣ୍ଣ ପାଇଁ ସୁନାରେ ନିବେଶ କରିବାକୁ ଚାହୁଛନ୍ତି, ତେବେ ମୋଦୀ ସରକାର ୮ଜୁନ୍‌ରୁ ଏହି ସୁଯୋଗ ଗ୍ରାହକମାନଙ୍କ ପାଇଁ ଆରମ୍ଭ କରିଥିଲେ । । ସୋମବାରଠାରୁ ସୋବରନ୍ ଗୋଲ୍ଡ କିଣିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଛି । ୪,୮୫୨ଟଙ୍କା ପ୍ରତି ଗ୍ରାମର ରେଟ୍‌ ହିସାବରେ ମୋଦୀ ସରକାର ସୋବରନ ଗୋଲ୍ଡ ବଣ୍ଡର ଚତୁର୍ଥ କିସ୍ତି ଆରମ୍ଭ କରିବାକୁ ଯାଉଛନ୍ତି ।

ସୋବରନ ଗୋଲ୍ଡ ସ୍କିମ୍‌ କିଣିବା ପାଇଁ ନିୟମ-

ସୋବରନ ଗୋଲ୍ଡ ସ୍କିମ୍‌ରେ ନିବେଶ କରିବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ବିତ୍ତିୟ ବର୍ଷରେ ଅଧିକତମ ୫୦୦ଗ୍ରାମ ସୁନାର ବଣ୍ଡ କିଣିପାରିବେ । ନ୍ୟୁନତମ ନିବେଶ ଏକ ଗ୍ରାମ ହେବା ଜରୁରୀ । ଏହି ସ୍କିମ୍‌ରେ ନିବେଶ କରିବା ପରେ ଆପଣ ଟ୍ୟାକ୍ସରୁ ବଞ୍ଚିତ ହୋଇପାରିବେ । ବଣ୍ଡର ଟ୍ରଷ୍ଟି ବ୍ୟକ୍ତିମାନେ, HUF,ଟ୍ରଷ୍ଟ, ବିଶ୍ୱବିଦ୍ୟାଳୟ ଓ ଧର୍ମ ସଂସ୍ଥାକୁ ବିକ୍ରି ପାଇଁ ପ୍ରତିବନ୍ଧିତ ଲଗାଯିବ । ସେହିପରି ଗ୍ରାହକମାନେ ଅଧିକତମ ସୀମା ୪କିଲୋଗ୍ରାମ ପ୍ରତି ବ୍ୟକ୍ତି , HUF ପାଇଁ ୪କିଲୋଗ୍ରାମ ଓ ଟ୍ରଷ୍ଟ ପାଇଁ ୨୦ କିଲୋଗ୍ରାମ ଏବଂ ପ୍ରତି ବିତ୍ତିୟ ବର୍ଷ ସମାନ ରହିବ ।

ସେହିପରି ଅନ୍‌ଲାଇନ୍‌ କିଣିବା ପାଇଁ ଏହା ଉପରେ ୫୦ଟଙ୍କା ପ୍ରତି ଗ୍ରାମ ମାନେ ୫୦୦ ଟଙ୍କା ୧୦ଗ୍ରାମ ପିଛା ରିହାତି ମିଳିବ । ବ୍ୟାଙ୍କଗୁଡିକ (ଛୋଟ ଫାଇନାନ୍ସ ବ୍ୟାଙ୍କ ଏବଂ ପେମେଣ୍ଟ ବ୍ୟାଙ୍କକୁ ବାଦ ଦେଇ), ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (SHCIL), ନିଯୁକ୍ତ ଡାକଘର ଏବଂ ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ (NSE ଏବଂ BSE) ମାଧ୍ୟମରେ SGB ବିକ୍ରି ହେବ ।

ଏହା ମଧ୍ୟ ଜାଣିବା ଜରୁରୀ ଯେ ଏହି ବଣ୍ଡଗୁଡିକର ଅବଧି ୮ବର୍ଷ ଏବଂ ଅକାଳ ପ୍ରତ୍ୟାହାର କେବଳ ୫ ବର୍ଷ ପରେ କରାଯାଇପାରିବ । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନିବେଶକ ସୁନାର ମୂଲ୍ୟ ବୃଦ୍ଧି କରିବାର ଲାଭ ପାଇଥାଏ । ଏଥିସହ, ସେମାନେ ବିନିଯୋଗ ରାଶି ଉପରେ ୨.୫% ସୁନିଶ୍ଚିତ ସୁଧ ପାଇଥାନ୍ତି ।

ଚତୁର୍ଥ ସିରିଜ୍: ସଦସ୍ୟତା ଜୁଲାଇ ୬ ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ନିଆଯାଇପାରିବ । ଏହାର କିସ୍ତି ୧୪ ଜୁଲାଇରୁ ଜାରି କରାଯିବ ।

ପଞ୍ଚମ ସିରିଜ୍: ସଦସ୍ୟତା ଅଗଷ୍ଟ ୩ ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ନିଆଯାଇପାରିବ । ଏହାର କିସ୍ତି 11 ଅଗଷ୍ଟରେ ଜାରି କରାଯିବ ।

ଷଷ୍ଠ ସିରିଜ୍: ସଦସ୍ୟତା ୩୧ ଅଗଷ୍ଟରୁ ୪ ସେପ୍ଟେମ୍ବର ପର୍ଯ୍ୟନ୍ତ ନିଆଯାଇପାରିବ । ଏହାର କିସ୍ତି ୮ ସେପ୍ଟେମ୍ବରରେ ଜାରି କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.