ସରକାର ୧୬କୋଟି ଅତିରିକ୍ତ ପରିବାରକୁ ଶସ୍ତା ଦରରେ ଦେବ ଚିନି
4/06/2019 at 3:24 PM

ନୂଆଦିଲ୍ଲୀ ୪/୬: ସରକାର ସାର୍ବଜନୀକ ବିତରଣ ପ୍ରଣାଳୀ ଜରିଆରେ ଶସ୍ତା ଦରରେ ୧୬.୩କୋଟି ଅତିରିକ୍ତ ପରିବାରକୁ ଏକ କିଲୋ ଚିନି ଉପଲବ୍ଧ କରିବା ପାଇଁ ବିଚାର କରୁଛି। ଏହା ଦ୍ବାରା ସରକାରୀ ଖଜଣାରେ ୪,୭୨୭କୋଟି ଟଙ୍କାର ବୋଝ ପଡ଼ିବ। ଏହା ସହିତ ସରକାର ମୈାସୁମୀ ପୂର୍ବରୁ ଭଣ୍ଡାର ଘରକୁ କମ୍ କରିବା ଉଦ୍ଦେଶ୍ୟରେ ଅତିରିକ୍ତ ପରିବା ଉପଲବ୍ଧ କରିବା ପାଇଁ ବିଚାର କରୁଛି।
ସୂଚନା ଅନୁସାରେ ଗତ ସପ୍ତାହ ମନ୍ତ୍ରୀମଣ୍ଡଳର ପ୍ରଥମ ବୈଠକରେ ସବସିଡି ଦରରେ ଚିନି ଉପଲବ୍ଧ କରିବା ପାଇଁ ଖାଉଟି ମନ୍ତ୍ରାଳୟର ପ୍ରସ୍ତାବରେ ଚର୍ଚ୍ଚା କରାଯାଇଥିଲା। କିନ୍ତୁ ଏଥିରେ କୈାଣସି ନିର୍ଣ୍ଣୟ ନିଆଯାଇନଥିଲା। ବୈଠକରେ ମନ୍ତ୍ରୀମଣ୍ଡଳ ମନ୍ତ୍ରାଳୟକୁ ଏହି ପ୍ରସ୍ତାବରେ ପୁଣି ଥରେ କାମ କରିବାକୁ ତଥା ଅତିରିକ୍ତ ଚାଉଳ କିମ୍ବା ଗହମ ବିତରଣ ପ୍ରତି ବିଚାର କରିବାକୁ କହିଥିଲେ। ବର୍ତ୍ତମାନ ଅନ୍ତୋଦୟ ଅନ୍ନ ଯୋଜନା ଜରିଆରେ ୨.୫କୋଟି ପରିବାରକୁ ୧୩.୫ଟଙ୍କା କିଲୋ ପ୍ରତି ଚିନି ଦିଆଯାଉଛି। ଅତିରିକ୍ତ ୧୬.୨୯କୋଟି ଲାଭାର୍ଥୀ ପରିବାରକୁ ଏକ କିଲୋ ଚିନି ମିଳିବାରୁ ସରକାରୀ ଖଜଣାରେ ୪,୭୨୭କୋଟି ଟଙ୍କାର ବୋଝ ପଡ଼ିବ।