Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ୟୁପି ସରକାରର ବଡ଼ ଘୋଷଣା : ସ୍ବାମୀ ଦ୍ବାରା ନିର୍ଯ୍ୟାତିତ ହେଉଥିବା ମହିଳାଙ୍କୁ ଦିଆଯିବ ବାର୍ଷିକ ୬୦୦୦ଟଙ୍କାର ସହାୟତା

25/09/2019 at 3:34 PM

ଲକ୍ଷ୍ନୌ ୨୫/୯: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟର ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ସ୍ବାମୀଙ୍କ ଦ୍ବାରା ନିର୍ଯ୍ୟାତିତ ହେଉଥିବା ହିନ୍ଦୁ ଏବଂ ମୁସଲିମ୍ ମହିଳାଙ୍କୁ ବାର୍ଷିକ ୬୦୦୦ଟଙ୍କାର ସହାୟତା  ପ୍ରଦାନ କରିବ।

ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ତିନି ତଲାକରେ ପ୍ରଭାବିତ ହୋଇଥିବା ମହିଳାଙ୍କୁ  ସମ୍ବାଦ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି। ଏହା ସହିତ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ତିନି ତଲାକ ପୀଡ଼ିତା ଜାତୀୟ ମହିଳା ଖେଳାଳୀ ସୁମେଲା ଜାଭେଦଙ୍କୁ ଚାକିରୀ ଦେବାକୁ ଏବଂ ତାଙ୍କୁ ନିଜ କେସ୍ ଲଢ଼ିବା ପାଇଁ ନିଃଶୁଳ୍କ ସୁବିଧା ଦେବାର ଘୋଷଣା ମଧ୍ୟ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗୀ କହିଛନ୍ତି ଯେ କେବଳ ନରେନ୍ଦ୍ର ମୋଦି ହିଁ ଟ୍ରିପଲ୍ ତଲାକରୁ ମୁକ୍ତି କରୁଥିଲେ। ଏପରି କରି ସେ ନାରୀ ଶକ୍ତିକୁ ସମ୍ମାନ ଦେଇଛନ୍ତି। ଏଥିପାଇଁ ସେ ମୋଦିଙ୍କୁ ପ୍ରଶଂସା କରିଥିଲେ।

ଯୋଗୀ ଆହୁରି ମଧ୍ୟ କହିଛନ୍ତି ଯେ ବେଆଇନଭାବେ ଦ୍ବିତୀୟ ବିବାହ କରୁଥିବା ହିନ୍ଦୁ ପୁରୁଷଙ୍କୁ ମଧ୍ୟ ଦଣ୍ଡିତ କରାଯିବ। ସମ୍ପର୍କ ଭାଙ୍ଗିବା ସହଜ,କିନ୍ତୁ ଏହାକୁ ଯୋଡ଼ିବା ଅତ୍ୟନ୍ତ କଷ୍ଟ। ଏଥିପାଇଁ ଆମେ ସମ୍ପର୍କ ଯୋଡ଼ିବାକୁ ପ୍ରୟାସ କରିବୁ। ଗତ ବର୍ଷେ ମଧ୍ୟରେ ୨୭୩ଟି ଟ୍ରିପଲ ତଲାକ ଘଟଣା ସାମନାକୁ ଆସିଛି। ଉତ୍ତର ପ୍ରଦେଶ ସରକାର ଏହି ସମସ୍ତ ମାମଲା ରୁଜୁ କରିଛି।

ଯୋଗୀ କହିଛନ୍ତି ଯେ ଶିକ୍ଷିତ ମହିଳାଙ୍କ ରୋଜଗାର ବ୍ୟବସ୍ଥା ମଧ୍ୟ ସରକାର କରିବ।ଏହା ବ୍ୟତୀତ ବୀମା ସୁବିଧା ମଧ୍ୟ ଦିଆଯିବ।




   Related Posts