ନୂଆ ନିୟମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର- ଗାଁରେ କୋଠା କଲେ ନେବାକୁ ହେବ ମଞ୍ଜୁରୀ

Published By : Prameya-News7 Bureau | November 12, 2019 IST

ଭୁବନେଶ୍ୱର ୧୨।୧୧ - ଗାଁରେ କୋଠା କଲେ ନେବାକୁ ହେବ ମଞ୍ଜୁରୀ  । ଏଭଳି ନୂଆ ନିୟମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର । ୫ ଶହ ବର୍ଗ ମିଟର କିମ୍ବା ୩ ମହଲା କୋଠା କଲେ ସରକାରୀ ଅପ୍ରୁଭାଲ୍‌ ନେବାକୁ ପଡିବ । ଯାହାକୁ ନେଇ ବିରୋଧୀ କିନ୍ତୁ ନା ଖୁସ୍‌   

{"id":183048}

ଗାଁରେ ବି ୩ ମହଲା କୋଠାକଲେ ଏଣିକି ଦରକାର ଆପ୍ରୁଭାଲ । କେବଳ ସହର ତଳି ଅଞ୍ଚଳରେ ଥିବା ଗାଁ ନୁହେଁ, ସୂଦୁର ପୂରପଲ୍ଲିରେ ବି ଭଲ ଘରଖଣ୍ଡେ କଲେ ଜିଲ୍ଲା ଟାଉନ ପ୍ଲାନିଙ୍ଗ ଅଫିସରୁ ଆପ୍ରୁଭାଲ ଆଣିବାକୁ ପଡିବ । ଯେମିତି ସହରରେ ଘର କଲାବେଳେ ନେବାକୁ ହେଉଛି । ନହେଲେ ନିୟମ ଖିଲାପକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ ଯେମିତି ସହରରେ ହେଉଛି । ସହର ତଳି ଅଞ୍ଚଳରେ ଥିବା ଗାଁ ଓ ପଞ୍ଚାୟତମାନଙ୍କରେ ଏକର ଏକର ଜମିକିଣି ବିଲଡର ମାନେ ଯେଭଳି ଆପାର୍ଟମେଣ୍ଟ, ଗ୍ରୁପ ହାଉସିଂ ପ୍ରୋଜେକ୍ଟ, ସପିଙ୍ଗ ମଲ ଆଦି ଖୋଲିବାରେ ଲାଗିଛନ୍ତି ସେଥିରେ ଆଗକୁ ବହୁ ସମସ୍ୟା ହେବାକୁ ଯାଉଛି ବୋଲି ସରକାରଙ୍କ ମତ । ମନଇଛା ଏଭଳି ନିର୍ମାଣରେ ବ୍ରେକ ଦେବାକୁ ସରକାର ନୂଆ ନିୟମ ଆଣିଛନ୍ତି । ଏଥିପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି ।

{"id":183050}

ନୂଆ ନିୟମ ଅନୁସାରେ ଗାଁରେ ୫୦୦ ବର୍ଗ ମିଟରର କିମ୍ବା ୩ ମହଲା କୋଠା କଲେ ସରକାରୀ ଆପ୍ରୁଭାଲ ଦରକାର । ସହରକୁ ବାଦ୍ ଦେଲେ ଆଗରୁ ଗାଁରେ ବଡ ଘର କଲେ କୌଣସି ନିୟମ ଲାଗୁ ହେଉନଥିଲା । ଏଣିକି ଗାଁରେ ବଡ ଘର , ସପିଂ ମଲ ଆଦି ନିର୍ମାଣକଲେ ଏଥିପାଇଁ ବ୍ଲକ ଅଫିସରେ ଆବେଦନ କରିବାକୁ ପଡିବ । ବ୍ଲକରୁ ଆବେଦନ ଯିବ ଜିଲ୍ଲା ଟାଉନ ପ୍ଲାନିଂ ଅଫିସକୁ । ସେଠୁ ମଞ୍ଜୁର ହୋଇ ଆସିବା ପରେ ବ୍ଲକ ଅଫିସ ଆବେଦନକାରୀଙ୍କୁ ଘର, ଆପାର୍ଟମେଣ୍ଟ, ସପିଂ ମଲ ଆଦି ତିଆରି କରିବାକୁ ଅନୁମତି ଦେବ । ନିୟମ ଉଲ୍ଲଘନ କଲେ ଯେଉଁ ଫାଇନ ଆଦାୟ ହେବ ସେଥିରୁ ୫୦ ପ୍ରତିଶତ ସଂପୃକ୍ତ ପଞ୍ଚାୟତ ଫଣ୍ଡରେ ରହିବ । ଏଭଳି ଆଇନକୁ ନେଇ ବିରୋଧୀ ନାଖୁସ୍ ।

{"id":183051}

ଏହି ନୂଆ ନିୟମରେ ସରକାରଙ୍କୁ ତ ରାଜସ୍ବ ମିଳିଯିବ । କିନ୍ତୁ ଆଦାୟ ଅର୍ଥରେ ଆବଶ୍ୟକ ପ୍ଲାନିଙ୍ଗ ହୋଇ ଗ୍ରାମାଞ୍ଚଳ ବିକାଶରେ ଲାଗିବ କି ନାହିଁ ତାଉପରେ କିଛି ଗ୍ୟାରେଣ୍ଟି ନାହିଁ ।….

{"id":183052}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.