ବିବାହ କଲେ ସରକାର ଦେବେ ୪ ଲକ୍ଷ ଟଙ୍କା, କିନ୍ତୁ ମାନିବାକୁ ପଡିବ ଏହି ସର୍ତ୍ତ

Published By : Prameya-News7 Bureau | September 22, 2020 IST

ଟୋକିଓ, ୨୨ ।୦୯: ଏପରି ଏକ ଦେଶ ଅଛି ଯେଉଁଠାରେ ବିବାହ କଲେ ଆପଣଙ୍କୁ ସରକାର ୪ ଲକ୍ଷ ୨୦ ହଜାର ଟଙ୍କା ଦେବେ ।  ବୈବାହିକ ଜୀବନକୁ ସୂଚାର ରୂପେ ଆରମ୍ଭ କରିବା ପାଇଁ ସରକାର ଏହି ସହାୟତା ରାଶି ପ୍ରଦାନ କରିବେ । ଏହି ଦେଶର ସରକାର ନିକଟରେ ଏହି ନିଷ୍ପତ୍ତି ନେଇଥିଲେ । ଏପରିକି ବିବାହ ପାଇଁ ନୂଆ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ।

ଏହି ଦେଶ ହେଉଛି ଜାପାନ । ଏଠାକର ସରକାର ସେହି ଲୋକଙ୍କୁ ଟଙ୍କା ଦେବେ ଯେଉଁମାନେ ଅର୍ଥାଭାବ ତଥା ବିଭିନ୍ନ କାରଣ ପାଇଁ ବିବାହ କରିପାରୁ ନଥିବେ । ଯାହା ଚିନ୍ତାଜନକ । ତେଣୁ ନବ ଦମ୍ପତ୍ତିଙ୍କୁ ଜୀବନ ଆରମ୍ଭ କରିବା ପାଇଁ ୪ ଲକ୍ଷ ୨୦ ହଜାର ଟଙ୍କା ମିଳିବ । ଏଥିପାଇଁ ଜାପାନର ନବବିବାହିତ ସହାୟତା କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡିବ । ତେବେ ଏହି ଯୋଜନା ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ।

ସୂଚନାନୁସାରେ, ଜାପାନରେ ଲୋକମାନେ ବିଳମ୍ବରେ ବିବାହ କରିଥାନ୍ତି । ଏପରିକି ଆଉ କିଛି ଆଦୌ ବିବାହ କରିନଥାନ୍ତି । ତେଣୁ ଦେଶର ଜନ୍ମହାର ଉପରେ ଏହାର ପ୍ରଭାବ ପଡୁଛି ।ଏହାକୁ ସୁଧୁରିବା ପାଇଁ ସରକାର ଏହି ଯୋଜନା ଆଣିଛନ୍ତି । ଜାପାନ ସରକାରର ମନ୍ତ୍ରୀମଣ୍ଡଳ କାର୍ଯ୍ୟାଳୟର ସୂତ୍ରାନୁସାରେ, ସରକାର ଦେଶରେ ବିବାହ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛନ୍ତି । ତେଣୁ ଏହି ଯୋଜନା ଚାଲିବ । ଅଧିକରୁ ଅଧିକ ନବ ବିବାହିତଙ୍କୁ ଏହି ସୁବିଧା ମିଳିବ ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଉଭୟ ପତ୍ନୀ ଓ ପତିଙ୍କ ବୟସ ୪୦ରୁ କମ୍ ହୋଇଥିବା ଆବଶ୍ୟକ । ଏହାସହ ମୋଟ୍ ଆୟ ୩୮ ଲକ୍ଷ ଟଙ୍କାରୁ କମ୍ ଥିବା ଆବଶ୍ୟକ । ସେହିପରି ୩୫ ବର୍ଷୀୟ ଦମ୍ପତିଙ୍କ ପାଇଁ ନିୟମ ଅଲଗା ଅଟେ । ସେମାନଙ୍କ ଆୟ ୩୩ ଲକ୍ଷ ହେଲେ ସରକାର ୨.୧ ଲକ୍ଷ ଟଙ୍କା ଦେବେ ।

ସୂଚନାଯୋଗ୍ୟ, ଜାପାନରେ ଗତ ବର୍ଷ ଜଣେ ମହିଳାଙ୍କ ଦ୍ୱାରା ନିଜ ଜୀବନକାଳରେ ଜନ୍ମ ଦେଇଥିବା ଶିଶୁ ସଂଖ୍ୟା ୧.୩୬ ଥିଲା । ଯାହା ରେକର୍ଡ ଅନୁସାରେ କମ୍ ।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ପପୁଲେସନ ଆଣ୍ଡ ସୋସାଇଟିର ରିପୋର୍ଟ ଅନୁସାରେ, ୨୦୧୫ରେ ୧୯.୧ ପୁରୁଷ ଓ ୧୭.୮ ପ୍ରତିଶତ ମହିଳା ବିଭିନ୍ନ କାରଣରୁ ବିବାହ କରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.