ଏବେ ଶିଳ୍ପାନୁଷ୍ଠାନକୁ ମିଳିବ ଆର୍ଥିକ ସହାୟତା ! ପ୍ରସ୍ତୁତ ହେଉଛନ୍ତି ସରକାର

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ, ୦୩|୦୪:  କରୋନା ଭାଇରସ ପାଇଁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ଦ୍ୱିତୀୟ ସପ୍ତାହରେ ପହଁଚିଛି । ଏହା ମଧ୍ୟରେ ଅର୍ଥ ମନ୍ତ୍ରାଳୟ ଆଉ ଏକ ଆର୍ଥିକ ପ୍ୟାକେଜ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଚଳିତ ବର୍ଷ ଏହି ଆର୍ଥିକ ପ୍ୟାକେଜ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିଳ୍ପାନୁଷ୍ଠାନକୁ ପ୍ରଦାନ କରାଯିବ ।  ଏହା ପୂର୍ବରୁ ଘୋଷଣା ହୋଇଥିବା ୧.୭ ଲକ୍ଷ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରାଳୟ, ବୈଦେଶିକ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଆୟକର ବିଭାଗର ଅନେକ ବରିଷ୍ଠ ଅଧିକାରୀ ନୀତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ସହ ସାକ୍ଷାତ କରିଛନ୍ତି । ଏହାସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ସମସ୍ୟା ଦୂର କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି ।

{"id":248313,"width":751,"height":455,"sizeSlug":"large"}

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ର ସରକାର କରୋନା ଭାଇରସ ପ୍ରଭାବରୁ ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ । ଏହି ଲକଡାଉନ ପାଇଁ ଗରିବ, ଶ୍ରମିକ, ଦିନ ମଜୁରିଆ, କୃଷକ ଓ ବରିଷ୍ଠ ନାଗରିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ । ଏହାକୁ ନଜରରେ ରଖି ସରକାର ଏମାନଙ୍କ ପାଇଁ ୧.୭ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ।

ସରକାର ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କଲେ ଅଟୋମୋବାଇଲ, ଆଭିଏସନ, ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରୀ ଭଳି ସେକ୍ଟରକୁ ସହାୟତା ମିଳିବ । ଆଭିଏସନ ସେକ୍ଟର ପୂର୍ବରୁ ୧୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛି । ତେରେ ରେଷ୍ଟୁରାଣ୍ଟ ସେକ୍ଟର କର୍ମଚାରୀଙ୍କ ବେତନରେ ସହଯୋଗ କରିବା ପାଇଁ ଦାବି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.