ସରକାରୀ କର୍ମଚାରୀଙ୍କ ପାଇଁ ଉପହାର : ଗୃହ ନିର୍ମାଣ ଏବଂ ଖରିଦୀ ପାଇଁ ମିଳିବ ଶସ୍ତା ଋଣ

Published By : Prameya-News7 Bureau | September 15, 2019 IST

ନୂଆଦିଲ୍ଲୀ ୧୫/୯: ସରକାରୀ କର୍ମଚାରୀଙ୍କ ଘର ସ୍ବପ୍ନକୁ ପୂରଣ କରିବା ପାଇଁ ମୋଦି ସରକାର ବଡ଼ ଘୋଷଣା କରିଛନ୍ତି ଯାହାର ଫାଇଦା ହାଉସିଙ୍ଗ ସେକ୍ଟରକୁ ମିଳିବ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ଘର ନିର୍ମାଣ କରିବା ଏବଂ ଫ୍ଲାଟ୍ କିଣିବା ପାଇଁ ହାଉସ ବିଲଡିଙ୍ଗ ଆଡଭାନ୍ସ ନେଲେ ସୁଧ ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":157881}

ସରକାରୀ କର୍ମଚାରୀଙ୍କୁ ଘର ନିର୍ମାଣ କରିବା ଏବଂ କିଣିବାର ସୁଧ ଦରକୁ ୧୦ବର୍ଷର ଗଭର୍ଣ୍ଣମେଣ୍ଟ ସିକ୍ୟୁରିଟି ବଣ୍ଡରେ ମିଳୁଥିବା ସୁଧ ସହ ଲିଙ୍କ କରିବାକୁ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା ପରେ ସେହି ସରକାରୀ କର୍ମଚାରୀଙ୍କ ପାଇଁ ଆଡଭାନ୍ସ ଭାବେ କରଜ ନେବା ଶସ୍ତା ହୋଇଯାଇଛି। ସରକାରଙ୍କ ଆଶା ରହିଛି ଯେ ଏଥିରେ ହାଉସିଙ୍ଗ ସେକ୍ଟରକୁ ବୁଷ୍ଟ ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ୧.୯୫କୋଟି ଲୋକଙ୍କ ଫାଇଦା ହୋଇଛି।

{"id":157882}

ଏହି ହାଉସ୍ ବିଲଡିଙ୍ଗ୍ ଆଡଭାନ୍ସ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ନିଜ ଜମିରେ ଘର କଲେ କିମ୍ବା ଫ୍ଲାଟ୍ କିଣିଲେ ମିଳିଥାଏ। ସରକାରୀ କର୍ମଚାରୀ ହୋମ୍ ଲୋନ୍ ଶୋଧ କରିବା ପାଇଁ ମଧ୍ୟ ଏହି ହାଉସିଙ୍ଗ ବିଲଡିଙ୍ଗର ଆଡଭାନ୍ସ ନେଇ ପାରିବେ।

{"id":157883}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.