Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କରୋନା ପାଇଁ ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତାରେ ସରକାର, ଆଗାମୀ ୬ ମାସ ମଧ୍ୟରେ ନେବେ ୪.୮୮ ଲକ୍ଷ କୋଟିର ଋଣ

1/04/2020 at 5:49 PM

ନୂଆଦିଲ୍ଲୀ, ୦୧|୦୪:   କରୋନା ଭାଇରସ ପାଇଁ ଦେଶର ଅର୍ଥବ୍ୟବସ୍ଥା ମାନ୍ଦା ହେବାରେ ଲାଗିଛି । ଏହା ମଧ୍ୟରେ ଆସନ୍ତା ୬ ମାସରେ ସରକାର ୪.୮୮ ଲକ୍ଷ କୋଟି ଟଙ୍କା ଋଣ ନେବେ ବୋଲି ପ୍ରସ୍ତୁତ ହେଉଛନ୍ତି। ଏନେଇ ଆର୍ଥିକ ସଚିବ ଅତନୁ ଚକ୍ରବର୍ତୀ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ୨୦୨୦-୨୧ ପାଇଁ ବଜେଟରେ ବଜାରରୁ ୭.୮ କୋଟି ଉଦ୍ଧାର ନିଆଯିବ ବୋଲି ଅନୁମାନ ଲଗାଇଥିଲେ । ଅର୍ଥାତ ଏହାର ୬୦ ପ୍ରତିଶତ ପ୍ରଥମ ୬ ମାସ ମଧ୍ୟରେ ନିଆଯିବ । ଚଳିତ ଆର୍ଥିକ ବର୍ଷରେ ବଜାରରୁ ନିଆଯାଇଥିବା ରାଶିର ଏକ ବଡ ଅଂଶ ବ୍ୟୟରେ ଖର୍ଚ୍ଚ ହେବ ବୋଲି ସେ କହିଥିଲେ । ସରକାର ପୁଞ୍ଜି ଖର୍ଚ୍ଚରେ ୨୧ ପ୍ରତିଶତ ବୃଦ୍ଧିର ପ୍ରାବଧାନ କରିଥିଲେ ।

ସରକାର ରାଜକୋଷୀୟ କ୍ଷତିକୁ କମ କରିବା ପାଇଁ ବଜାରରୁ ଅର୍ଥ ଆଣିବେ । ଏଥିପାଇଁ ମିଆଦି ବଣ୍ଡ୍ ଓ ଟ୍ରେଜେରି ବିଲ୍ ଜାରି କରାଯାଏ । ଚଳିତ ଆର୍ଥିକ ବର୍ଷର ବଜେଟରେ ରାଜକାଷୀୟ କ୍ଷତି ୭.୯୬ ଲକ୍ଷ କୋଟି ରହିବ ବୋଲି ଅନୁମାନ କରାଯାଉଛି ।

   Related Posts