ବ୍ରହ୍ମପୁତ୍ର ନଦୀ ଭିତରେ ଚୀନଠୁ ବଡ ସୁଡଙ୍ଗ ତିଆରି କରିବେ କେନ୍ଦ୍ର ସରକାର, ଦେଶର ପ୍ରଥମ ଅଣ୍ଡର୍ ଓ୍ୱାଟର୍ ଟନେଲ୍

Published By : Prameya-News7 Bureau | July 14, 2020 IST

ନୂଆଦିଲ୍ଲୀ, ୧୪|୦୭:  ଗଲଓ୍ୱାନ ଘାଟିରେ ଦେଖାଦେଇଥିବା ଭାରତ ଓ ଚୀନ ମଧ୍ୟରେ ବିବାଦ ମଧ୍ୟ କେନ୍ଦ୍ର ସରକାର ଚୀନକୁ ଆଉ ଏକ ଚେକ୍ ଦେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଚୀନଠୁ ମଧ୍ୟ ବଡ ସୁଡଙ୍ଗ ତିଆରି କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି । ବ୍ରହ୍ମପୁତ୍ର ନଦୀ ତଳେ ଏନଏଚ-୫୪ ଏନଏଚ-୩୭କୁ ଯୋଡିବାକୁ ଏହି ଟନେଲ୍ ଅରୁଣାଞ୍ଚଳ ପ୍ରଦେଶକୁ ଯୋଗଯୋଗର ନୂଆ ବାଟ ଫିଟାଇବ ।

ଏହି ସୁଡଙ୍ଗ ୪ ଲେନ୍ ବିଶିଷ୍ଟ ହେବ । ଏହାମଧ୍ୟରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ଗତିରେ ଗାଡି ଚଳାଚଳ କରିବ । ଏହାଦ୍ୱାରା ଅରୁଣାଞ୍ଚଳ ପ୍ରଦେଶର ସୀମାଯାଏଁ ସୈନ୍ୟ ବାହିନୀ, ସୈନ୍ୟ ବାହାନ, ସାମରିକ ବସ୍ତୁ ଆଦି ପହଁଚାଯିବ ।

{"id":300125,"width":697,"height":464,"sizeSlug":"large"}

ନ୍ୟାଶନାଲ ହାଇଓ୍ୱେଜ୍ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ ଡେଭଲପମେଣ୍ଟ୍ କର୍ପୋରେସନ ଆମେରିକାର ଏକ କମ୍ପାନୀ ସହ ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ କରିଛନ୍ତି । ପ୍ରକଳ୍ପ ପୂରଣ ହେବା ପରେ ଏହା ପ୍ରଥମ ସୁଡଙ୍ଗ ହେବ ଯାହାକୁ ନଦୀ ଭିତରେ ତିଆରି କରାଯିବ ।

ସୁଡଙ୍ଗରେ ଯାତ୍ରୀଙ୍କ ପାଇଁ ଭେଣ୍ଟିଲେସନ୍ ସିଷ୍ଟମ, ଲାଇଟ୍, ଫାୟାର ଫାଇଟର୍ସ ଓ ଡ୍ରେନେଜ୍ ସୁବିଧା ରହିବ । ତେବେ ଏହି ପ୍ରକଳ୍ପ ବାବଦରେ ସରକାରୀ ଭାବେ କିଛି କୁହାଯାଇ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.