Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଘରୋଇ ହସ୍ପିଟାଲକୁ ସରକାରଙ୍କ ଚେତାବନୀ, ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ

18/07/2020 at 11:52 AM

ଭୁବନେଶ୍ୱର ୧୮।୦୭: ଘରୋଇ ହସ୍ପିଟାଲମାନଙ୍କୁ ରାଜ୍ୟ ସରକାରଙ୍କ ଚେତାବନୀ । ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନଷ୍ଠାନର ଚେତାବନୀ ଦିଆଯାଇଛି । ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକରିବା ଏକ ଅପରାଧ , ତେଣୁ ଯଦି ଏପରି କେହି କରେ । ତେବେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ମୁଖ୍ୟଶାସନ ସଚିବ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କିଛି ଘରୋଇ ହସପିଟାଲ ଚିକିତ୍ସା ସେବା ଯୋଗାଇ ନଦେବା ଅଭିଯୋଗ ହେବା ପରେ ମୁଖ୍ୟ ଶାସନ ସଚିବ ଏହାକୁ ଗୁରୁତର ସହ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି । ଯଦି ରାଜ୍ୟରେ ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କୌଣସି ହସ୍ପିଟାଲରେ ଆଡମିସନ୍ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ରୋଗୀଙ୍କୁ ମେଡିକାଲରେ ଆଡମିଶନ କରିବା  ବେଆଇନ ତେଣୁ ଏସବୁ କରୁଥିବା ହସ୍ପିଟାଲ ଏବଂ କ୍ଲିନିକ ଉପରେ ଆକ୍ସନ ନିଆଯିବ । ଏନେଇ ୧୦୦ ନମ୍ବରକୁ ଡାଏଲ କରି ଜଣାଇବାକୁ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

   Related Posts