ଲକଡାଉନ୍: ଦେଶକୁ ତିନୋଟି ଜୋନରେ ଭାଗ କରିବେ ସରକାର ! ଜାଣନ୍ତୁ କଣ ଏହି ଜୋନ୍ ଓ ଏହାର ପ୍ରଭାବ

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ, ୧୨|୦୪:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଲକଡାଉନ୍ ଅବଧି ବୃଦ୍ଧି କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଲକଡାଉନ୍ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ସମାପ୍ତ ହୋଇଥାନ୍ତା । କିନ୍ତୁ କରୋନା ଭାଇରସର ଭୟାବହତାକୁ ଦେଖି ଏହାକୁ ଆହୁରି ୨ ସପ୍ତାହ ବୃଦ୍ଧି କରିବା ଦିଗରେ ସରକାର ବିଚାର କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀମାନଙ୍କ ସହ ୪ ଘଣ୍ଟିଆ ଆଲୋଚନାରେ ଦେଶବାସୀ କିପରି ଜୀବନ ଓ ବାହାର ପରିବେଶ ସହ ସମନ୍ୱୟ ରକ୍ଷା କରୁଛନ୍ତି ତାହା ପ୍ରକାଶ କରିଥିଲେ ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ସରକାର ଲକଡାଉନକୁ ବୃଦ୍ଧି କରିବେ ପାଇଁ ଯୋଜନା କରୁଛନ୍ତି । ତେବେ ଅଧିକ ପ୍ରଭାବିତ ଥିବା ଜିଲ୍ଲା, ସହର କମ ପ୍ରଭାବିତ ଅଞ୍ଚଳର ଏହି ନିୟମ ଭିନ୍ନ ହୋଇପାରେ । ଅର୍ଥନୀତିକୁ ନଜରରେ ରଖି ଏପରି କିଛି ନିଷ୍ପତ୍ତି ନିଆଯାଇପାରେ । ଏହାସହ ଦେଶକୁ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନରେ ବିଭିକ୍ତ କରାଯିବ । ଆସନ୍ତୁ ଜାଣିବା କଣ ସବୁ ଏହି ଜୋନ୍ ଓ ଏଠାରେ କେଉଁ ନିୟମ ଲାଗୁ ହୁଏ ।

{"id":252853,"width":742,"height":495,"sizeSlug":"large"}

ରେଡ୍ ଜୋନ- ପିଟିଆଇ ଅନୁସାରେ, ରେଡ୍ ଜୋନରେ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଏଠାରେ ଲକଡାଉନକୁ କଡାକଡି ଭାବେ ପାଳନ କରାଯିବ । ସହରର ସମସ୍ତ ସୀମା ସିଲ କରାଯିବା ସହ କରୋନା ହଟସ୍ପଟକୁ ମଧ୍ୟ ପ୍ରଶାସନ ସିଲ୍ କରିବ ।

ଅରେଞ୍ଜ୍ ଜୋନ୍- ଅରେଞ୍ଜ ଜୋନରେ ଲୋକଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ପ୍ରଦାନ କରାଯିବ । ନିୟମକୁ ସାମାନ୍ୟ କୋହଳ କରାଯିବ । ଲୋକମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ବାହାରକୁ ଯାଇପାରିବେ । ତେବେ ପୂର୍ବରୁ ଅଧିକାଂଶ ସ୍ଥାନରେ ଅରେଞ୍ଜ ଜୋନର କମ ମାମଲା ରହିଛି ।

ଗ୍ରୀନ୍ ଜୋନ- ଏଠାରେ ଲୋକଙ୍କୁ ପାଇଁ ସମସ୍ତ ନିୟମ କୋହଳ କରାଯିବ । କିଛି ଛୋଟ ଓ କ୍ଷୁଦ୍ର ଶିଳ୍ପକୁ କାର୍ଯ୍ୟକ୍ଷମ କରାଯିବ । ଏହାସହ କର୍ମଚାରୀଙ୍କୁ ସାମାଜିକ ଦୂରତା ରକ୍ଷା କରି ଅଫିସ ଯିବା ପାଇଁ ଅନୁମତି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.