କରୋନା: ସମଗ୍ର ଦେଶରେ ୨୦ ଲକ୍ଷ ‘ସୁରକ୍ଷା ଷ୍ଟୋର’ କରିବେ ସରକାର ! ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ
12/04/2020 at 9:09 PM

ନୂଆଦିଲ୍ଲୀ ୧୨।୦୪: ଦେଶବ୍ୟାପୀ ଲକ୍ଡାଉନ୍ ମଧ୍ୟରେ ସମଗ୍ର ଦେଶରେ ୨୦ ଲକ୍ଷ ‘ସୁରକ୍ଷା ଷ୍ଟୋର’ କରିବାକୁ ଯୋଜନା କରିଛନ୍ତି। କରୋନା ଭାଇରସ୍ର ପ୍ରକୋପକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଲାଗୁ ହୋଇଛି। ଏହା ବଢିବାର ସମ୍ଭାବନା ଅଧିକ ରହିଛି।
ଏହାର ସୂଚନା ରଖୁଥିବା ସୂତ୍ର ମୁତାବକ, ସରକାରଙ୍କ ଯୋଜନା ମୋହଲ୍ଲା କିରାନା ଷ୍ଟୋର ଚିହ୍ନଟ କରି ଏହାକୁ ‘ସୁରକ୍ଷା ଷ୍ଟୋର’ରେ ପରିଣତ କରାଯିବ। ଏହି ଷ୍ଟୋର ଦୈନନ୍ଦିନ ବସ୍ତୁ ବା ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବେ। ଏହି ଦୋକାନଗୁଡିକରେ ସ୍ଵଚ୍ଛତା ଓ ସାମାଜିକ ଦୂରତ୍ଵ ବଜାୟ ରଖାଯିବ। ଏହି ଦୋକାନଗୁଡିକୁ କୀଟାଣୁମୁକ୍ତ ମଧ୍ୟ କରାଯିବ।
ଏହି ଯୋଜନା ଲାଗୁ କରିବା ପାଇଁ ସରକାର ଘରୋଇ କମ୍ପାନୀକୁ ସାମିଲ କରିବେ। ଏହି କମ୍ପାନୀ ସବୁ ପ୍ରକାରର ପ୍ରଟୋକଲର ଅନୁପାଳନ ସୁନିଶ୍ଚିତ କରିବେ। ଏହା ସହିତ ନିର୍ମାତାକାରୀ କମ୍ପାନୀ ଅତ୍ୟାବଶ୍ୟକ ବସ୍ତୁର ସାମଗ୍ରୀ ଖୁଚୁରା ଦୋକାନକୁ ପହଞ୍ଚାଇବାର ସୁନିଶ୍ଚିତ କରିବେ। ଉପଭୋକ୍ତା ମାମଲାର ସଚିବ ପଓ୍ଵନ କୁମାର ଅଗ୍ରଓ୍ଵାଲଙ୍କ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା ବଡ ବଡ କମ୍ପାନୀର ମୁଖ୍ୟ ବୈଠକ କରି ସାରିଛନ୍ତି।
ସରକାରଙ୍କ ଲକ୍ଷ୍ୟ ୪୫ ଦିନରେ ୨୦ ଲକ୍ଷ ଷ୍ଟୋର କରିବା ରହିଛି। ପ୍ରତ୍ୟେକ ଏଫଏମସିଜି କମ୍ପାନୀଙ୍କୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଗୋଟିଏ କିମ୍ବା ଦୁଇଟି ରାଜ୍ୟର ଦାୟିତ୍ଵ ଦିଆଯାଇପାରେ।