ଜୁଲାଇ ୧ତାରିଖରୁ ନୂଆ ସରକାରୀ ସ୍କିମରେ କରନ୍ତୁ ବିନିଯୋଗ : ଏଫଡିରୁ ଅଧିକ ସୁଧ

Published By : Prameya-News7 Bureau | June 29, 2020 IST

ନୂଆଦିଲ୍ଲୀ ୨୯/୬: ସରକାର ଜୁଲାଇ ୧ତାରିଖରୁ ନୂଆ ସ୍କିମ୍ ନେଇ ଆସୁଛି ଯାହାର ନାଁ ଟ୍ୟାକ୍ସେବଲ୍ ଫ୍ଲୋଟିଂ ରେଟ୍ ସେଭିଂସ୍ ବଣ୍ଡ। ଏହି ନୂଆ ସ୍କିମ୍ ୭.୭୫ପ୍ରତିଶତ ଥିବା  ୨୦୧୮ର ଟ୍ୟାକ୍ସେବଲ୍ ସେଭିଂସ ବଣ୍ଡସ ସ୍ଥାନରେ ଅଣା ଯାଉଛି। ସରକାର ଏଗୁଡ଼ିକ ୨୦୨୦ମସିହା ମେ ୨୮ପରଠୁ ବନ୍ଦ କରି ଦେଇଛି।

ଫ୍ଲୋଟିଂ ରେଟ୍ ସେଭିଂସ୍ ବଣ୍ଡ ନିବେଶକଙ୍କ ପାଇଁ ଏକ ସୁରକ୍ଷିତ ସାଧନ କୁହାଯାଉଛି। ଏହା ନିବେଶର ଏକ ସରକାରୀ ସୁରକ୍ଷିତ ସାଧନ। ଅର୍ଥ ମନ୍ତ୍ରଣାଳୟ ଫ୍ଲୋଟିଂ ରେଟ୍ ସେଭିଂସ୍ ବଣ୍ଡ ବିଷୟରେ ପୂରା ସୂଚନା ଦେଇ ଦେଇଛି। ଆସନ୍ତୁ ଜାଣିବା ଏହି ସ୍କିମରେ କାହିଁକି ବିନିଯୋଗ କରିବା ଉଚିତ୍?

ଅର୍ଥ ମନ୍ତ୍ରଣାଳୟର ବୟାନ ଅନୁସାରେ ଏହି ବଣ୍ଡ ୭ବର୍ଷର ହେବ ଏବଂ ଏଥିରେ ବର୍ଷକୁ ୨ଥର ଅର୍ଥାତ୍ ଜାନୁୟାରୀ ୧ ଏବଂ ଜୁଲାଇ ୧ତାରିଖରେ ସୁଧ ଦିଆଯିବ। ୨୦୨୧ ଜାନୁୟାରୀ ୧ରେ ଦିଆଯିବା ସୁଧ ୭.୧୫ପ୍ରତିଶତ ଦରରେ ହେବ ଏବଂ ଆଗାମୀ ୬ମାସ ପାଇଁ ୬-୬ମାସ ପରେ ସୁଧକୁ ବଦଳା ଯିବ।

ବଣ୍ଡରେ ଅତିକମରେ ୧୦୦୦ଟଙ୍କାର ରାଶି ବିନିଯୋଗ କରିପାରିବେ। ଏଥିରେ ଅଧିକତମ ନିବେଶର କୌଣସି ସୀମା ନାହିଁ। ସ୍କିମରେ ନିବେଶ ୧୦୦୦ଟଙ୍କାର ମଲଟିପ୍ଲାଇରେ ହେବ ଏବଂ କ୍ୟାଶରେ ଅଧିକତର ୨୦,୦୦୦ଟଙ୍କାର ବଣ୍ଡ କିଣା ଯାଇପାରିବ।

ନଗଦ ବ୍ୟତୀତ ଡ୍ରାଫ୍ଟ,ଚେକ୍ ଏବଂ ଇଲେକ୍ଟୋନିକ୍ ପେମେଣ୍ଟ ମୋଡରୁ ମଧ୍ୟ ବଣ୍ଡ କିଣା ଯାଇପାରିବ। ବଣ୍ଡକୁ କୌଣସି ବି ସରକାରୀ ବ୍ୟାଙ୍କ,ଆଇଡିବିଆଇ ବ୍ୟାଙ୍କ,ଏକ୍ସିସ ବ୍ୟାଙ୍କ,ଏଚଡିଏଫସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କରୁ କିଣାଯାଇପାରିବ।

ଅର୍ଥ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ସୂଚନା ଆଧାରରେ ଫ୍ଲୋଟିଂ ରେଟ୍ ସେଭିଂ ବଣ୍ଡରେ ଚକ୍ରବୃଦ୍ଧି ସୁଧ ଲାଗିବ। ୬ମାସ ପୂରା ହେବା ମାତ୍ରେ ରାଶି ବିନିଯୋଗ ଖାତାରେ ଜମା ହୋଇଯିବ। ବଣ୍ଡ ତ ୭ବର୍ଷରେ ମ୍ୟାଚୋର ହୋଇଯିବ କିନ୍ତୁ ବରିଷ୍ଠ ନାଗରିକଙ୍କ ପାଇଁ ମ୍ୟାଚୋରିଟି ପୂର୍ବରୁ ବିନିଯୋଗର ବିକଳ୍ପ ଉପଲବ୍ଧ ରହିଛି।

ଏହି ବଣ୍ଡ ଏଫଡିରୁ ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଲକଡାଉନ୍ ପରେ ବଡ଼ ବ୍ୟାଙ୍କରେ ଏଫଡିରେ ଲାଭ ଖୁବ୍ କମ୍ ହୋଇ ସାରିଛି। ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ ଏସବିଆଇ ଏହି ସମୟରେ ଦୁଇ କୋଟି ଟଙ୍କାରୁ କମର ୧/୨ବର୍ଷର ଏଫଡି ଉପରେ ସୁଧ ଦର ୫.୧୦ପ୍ରତିଶତ,୩ବର୍ଷର ଏଫଡିରେ ୫.୩୦ପ୍ରତିଶତ ଏବଂ ୫ରୁ ୧୦ବର୍ଷର ଏଫଡିରେ ବାର୍ଷିକ ସୁଧ ଦର ୫.୪୦ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.