ରାଜ୍ୟସଭାରେ ଉପସ୍ଥାପନ ହେବ ସାଧାରଣ ବର୍ଗଙ୍କ ପାଇଁ ଆଗତ ସଂରକ୍ଷଣ ବିଲ୍

Published By : Prameya-News7 Bureau | January 09, 2019 IST

ନୂଆଦିଲ୍ଲୀ ୯|୧: ଆଜି ରାଜ୍ୟସଭାରେ ଉପସ୍ଥାପନ ହେବ ସାଧାରଣ ବର୍ଗର ଗରିବଙ୍କ ଲାଗି ଆଗତ ସଂରକ୍ଷଣ ବିଲ୍ । ଗତକାଲି ଏହି ବିଲ୍ ଲୋକସଭାରେ ଆଗତ ହେବା ସହିତ ପାରିତ ମଧ୍ୟ ହୋଇଛି । ସରକାର ସମ୍ବିଧାନରେ ୧୨୪ତମ ସଂଶୋଧନ ବିଲ୍ ପାସ୍ କରିଛନ୍ତି। ଏହି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ପୁଙ୍ଖାନୁପୁଙ୍ଖ ଭାବରେ ଅଲୋଚନା ହେବା ପରେ ଭୋଟିଂ ହୋଇଥିଲା। ଭୋଟିଂରେ ମୋଟ ୩୨୬ ସାଂସଦ ଅଂଶଗ୍ରହଣ କରିଥିଲେ । ସମ୍ବିଧାନ ସଂଶୋଧନ ବିଧେୟକର ପକ୍ଷରେ ୩୨୩ ଭୋଟ୍ ପଡ଼ିଥିଲା । ମାତ୍ର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ। ଯାହାକୁ ଆଧାର କରି ବାଚସ୍ପତି ସୁମିତ୍ରା ମହାଜନ ଏହା ଲୋକସଭାରେ ଗୃହୀତ ହୋଇଥିବା ଘୋଷଣା କରିଥିଲେ  ଆଜି ରାଜ୍ୟସଭାରେ ଏହି ବିଲ୍ ଉପରେ ଆଲୋଚନା ହେବା ସହିତ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.