ଶୀଘ୍ର ସବୁ ସେକ୍ଟର ପାଇଁ ବଡ ରିଲିଫ୍ ପ୍ୟାକେଜ୍ ଘୋଷଣା କରିବେ ସରକାର, ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୦୭।୦୫: ମହାମାରୀ କରୋନା ଭାଇରସ୍‌ କାରଣରୁ ଦେଶ ଲକ୍‌ଡାଉନ୍‌ରେ ରହିଛି। ଦେଶର ଅର୍ଥବ୍ୟବସ୍ଥା ଶୋଚନୀୟ ହୋଇ ପଡିଛି। ସରକାର ଶୋଇ ପଡିଥିବା ଦେଶର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି। ସରକାର କେବଳ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପ୍ରତି ଧ୍ୟାନ ଦେଉ ନାହାନ୍ତି  ବରଂ ସମସ୍ତ କ୍ଷେତ୍ର ପାଇଁ ଏକ ବଡ ପ୍ୟାକେଜ୍ ଘୋଷଣା କରିବା ଉପରେ କାମ କରୁଛନ୍ତି। ସଡକ ପରିବହନ  ଓ ରାଜମାର୍ଗ ମନ୍ତ୍ରଣାଳୟର ସଚିବ ଗିରିଧର ଅରମାନେ ଗୁରୁବାର ଏହାର ସୂଚନା ଦେଇଛନ୍ତି। ଅରନାମେ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫେକଚର୍ସ ଇନଷ୍ଟିଚ୍ୟୁୟଟ୍‌ର ସଦସ୍ୟଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ସମୟରେ ଦେଶର ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ର ପାଇଁ ବ୍ୟାପକ୍ ପ୍ୟାକେଜ୍‌ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ବିଭିନ୍ନ ଉଦ୍ୟୋଗ ସଂଗଠନ ଓ ଏମଏସଏମଇ କ୍ଷେତ୍ର  ବିଶେଷଜ୍ଞମାନେ ପ୍ୟାକେଜ୍‌ ଦିଆଯାଉ ବୋଲି ଦାବି କରୁଛନ୍ତି। ଏମଏସଏମଇ କ୍ଷେତ୍ରର ଦେଶର ଅଭିବୃଦ୍ଧିରେ ୨୩ ପ୍ରତିଶତ ଏବଂ ରପ୍ତାନୀରେ ୪୮ ପ୍ରତିଶତ ଭାଗିଦାରୀ ରହିଥିଲା। ଏହି କ୍ଷେତ୍ର ରୋଜଗାର ଦେବାରେ ସବୁଠୁ ଆଗରେ ରହିଛି। ମାତ୍ର କରୋନା ଭାଇରସ୍‌ କାରଣରୁ ଏହି ସଂପ୍ରତି ଗମ୍ଭୀର ସ୍ଥିତି ଦେଇ ଗତି କରୁଛି। ଏହି ସେକ୍ଟରରେ ବଡ ଧରଣରେ କର୍ମଚାରୀଙ୍କ ଛଟେଇ ଆଶଙ୍କା ମଧ୍ୟ ରହିଛି।

ଭାରତ ନିଜର ରପ୍ତାନୀ ୧୯୦ ଅରବ ଡଲାର ପର୍ଯ୍ୟନ୍ତ ବଢାଇପାରେ

ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ୍‌ କାରଣରୁ ଚୀନରେ ପ୍ରସ୍ତୁତ ଉତ୍ପାଦନ ତୂଳନାରେ ଭାରତୀୟ ଉତ୍ପାଦନର  ସ୍ଥିତି ସଂପ୍ରତି ଭଲ ରହିଛି। ଏହାର ଫାଇଦା ଉଠାଇବା ଲାଗି ରପ୍ତାନୀକୁ ବୃଦ୍ଧି କରିବା ନିମନ୍ତେ ସରକାରଙ୍କୁ ଏମଏସଏମଇ ସେକ୍ଟରକୁ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ଏସବିଆଇ ଗୁରୁବାର ଜାରି କରିଥିବା ଇକୋରାପ୍‌ ରିପୋର୍ଟ ଅନୁଯାୟୀ ଯଦି ଭାରତ ନିଜର କ୍ଷମତା ଅନୁଯାୟୀ ନିର୍ମାଣ କରେ ଏବଂ ଚୀନଠୁ ଛାଡିବାକୁ ପ୍ରସ୍ତୁତ ହେଉଥିବା କମ୍ପାନୀ ଉପରେ କବଜା କରେ ତେବେ ସବୁଠୁ କମ ଅନୁକୂଳ ସ୍ଥିତିରେ  ଦେଶର ରପ୍ତାନୀ ୨୦ ଅରବ ଡଲାରରୁ ୧୯୩ ଅରବ ଡଲାର ପର୍ଯ୍ୟନ୍ତ ଉଲ୍ଲେଖନୀୟ ବୃଦ୍ଧି ହାସଲ କରାଯାଇ ପାରିବ।

ଉପଭୋକ୍ତା କ୍ଷେତ୍ରରେ ଏମଏସଏମଇର ବଡ ଯୋଗଦାନ

ଉପଭୋକ୍ତା ବସ୍ତୁ ମାମଲାରେ ଦେଶର ଏମଏସଏମଇ କ୍ଷେତ୍ରର ଯୋଗଦାନକୁ ଯଦି ଦେଖାଯାଏ ତେବେ ସବୁଠୁ ଅଧିକ ପୋଷାକ ଓ ବସ୍ତ୍ର କ୍ଷେତ୍ରରେ ୧୭.୩୦ ପ୍ରତିଶତ, ଖାଦ୍ୟ ଉତ୍ପାଦନରେ ୧୨.୩୦ ପ୍ରତିଶତ ଏବଂ ଫସଲ ଓ ବସ୍ତୁ ସମ୍ବନ୍ଧିତ ଉତ୍ପାଦନରେ ୧୦.୦ ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ ରହିଛି।

ସରକାର ଏହି କ୍ଷେତ୍ରରେ ସିଧା ସଳଖ ପ୍ରୋତ୍ସାହନ ଦେଇ ପାରନ୍ତି। ଯଦ୍ଵାରା ଖାଦ୍ୟ ଉତ୍ପାଦନର ବିନିର୍ମାଣରେ ନିୟୋଜିତ ଏମଏସଏମଇ କମ୍ପାନୀକୁ ମଧ୍ୟ ଫାଇଦା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.