Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କୃଷି ଆଇନ୍‌ ରଦ୍ଦ ନକରିବାର କାରଣ କୁହନ୍ତୁ ସରକାର: ଟିକାୟତ

31/01/2021 at 10:31 AM

ନୂଆଦିଲ୍ଲୀ, ୩୧/୧: ଭାରତୀୟ କିଶାନ ୟୁନିୟନର ନେତା ରାକେଶ ଟିକାୟତ ଗତକାଲି କୃଷି ଆଇନ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ସରକାର କୃଷି ଆଇନ୍‌କୁ ଫେରେଇ ନନେବାର କାରଣ କଣ କୃଷକ ମାନଙ୍କ ଆଗରେ କୁହନ୍ତୁ । ଆମେ ଏଥିପାଇଁ ଦୁନିଆ ସାମ୍ନାରେ ସରକାରଙ୍କ ମୁଣ୍ଡ ନଇଁବାକୁ ଦେବୁ ନାହିଁ ବୋଲି ପ୍ରତିଜ୍ଞା କରୁଛୁ ବୋଲି ସେ କହିଛନ୍ତି।  

ଦିଲ୍ଲୀରେ ଟ୍ରାକ୍ଟର ପ୍ୟାରେଡ୍‌ ସମୟରେ ହୋଇଥିବା ହିଂସା କାରଣରୁ କୃଷକ ଆନ୍ଦୋଳନ ଫିକା ପଡ଼ିଥିଲା । ଏବେ ଏହି ଆନ୍ଦୋଳନ ପୁଣିଥରେ ତେଜିବାରେ ଲାଗିଛି । କୃଷକ ନେତା ରାକେଶ ଟିକାୟତ ଆନ୍ଦୋଳନ ଜାରି ରଖିଛନ୍ତି । ସରକାରଙ୍କର କଣ ଏମିତି କାରଣ ରହିଛି ଯେ ସେ କୃଷି ଆଇନ୍‌ ପ୍ରତ୍ୟାହାର ନକରିବା ପାଇଁ ଅଡ଼ି ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ସରକାର ତାଙ୍କର ମତ କୃଷକଙ୍କୁ ନିଦ୍ୱନ୍ଦରେ ଜଣାଇ ପାରନ୍ତି । ଆମେ ପଞ୍ଚାୟତିରାଜ ଉପରେ ବିଶ୍ୱସ କରି ବଞ୍ଚୁଥିବା ଲୋକ । ଆମେ କେବେବି ସରକାରଙ୍କ ମୁଣ୍ଡ ଦୁନିଆ ସାମ୍ନାରେ ନଇଁବାକୁ ଦେବୁ ନାହିଁ । ସରକାରଙ୍କ ସହିତ ଆମର ବିଚାରଧାରାକୁ ନେଇ ଲଢ଼େଇ ଜାରି ରହିଛି । ଏହି ଲଢ଼େଇ ଲାଠି, ବନ୍ଧୁକ ବ୍ୟବହାର କରି ଲଢ଼ା ଯାଇ ପାରିବ ବା ଏହାଦ୍ୱାରା ପରିସ୍ଥିତିକୁ ଦବାଇ ଦିଆଯାଇ ପାରିବ । ହେଲେ କୃଷକମାନେ ଏହା କରିବେ ନାହିଁ । କୃଷକମାନେ ସେବେ ଘରକୁ ଫେରିବେ ଯେବେ ସରକାର ଏହି ଆଇନ୍‌କୁ ଉଠାଇନେବେ ବୋଲି ଟିକାୟତ କହିଛନ୍ତି ।

   Related Posts