BPCL ଘରୋଇକରଣରେ ଏବେ କଣ୍ଟା ପାଲଟିଛି ସବସିଡି ଯୁକ୍ତ LPG ,ଆଇନ ପରାମର୍ଶ କରୁଛନ୍ତି ସରକାର

Published By : Prameya-News7 Bureau | July 11, 2021 IST

ନୂଆଦିଲ୍ଲୀ ୧୧।୭ : ଭାରତ ପେଟ୍ରୋଲିୟମ କର୍ପୋରେସନ( ବିପିସିଏଲ)ର ଘରୋଇ କରଣରେ ଏବେ ଦୁଇ ଦଶକ ପୂର୍ବର ରୋଷେଇ ଗ୍ୟାସ୍‌ (ଏଲପିଜି) ଯୋଗାଣ ଆଦେଶ ଏପ୍ରାଚିର ହୋଇଛି। ଦେଶରେ ଉତ୍ପାଦିତ ଏଲପିଜି ସପ୍ଲାଇ କେବଳ ସରକାରଙ୍କ ମାଲିକାନାଧିନ ତୈଳ କମ୍ପାନୀଙ୍କ ମଧ୍ୟରେ ସୀମିତ ରଖିବା ଲାଗି ଏହି ଯୋଗାଣ ଆଦେଶ ଜାରି ହୋଇଥିଲା। ଏଣୁ ବିପିସିଏଲ ଘରୋଇକରଣ ପରେ ସବସିଡି ଯୁକ୍ତ ଏଲପିଜି ଯୋଗାଣ ପୂର୍ବବତ କରିପାରିବେ କି ନା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

{"id":479077,"sizeSlug":"large","linkDestination":"none"}

ଏଣୁ ସରକାରୀ ଏବେ ମାମଲାରେ ଆଇନଗତ ପରାମର୍ଶ ଲୋଡିଛନ୍ତି। ଏଥିରେ ଘରୋଇକରଣ ପରେ ତୈଳ କମ୍ପାନୀ ପୂର୍ବ ଭଳି ଓଏନଜିସି ଓ ଗେଲଙ୍କ ଭଳି କମ୍ପାନୀଙ୍କଠାରୁ ଏଲପିଜି ଆଣି ଉପଭୋକ୍ତାଙ୍କୁ ବିତରଣ କରିପାରିବେ କି ନା ସେ ନେଇ ସରକାର ପରାମର୍ଶ ଚାହିଁଛନ୍ତି। ବିପିସିଏଲର ଏବେ ସାରା ଦେଶରେ ୮.୪ କୋଟିରୁ ଅଧିକ ଏଲପିଜି ଗ୍ରାହକ ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ଉଜ୍ଜ୍ୱଳା ଯୋଜନା ଗ୍ରାହକଙ୍କ ସଂଖ୍ୟା ୨.୧ କୋଟି।

{"id":479078,"width":838,"height":471,"sizeSlug":"large","linkDestination":"none"}

ଏହା ଛଡା କମ୍ପାନୀର ତୈଳ ସୌଧନ ୟୁନିଟରୁ ପର୍ଯ୍ୟାପ୍ତ ଏଲପିଜି ଉତ୍ପାଦିତ ହୋଇପାରୁନି।  ଏଣୁ ଅନ୍ୟ ତୈଳ ବିପଣନକାରୀ କମ୍ପାନୀଙ୍କ ଭଳି ବିପିସିଏଲ ମଧ୍ୟ ସରକାରୀ ମାଲିକାନାଧିନ ଓଏନଜିସି ଓ ଗେଲ ଇଣ୍ଡିଆ ଲିଃଙ୍କ ସମେତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରୁ ଏଲପିଜି କ୍ରୟ କରୁଛି। ଏଥିରେ ସରକାରଙ୍କ ଏଲପିଜି (ଯୋଗାଣ ଓ ବିପଣନ ନିୟମ) ଆଦେଶ ୨୦୨୦, ଯାହାକୁ ଏଲପିଜି ନିୟନ୍ତ୍ରଣ ଆଦେଶ ୨୦୦୦ ଭାବେ ଜଣାଯାଏ ସେଥିରେ ଦେଶରେ ଉତ୍ପାଦିତ ଗ୍ୟାସ୍‌ ବିକ୍ରି କରିବାର ଅଧିକାର କେବଳ ସରକାରୀ ମାଲିକାନାଧୀନ ତୈଳ ବିତରଣକାରୀ କମ୍ପାନୀଙ୍କର ରହିଛି। 

{"id":479079,"width":837,"height":558,"sizeSlug":"large","linkDestination":"none"}

ସରକାରଙ୍କ ଏହି ଆଦେଶରେ ଗେଲ ଏବଂ ଓଏନଜିସି ଭଳି ସରକାରୀ ଉଦ୍ୟାଗଙ୍କ ଦ୍ୱାରା ଉତ୍ପାଦିତ ଗ୍ୟାସ  ଘରୋଇ କମ୍ପାନୀଙ୍କୁ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ଏଣୁ ଦେଶର ଘରୋଇ କ୍ଷେତ୍ରର କମ୍ପାନୀମାନେ ଏପର୍ଯ୍ୟନ୍ତ ଗ୍ୟାସ ଆବଶ୍ୟକତା ଆମଦାନୀରୁ ପୁରଣ କରୁଛନ୍ତି। ଏଣୁ ବିପିସିଏଲ ଯଦି ଘରୋଇ କ୍ଷେତ୍ରକୁ ବିକ୍ରି ହୋଇଯାଏ ଆଇନରେ ଥିବା ବ୍ୟବସ୍ଥା ପ୍ରକାରେ ଓଏନଜିସି ଓ ଗେଲ ଭଳି ସଂସ୍ଥାଙ୍କଠାରୁ ଏଲପିଜି ଉପଲବ୍ଧ କରିପାରିବନି। ଏଣୁ ଘରୋଇକରଣ ହେଲେ ବିପିସିଏଲଙ୍କ ଏଲପିଜି ଗ୍ରାହକଙ୍କର କ’ଣ ହେବ ଓ ସେମାନେ ସବସିଡି କିପରି ପାଇବେ ତାହା ଏବେ ଚିନ୍ତାର କାରଣ ପାଲଟିଛି। ଏହା ଛଡା ଏହାକୁ ଅଧିଗ୍ରହଣ କରିବାକୁ ଥିବା କମ୍ପାନୀ କେବଳ ତୈଳ ଅଧିଗ୍ରହଣ କରିବେ କାହିଁକି ତାହା ମଧ୍ୟ ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.