ଅତିଶୀଘ୍ର ଆଉ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିବେ ସରକାର, ଜାଣନ୍ତୁ କେଉଁମାନେ ପାଇବେ ଲାଭ ?

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ, ୦୯|୦୪:  କେନ୍ଦ୍ର ସରକାର ଅତିଶୀଘ୍ର ଆଉ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଯାଉଛନ୍ତି । ଏହି ପ୍ୟାକେଜ ପୂର୍ବରୁ ଘୋଷଣା କରିଥିବା ୧.୭୫ ଲକ୍ଷ କୋଟି ଭଳି ହେବ । ଶିଳ୍ପଜଗତ ପାଇଁ ଏହି ପ୍ୟାକେଜ ଉଦ୍ଦିଷ୍ଟ ହେବ । ଛୋଟ ବ୍ୟବସାୟୀ, ଉଦ୍ୟୋଗକୁ ଅର୍ଥ ପ୍ରଦାନ କରାଯିବ । ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି । ଗତ ମାସରେ କେନ୍ଦ୍ର ସରକାର କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ସାଧାରଣ ଜନତା, ଶ୍ରମିକ, ଗରିବଙ୍କ ପାଇଁ ପ୍ୟାକେଜ ଘୋଷଣା କରିଥିଲେ ।

ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ପୂର୍ବରୁ ବଜେଟରେ ଘୋଷଣା କରାଯାଇଥିଲା । ଯେଉଁଥିରେ ବର୍ତ୍ତମାନ ୭୦ ହଜାର କୋଟି ଟଙ୍କା ସାମିଲ କରାଯାଇଛି । ଅର୍ଥ ମନ୍ତ୍ରାଳୟ ଜିଡିପିକୁ ୦.୩ ପ୍ରତିଶତ ହ୍ରାସ କରି ରାଜକୋଷୀୟ ପ୍ରୋତ୍ସାହନର ଘୋଷଣା ୦.୩୫ ପ୍ରତିଶତ କରିବ । ରାଜକୋଷୀୟ କ୍ଷତିର ଚିନ୍ତା ଓ ମୁଦ୍ରାସ୍ପୀତି ଅଧିକ ରହିଛି । ଏହା ଉପରେ ନରେନ୍ଦ୍ର ମୋଦୀ ସରକାର ଧ୍ୟାନ ଦେଉଛନ୍ତି । କ୍ଷୁଦ୍ର ବ୍ୟବସାୟୀଙ୍କ ସମସ୍ତ ବକେୟା ଋଣରେ ବାର୍ଷିକ ୨ ପ୍ରତିଶତ ହ୍ରାସ କରାଗଲେ ଜିଡିପି ମାତ୍ରା ୦.୧ ପ୍ରତିଶତ ହ୍ରାସ ପାଇବ । ଏହାସହ ହୋମଲୋନ ପାଇଁ ମଧ୍ୟ ସୁଦ୍ଧ ହାର ବୃଦ୍ଧି କରାଯିବ ଆବଶ୍ୟକ । ଏନେଇ ଅତିଶୀଘ୍ର ସରକାର ଘୋଷଣା କରିବେ ବୋଲି ଆଶା କରାଯାଉଛି । ଜିଡିପିକୁ ୪.୮ ପ୍ରତିଶତ ମଧ୍ୟରେ ରଖିବା ପାଇଁ ସରକାର ପ୍ରୟାସ କରୁଛନ୍ତି ।

କିଛି ଷ୍ଟକ୍ ମାର୍କେଟ୍ ବିଶେଷଜ୍ଞ କହିଛନ୍ତି ଯେ, ଆରବିଆଇ ଜୁନରୁ ଅକ୍ଟୋବର ମଧ୍ୟରେ ସୁଧା ହାର ୦.୨୫ ପ୍ରତିଶତ ହ୍ରାସ କରିପାରେ । ପୂର୍ବମାସରେ ଏହାକୁ ୦.୭୫ ପ୍ରତିଶତ ହ୍ରାସ କରାଯାଇଥିଲା । ଫ ଳରେ ଜିଡିପି ଜୁନ ତ୍ରୟମାସରେ ୨.୫ ପ୍ରତିଶତକୁ ଖସିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.