'ଅର୍ଥବ୍ୟବସ୍ଥା ପାଇଁ ଦରକାର ୫ ଲକ୍ଷ କୋଟି ଟଙ୍କା, ଆରବିଆଇରୁ ଲୋନ ନିଅନ୍ତୁ ସରକାର': ପରାମର୍ଶ ଦେଲେ ପୂର୍ବତନ ଅର୍ଥ ସଚିବ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ, ୦୮|୦୪:  ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୭.୮ ଲକ୍ଷ କୋଟି ଟଙ୍କାର ଲୋନ ନେବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ମୋଦୀ ସରକାରର ପୂର୍ତତନ ଆର୍ଥିକ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଏହି ଲୋନ ରିଜର୍ଭ ବ୍ୟାଙ୍କରୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ଭାରତ ସରକାର ଏହି ଲୋନ ବଜାରରୁ ନେବା ବଦଳରେ ରିଜର୍ଭ ବ୍ୟାଙ୍କରୁ ନେବା ଆବଶ୍ୟକ । ଏଥିପାଇଁ ଏଫଆରବିଏନ ନିୟମରେ ସଂଶୋଧନ ଜରୁରୀ । ଏହାହ କରୋନା ଭାଇରସ ପାଇଁ ଆର୍ଥିକବସ୍ଥାରେ ମାନ୍ଦାବସ୍ଥା ବାବଦରେ ସେ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, ଏହି ପରିସ୍ଥିତିରେ ସରକାର ଜିଡିପି ଉତ୍ପାଦର ୨ରୁ ୨.୫ ପ୍ରତିଶତ ବା ୪-୫ ଲକ୍ଷ କୋଟି ଟଙ୍କାର ଲୋନ ନେବାକୁ ପଡିପାରେ । ସରକାର ଛୋଟ ବ୍ୟବସାୟୀମାନଙ୍କ ସାହାଯ୍ୟ କରିବା ଆବଶ୍ୟକ । ଯେଉଁଠାରେ କରୋନା ଭାଇରସ ମାମଲା ନାହିଁ ସେଠାରୁ ଲକଡାଉନ ହଟାଇବା ଜରୁରୀ । ସେଠାରେ ଖଣି, ଉଦ୍ୟୋଗ ଆଦି କାମ ଆରମ୍ଭ କରାଯିବା ଉଚିତ ।

ସେ ଆହୁରି କହିଛନ୍ତି ଯେ, ମୋଟ ଲୋନର ୬୦ ପ୍ରତିଶତରୁ ଅଧିକ ଅର୍ଥ ୪.୮୮ ଲକ୍ଷ କୋଟି ଆଗାମୀ ୬ ମାସ ମଧ୍ୟରେ ନେବାକୁ ସରକାର ଯୋଜନା କରିଛନ୍ତି । ସୂଚନାଯୋଗ୍ୟ, ସରକାର ରାଜକୋଷୀୟ କ୍ଷତିକୁ ଭରଣା କରିବା ପାଇଁ ଲୋନ ନେବାକୁ ଚାହୁଁଛନ୍ତି । ଏଥିପାଇଁ ଟ୍ରେଜେରୀ ବିଲ୍ ଜାରି କରାଯାଇ ଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.