Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଗରିବଙ୍କୁ ମାଗଣା ଖାଦ୍ୟ ଶସ୍ୟ ଓ ନଗଦ ଟଙ୍କା ଦିଅନ୍ତୁ ସରକାର-ଚିଦାମ୍ବରମ

19/04/2020 at 3:44 PM

ନୂଆଦିଲ୍ଲୀ, ୧୯|୦୪:  କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚାଦାମ୍ବରମ ରବିବାର କେନ୍ଦ୍ର ସରକାର ଗରିବଙ୍କୁ ନଗଦ ଟଙ୍କା ପ୍ରଦାନ ସହ ଖାଦ୍ୟ ଶସ୍ୟ ବାଣ୍ଟନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏପରିକି ସମ୍ବେଦନହୀନ ସରକାର ହିଁ କେବଳ ଚୁପ ବସିବ ବୋଲି ସେ କହିଛନ୍ତି । ଅଧିକାଂଶ ଗରିବଙ୍କ ପାଖରେ ନଗଦ ଟଙ୍କାର ଅଭାବ ରହିଛି । ସେମାନେ ମାଗଣା ଭୋଜନ ପାଇଁ ଅଧିକ ସମୟ ଧାଡି ହୋଇ ଛିଡା ହେଉଛନ୍ତି ବୋଲି ସେ କହିଛନ୍ତି ।

ଚିଦାମ୍ବରମ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କ ପାଖରେ କ୍ୟାସ ସଙ୍କଟ ରହିଛି । ଏହାର ଅନେକ ପ୍ରମାଣ ଅଛି । କେବଳ ସମ୍ବେଦନହୀନ ସରକାର ମୁକ ହୋଇ ରହିପାରିବ । କିଛି କରିବ ନାହିଁ । ସରକାର ସେମାନଙ୍କ ଭୋକ ଦୂର କରିବା ପାଇଁ କାହିଁକି କିଛି କରୁନାହାଁନ୍ତି ଓ ଗରିବ ପରିବାରକୁ କାହିଁକି ନଗଦ ରାଶି ପ୍ରଦାନ କରୁନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସରକାର ଏଫସିଆଇ ସହ ୭.୭ କୋଟି ମିଲିଅନ ଟନ୍ ଶସ୍ୟର ଏକ ଛୋଟ ଅଂଶ ଗରିବ ପରିବାରକୁ ପ୍ରଦାନ କରନ୍ତୁ । ଏହାକୁ ନେଇ ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହା ଆର୍ଥିକ ଓ ନୌତିକତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଟ୍ୱିଟରରେ କହିଛନ୍ତି । ଯେତେବେଳେ ଦେଶ ସଙ୍କଟ ଘେରରେ ରହିଛି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୌଣସି ଉତ୍ତର ଦେଉନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସେହି ଗରିବଙ୍କୁ ଟଙ୍କା ପ୍ରଦାନ କରିବାକୁ କହିଛନ୍ତି ଯେଉଁମାନେ ଲକଡାଉନ ପାଇଁ ଜୀବିକା ନିର୍ବାହ କରିପାରୁ ନାହଁନ୍ତି । ଦେଶର ବିଭିନ୍ନ ରାଜ୍ୟର ସୀମାରେ ଅନେକ ଶ୍ରମି ଫସି ରହିଛନ୍ତି । ଫଳରେ କିଛି ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଛି ।

   Related Posts