Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||

କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ, ଏହି ସବୁ ରାଜ୍ୟକୁ ପଠାଇଲେ ସ୍ବତନ୍ତ୍ର ଟିମ୍‌

22/11/2020 at 6:41 PM

ନୂଆଦିଲ୍ଲୀ ୨୨/୧୧: ପୁଣି ଦେଶରେ କରୋନା ଗ୍ରାଫ୍‌ ଉପରମୁହାଁ ହେଉଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିକୁ ସାମ୍ନା କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଦେଶର ୪ ରାଜ୍ୟକୁ ସ୍ବତନ୍ତ୍ର ଟିମ୍‌ ପଠାଯାଇଥିବା ଜଣାପଡ଼ିଛି। କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏହି ସବୁ ବିଶେଷ ଟିମ୍‌ ପଦକ୍ଷେପ ନେବେ।

କେନ୍ଦ୍ର ସରକାର ପଞ୍ଜାବ, ଛତିଶଗଡ଼, ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶରେ କରୋନା ସହ ମୁକାବିଲା କରିବାକୁ ସ୍ବତନ୍ତ୍ର ଟିମ୍‌ ପଠାଇଛନ୍ତି। ତେବେ ଏହି ଟିମ୍‌ ରାଜ୍ୟ ସରକାରଙ୍କ ସହ ମିଶି କରୋନା ମହାମାରୀ ସହ ଲଢ଼େଇ କରିବା ଦିଗରେ କାର୍ଯ୍ୟ କରିବେ। ଏହା ପୂର୍ବରୁ ସ୍ବତନ୍ତ୍ର ଟିମ୍‌କୁ ହରିୟାଣା, ରାଜସ୍ଥାନ, ଗୁଜୁରାଟ  ଓ ମଣିପୁର ପଠାଯାଇଥିଲା।

ଜେଲ୍‌​‌ରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାକୁ ଯାଇ ସ୍ଥିତି ମଧ୍ୟ ସମୀକ୍ଷା କରିବେ ଏହି ବିଶେଷ ଦଳ। ରାଜ୍ୟ ସରକାରଙ୍କ ସହ ମିଶି ରାଜ୍ୟର ସ୍ଥିତି ପରଖିବା ପାଖରୁ ଟେଷ୍ଟିଂ ଓ ନିୟନ୍ତ୍ରଣ ଉପାୟ ଖୋଜିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିବ ଟିମ୍‌। ଦେଶରେ କରୋନା ମହାମାରୀ ରୋକିବା ଦିଗରେ ମଧ୍ୟ କେନ୍ଦ୍ରକୁ ନିଜର ପରାମର୍ଶ ଦେବ ଟିମ୍‌।

ଏହାରି ଭିତରେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍‌ କହିଛନ୍ତି, ‘କରୋନା ମହାମାରୀ ରୋକିବା ପାଇଁ ଦୁଇଟି ରାସ୍ତା ରହିଛି। ଗୋଟିଏ ଲକ୍‌ଡାଉନ୍‌ ଓ ଅନ୍ୟଟି ନିୟମ କଡ଼ାକଡ଼ି। ତେଣୁ ସବୁ କ୍ଷେତ୍ରର ପୋଲିସ ଅଧିକାରୀଙ୍କୁ କହିଛି କରୋନା ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଚାଲାଣ କାଟ।’

   Related Posts