ଅଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଟଙ୍କା ଫେରାଇବାକୁ ସରକାରଙ୍କ ନୋଟିସ

Published By : Prameya-News7 Bureau | August 06, 2019 IST

ଭୁବନେଶ୍ବର ୬/୮: କାଳିଆ ଟଙ୍କା ଫେରାଅ । ଅବଶ୍ୟ ସବୁ ହିତାଧିକାରୀ ନୁହଁନ୍ତି ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯାଇଛି ସେମାନେ ତୁରନ୍ତ ଟଙ୍କା ଫେରାଇବାକୁ ସରକାର ନୋଟିସ ଜାରି କରିଛନ୍ତି । କାଳିଆ ଟଙ୍କା ପାଇଥିବା ରାଜ୍ୟର ସମସ୍ତ ୫୧ ଲକ୍ଷ ହିତାଧିକାରୀଙ୍କ ନାଁ କୁ ମଧ୍ୟ ସାର୍ବଜନିନ କରିଛନ୍ତି ସରକାର । ଏହିତାଲିକା ଅନୁସାରେ ଯେଉଁ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଛନ୍ତି  ସେମାନେ ଆଜିଠୁ ୧୪ ତାରିଖ ଭିତରେ ଟଙ୍କା ଫେରାଇବାକୁ ସରକାର ନିର୍ଦେଶ ନାମା ଜାରିକରିଛନ୍ତି । କୃଷି ସଚିବ କହିଛନ୍ତି ଅଯୋଗ୍ୟ ହିତାଧିକାରୀମାନେ ନିଜଆଡୁ ଦରଖାସ୍ତ ଦେଇ ତାଲିକାରୁ ନିଜନାଁକୁ କାଟି ଟଙ୍କା ଫେରାନ୍ତୁ । ନହେଲେ ସରକାର ବିଭିନ୍ନ ସୋର୍ସରୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଯାଞ୍ଚକରି ତାକୁ ତାଲିକାରୁ ବାଦ୍ ଦେବେ । ଏହାବାଦ୍ ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ସ୍ଥାନ ପାଇନି ସେମାନଙ୍କ ନାଁ ତାଲିକା ଭୁକ୍ତ କରିବାକୁ ସରକାର ପ୍ରୟାସ କରୁଛନ୍ତି ।

{"id":141621}

ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ପ୍ରତିବର୍ଷ ୧୦ ହଜାର ଟଙ୍କା ଲେ୍ଖାଁଏ ସହାୟତା ଦେବାକୁ ଘୋଷଣା କରିଥିଲେ ସରକାର । ସେତେବେଳେ କାଳିଆ ଟଙ୍କା ଦଳୀୟ ଭିତ୍ତିରେ ବଣ୍ଟା ଯାଉଛି ବୋଲି ବିରୋଧି ଅଭିଯୋଗ ଆଣିଥିଲେ । ଏହାସହିତ ଏହି ଯୋଜନାରେ ବଡ ଘୋଟାଲା ହୋଇଥିବା ଉଦାହରଣ ସାମ୍ନାକୁ ଆଣିଥିଲେ । ଯେଉଁ କାଳିଆ ନିର୍ବାଚନ ପାର୍‌ କଲା ଏବେ  ନିର୍ବାଚନ ପରେ ପୁଣି କାହିଁକି ସରକାର ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ? ତାହା ହିଁ ପ୍ରଶ୍ନବାଚୀ ହୋଇଛି।

{"id":141622}

ସରକାର କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ ତାହା ତଦାରଖ ନକରି କାହିଁକି ସେମାନଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଉଥିଲେ । ୨ -  ଯେଉଁମାନେ ଅଯୋଗ୍ୟ ହିତାଧିକାରୀ କିନ୍ତୁ ଟଙ୍କା ହାତେଇଛନ୍ତି ସେମାନଙ୍କ ତାଲିକା ସରକାର ନିଜଆଡୁ ପ୍ରକାଶ କରୁନାହାନ୍ତି କାହିଁକି। ୩-  ଯେଉଁଭଳି  ରେସନ କାର୍ଡକୁ ନେଇ ସ୍ଥିତି ଉପୁଜିଥିଲା ଏବେ ସେମିତି ସ୍ଥିତି ଉପୁଜିବନି ତ?  ପୁରା ତଥ୍ୟ ଯାଞ୍ଚ ନକରି କାହିଁକି ସରକାର ତରବରିଆ ଭାବେ କାଳିଆଟଙ୍କା ବାଣ୍ଟିଥିଲେ ବୋଲି ସିଧା ଅଭିଯୋଗ ବାଢିଛନ୍ତି ବିରୋଧୀ । ବିଜେଡି କହିଛି କାଳିଆ ଯୋଜନା ସହ ନିର୍ବାଚନର କିଛି ଲିଙ୍କ ନାହିଁ ।

{"id":141623}

ସରକାର ୭୫ ଲକ୍ଷ  ଲୋକଙ୍କୁ କାଳିଆ ଯୋଜନାରେ ସାମିଲ କରିବାକୁ ଘୋଷଣା କରିଛନ୍ତି । ଏବେ ସୁଦ୍ଧା ୫୧ ଲକ୍ଷ ଲୋକ ଏହି ଯୋଜନାରେ ଟଙ୍କା ପାଇସାରିଛନ୍ତି । ବାକି ହିତାଧିକାରୀଙ୍କୁ ସରକାର କେବେ ଟଙ୍କା ଦେବେ ଏବଂ ଟଙ୍କା ପାଇଥିବା ହିତାଧିକାରୀଙ୍କ  ଭିତରୁ କେତେ ଅଯୋଗ୍ୟ ବାଦ୍ ପଡିବେ ତାହା ଏବେ ବି ଅସ୍ଫଷ୍ଟ ଅଛି ।

{"id":141624}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.