ଦୂର ହେବ ରୋଜଗାର ଚିନ୍ତା ! ସହରାଞ୍ଚଳ ପାଇଁ MNREGA ପରି ଯୋଜନା ଆଣିପାରନ୍ତି ମୋଦୀ ସରକାର

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ, ଡିଜେଲ, ଏଲପିଜି ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି କେବଳ ଚିନ୍ତାର ବିଷୟ ନାହିଁ । ବରଂ ରୋଜଗାର ମଧ୍ୟ ଏକ ବଡ଼ ସମସ୍ୟା। କେନ୍ଦ୍ର ଏବଂ ରାଜ୍ୟ ସରକାର ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ଦେବା ପାଇଁ ସବୁ ସମ୍ଭବ ପ୍ରୟାସ କରୁଛନ୍ତି। ଲୋକେ ଯେପରି ଆର୍ଥିକ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବହୁ ପଦକ୍ଷେପ ନେଉଛନ୍ତି।

ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରମର୍ଶଦାତା କମିଟି ଏକ ନୂଆ ଯୋଜନା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛି। ସହରରେ ବେରୋଜଗାରଙ୍କ ପାଇଁ ରୋଜଗାର ଗ୍ୟାରେଣ୍ଟ ଯୋଜନା (Employment Guarantee Scheme For Urban Unemployed) ଲାଗୁ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ କମିଟି ଭାରତରେ ଲୋକଙ୍କ ରୋଜଗାରରେ ଅସମାନତାକୁ କମ କରିବା ପାଇଁ ଏକ ୟୁନିର୍ଭସଲ ବେସିକ୍ ଇନକମ (UBI) ଆଣିବା ପାଇଁ ମଧ୍ୟ ପାରମର୍ଶ ଦେଇଥିଲା। ଏହାସହ ସାମାଜିକ କ୍ଷେତ୍ର ପାଇଁ ଅଧିକ ରାଶି ଆବଣ୍ଟନ କରିବା ପାଇଁ ସୁପାରିସ କରିଛି।

ଇଏସି-ପିଏମର ରିପୋର୍ଟ ଭାରତରେ ଅସାମନତା ସ୍ଥିତିକୁ ପ୍ରତିସ୍ପର୍ଦ୍ଧା ସଂସ୍ଥାନ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ,ଏହାକୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ଜାରି କରିଛନ୍ତି। ରିପୋର୍ଟରେ କୁହାଯାଇଛି, ଗ୍ରାମୀଣ ଏବଂ ସହରାଞ୍ଚଳରେ ଶ୍ରମବଳର ଭାଗିଦାରୀ ହାର ମଧ୍ୟର ବ୍ୟବଧାନକୁ ନଜରରେ ରଖି ମନରେଗା ପରି ଯୋଜନା ସହରରେ ଲାଗୁ କରାଯିବା ଦରକାର। ଏହାଦ୍ୱାରା ଅଧିକରୁ ଅଧିକ ଲୋକଙ୍କୁ ପୁଣି ଥରେ ରୋଜଗାର ଦିଆଯାଇ ପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.