ସରକାରୀ ଯୋଜନା କାହାପାଇଁ

Published By : Prameya-News7 Bureau | July 27, 2018 IST

ଗରିବ ଅସହାୟଙ୍କ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । ହେଲେ ମୟୂରଭଞ୍ଜ ଖୁଣ୍ଟା ବ୍ଲକରେ ଏମିତି କିଛି ପରିବାର ଅଛନ୍ତି ଯେଉଁମାନେ ଆଜି ବି ଦିଓଳି ଦିମୁଠା ଖାଇବାକୁ ପାଉନାହାନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ବି ନାହିଁ । ମୌଳିକ ଅଧିକାରରୁ ବଞ୍ଚିତ ଏମାନଙ୍କ ପାଇଁ ସରକାରୀ ଯୋଜନା ସାତସପନ । ଦେଖନ୍ତୁ ଏହି ରିପୋର୍ଟଖାଦ୍ୟ, ବାସ ଓ ବସ୍ତ୍ର ମଣିଷର ମୌଳିକ ଅଧିକାର । ଏଥିପାଇଁ ବିଭିନ୍ନ ଯୋଜନା ମଧ୍ୟ କରିଛନ୍ତି ସରକାର । କିନ୍ତୁ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକରେ ଆଜି ବି ଏମିତି କିଛି ଗରିବ ଅସହାୟ ପରିବାର ଅଛନ୍ତି ଯେଉଁମାନେ ଯନ୍ତ୍ରଣାମୟ ଜୀବନ ଭୋଗୁଛନ୍ତି । ଏ ହେଉଛନ୍ତି ଖୁଣ୍ଟା ବ୍ଲକ ପୁରୁଣା ପାଣି ଗାଁର ପାଣୁ ନାୟକ ଏବଂ ତାଙ୍କ ସ୍ତ୍ରୀ ନିଶାମଣି ନାୟକ । ଏହି ବୃଦ୍ଧ ଦମ୍ପତିଙ୍କ ବୟସ ୭୫ ଟପିଲାଣି । ଆଖିକୁ ଦିଶୁନି, କାନକୁ ବି ଭଲ ଶୁଭୁନି । ଚମ ଧୁଡୁଧୁଡୁ ଦେହରେ ଆଉ ଜୁ ନଥିବା ବେଳେ ନିଶାମଣିଙ୍କୁ ଆଜି ଯାଏଁ ଭତ୍ତା ମୁଳୁନି । କାରଣ ବି ବଡ ଅଜବ । ତାଙ୍କ ଭୋଟର କାର୍ଡରେ ସ୍ବାମୀଙ୍କ ନାଁ ବଦଳରେ ଶ୍ବଶୁରଙ୍କ ନାଁ ରହିଛି । ହେଲେ ଏହି ଭୁଲ ସଂଶୋଧନ ପାଇଁ ବ୍ଲକଠାରୁ ସ୍ଥାନୀୟ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.