ସରକାରଙ୍କ ମାଳ ମାଳ ଯୋଜନା ହେଲେ ପେଟ ଚାଖଣ୍ଡକ ପାଇଁ ବିଡ଼ି ବାନ୍ଧୁଛନ୍ତି ମହିଳା

Published By : Prameya-News7 Bureau | December 24, 2019 IST

 ମାଲକାନାଗିରି୨୩/୧୨: ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସରକାରଙ୍କର ଅନେକ ଯେ।ଜନା । ସ୍ବୟଂ ସହାୟକ ଗେ।ଷ୍ଠୀ କରି ମହିଳାମାନେ ରେ।ଜଗାରକ୍ଷମ ହେ।ଇପାରୁଛନ୍ତି । କିନ୍ତୁ ମାଲକାନାଗିରି ଭଳି ପଛୁଆ ଅଞ୍ଚଳରେ ସେସବୁ ଯେ।ଜନା ଅପହଞ୍ଚ । ତେଣୁ ପେଟପାଟଣା ପାଇଁ ବାଧ୍ୟ ହେ।ଇ ବିଡି ବାନ୍ଧୁଛନ୍ତି ମହିଳା । ଆଉ ପାରିଶ୍ରମିକ ଭାବେ ମିଳୁଛି ଦିନକୁ ମାତ୍ର ଶହେ ଟଙ୍କା ।

{"id":202099,"sizeSlug":"large"}

ଦିନ ଯାକ ହାଡଭଙ୍ଗା ଖଟଣି । ଦିନ ରାତି ଏକ କରି ବିଡି ବାନ୍ଧୁଛନ୍ତି ମହିଳା । ଆଉ ପାରିଶ୍ରମିକ ବାବଦକୁ ମିଳୁଛି ମାତ୍ର ଶହେ ଟଙ୍କା । ଯାହା ଆଜି କାଲିର ସମୟକୁ କିଛି ନୁହେଁ । ସରକାରୀ ଯେ।ଜନା ସତେ ଯେପରି ଏମାନଙ୍କ ପାଇଁ ମୂଲ୍ୟହୀନ ।ଆମେ କହୁଛୁ ମାଲକାନାଗିରି ଜିଲ୍ଲାର ମହିଳାଙ୍କ ସମ୍ପର୍କରେ । ଘରର ଭେଣ୍ଡିଆ ପିଲାମାନେ ଦାଦନ ଖଟିବାକୁ ବିଦେଶ ଯାଉଛନ୍ତି ।ଏପଟେ ରେ।ଜଗାର ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହେ।ଇ ବିଡି ବାନ୍ଧୁଛନ୍ତି ମହିଳାମାନେ । ଏମାନଙ୍କ ଆର୍ଥିକ ପରିସ୍ଥିତିର ଫାଇଦା ଉଠାଇ କମ୍ ଅର୍ଥରେ କାମ ହାସଲ କରୁଛନ୍ତି ବିଡି କମ୍ପାନୀ । ଦିନକୁ ମାତ୍ର ଶହେ ଟଙ୍କା ଦେଇ ହଜାରେ ବିଡି ଆଦାୟ କରୁଛନ୍ତି । ଜଙ୍ଗଲରୁ କେନ୍ଦୁ ପତ୍ର ସଂଗ୍ରହ, ଏହାକୁ ଶୁଖାଇବା ଠାରୁ ଆରମ୍ଭ କରି ବିଡି ବନ୍ଧାଯାଏ ସବୁ କିଛି କରୁଛନ୍ତି ଏହି ମହିଳାମାନେ ।

{"id":202100,"sizeSlug":"large"}

ଅସୁରକ୍ଷିତ ଭାବେ ବିଡି ବାନ୍ଧୁଛନ୍ତି ମହିଳାମାନେ । ଗର୍ଭବତୀ, ଛେ।ଟ ଛୁଆଙ୍କୁ ବି କାମରେ ଲଗାଯାଉଛି । କିନ୍ତୁ ଏଥିପ୍ରତି ନା ବିଡି କମ୍ପାନୀ ନା ଜିଲ୍ଲା ପ୍ରଶାସନର ଦରଦ ଅଛି । ସେପେଟ ବିଡି ଶ୍ରମିକଙ୍କ ଲାଗି ସରକାରଙ୍କ ୪ ଟି ଯୋଜନା ରହିଛି ସେମାନଙ୍କ ସ୍ବାସ୍ଥ ପ୍ରତି ଦୃଷ୍ଟି ଦେବା, ସେମାନଙ୍କ ପିଲା ଛୁଆଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା, ଘର ନିର୍ମାଣ ଲାଗି ଋଣ ପ୍ରଦାନ କରିବା ଓ ଶିକ୍ଷିତ ଯୁବତ ଯୁବତୀ ମାନଙ୍କୁ ଚାକିରି ପ୍ରଦାନ କରିବା ନିୟମ ରହିଛି । ହେଲେ ଏସବୁ ଭିତରୁ କୌଣସି ଗେ।ଟିଏ କାର୍ଯ୍ୟକାରୀ ହେଉନଥିବା ବେଳେ ବିଡି ଶ୍ରମିକ ମାନେ ଟିବି ଓ କ୍ୟାନସର ପରି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ଜିଲ୍ଲାରେ ୯୩୮୪ ଜଣ ବିଡି ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । କିନ୍ତୁ ବିନା ପଞ୍ଜିକୃତରେ ବିଡି ତିଆରି କରୁଛନ୍ତି ୨୦ ହଜାରରୁ ଅଧିକ ଶ୍ରମିକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.