ଖୋଲାଯିବନି ଶ୍ରୀମନ୍ଦିର ରତ୍ନ ଭଣ୍ଡାର- ରୋକଠୋକ ଶୁଣାଇଲେ ସରକାର

Published By : Prameya-News7 Bureau | November 26, 2019 IST

ଭୁବନେଶ୍ୱର ୨୬।୧୧ -  ଶ୍ରୀମନ୍ଦିର ରତ୍ନ ଭଣ୍ତାର ଖୋଲାଯିବନି ବୋଲି  ସରକାର ରୋକ​‌ଠୋକ ଶୁଣାଇଛନ୍ତି । ଏବେ ରତ୍ନ ଭଣ୍ତାର ଖୋଲିବା ବା ତନଖି କରିବାର ପ୍ରସ୍ତାବ ନାହିଁ । ସରକାରଙ୍କ ମୁହଁରୁ ଏଭଳି ଉତ୍ତର ଶୁଣି ବିରୋଧୀ ଖପ୍ପା । ସିଧା ସରକାରଙ୍କୁ ବିଜେପି ଓ କଂଗ୍ରେସ ପ୍ରଶ୍ନ  କରିଛନ୍ତି। ସୁପ୍ରିମକୋର୍ଟରେ ଶ୍ରୀମନ୍ଦିରର ସ୍ଥାବର ଅସ୍ଥାବର ସଂପତ୍ତି ତାଲିକା କେମିତି ଦାଖଲ କରିବେ ତାକୁନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

{"id":190288,"sizeSlug":"large"}

ଶ୍ରୀନ୍ଦିରରେ କ’ଣ ରତ୍ନ ଅଛି ତାହା ବି ଯାଞ୍ଚ ହେବନି । ସେ ନେଇ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ । ବିଧାନସଭାରେ ଏଭଳି ରୋକଠୋକ ଶୂଣାଇଛନ୍ତି ଆଇନମନ୍ତ୍ରୀ । ୧୯୭୮ରେ ରତ୍ନଭଣ୍ଡାରର ତାଲିକା କରାଯାଇଥିବା ସୁନା ରୂପା ଆଦି ସାମଗ୍ରୀ ସୁରକ୍ଷିତ ଅଛି । ୧୯୮୫ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା । ଶ୍ରୀ ମନ୍ଦିର ରତ୍ନ ଭଣ୍ତାରରେ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ୪୫୪ଗୋଟି ଥିବା ବେଳେ ୧୨୮୩୮ ଭରି ମୂଲବାନ ପଥର, ୨୩୬ ଗୋଟି ରୂପା ଅଳଙ୍କାର, ୧୮୮୧୫ ପଥର,୮ଗୋଟି ସୁନାମୂର୍ତ୍ତି, ୬ଗୋଟି ରୂପା ବାସନ ଓ ମୂର୍ତ୍ତି ରହିଛି। 

{"id":190289,"sizeSlug":"large"}

  କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ବିଜେପି ନେତ୍ରୀ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ସରକାରଙ୍କ ଏଭଳି ଉତ୍ତର ଶୁଣି ବିରୋଧୀ ଏହାକୁ ସହି ପାରିନାହାନ୍ତି । ଯେଉଁ ଶ୍ରୀମନ୍ଦିର ରତ୍ନ ଭଣ୍ତାର ଖୋଲିବା ପାଇଁ ପ୍ରୟାସ ହେଲା । ଏବେ ରତ୍ନ ଭଣ୍ତାର ଖୋଲିବା ପାଇଁ ସରକାର ଇଚ୍ଛା କରୁନାହାନ୍ତି । ରତ୍ନଭଣ୍ତାର ଖୋଲିବା ଦରକାର ବୋଲି ବିରୋଧୀ କହିଥିଲେ ।

{"id":190290,"sizeSlug":"large"}

୩ ସପ୍ତାହ ତଳେ ଶ୍ରୀମନ୍ଦିରର ସ୍ଥାବର ସମ୍ପତ୍ତି ତାଲିକା ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁରତ୍ନ ଭଣ୍ଡା ଖୋଲା ନଗଲେ ଶ୍ରୀମନ୍ଦିରର ଅଳଙ୍କାର ତାଲିକା କେମିତି ପ୍ରକାଶ ପାଇବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ସରକାର ଏନେଇ କିଛି ବିକଳ୍ପ ବ୍ୟବସ୍ଥା ରଖିଛନ୍ତି ନା ପୁରୁଣା ତାଲିକା ଯାହା ଥିଲା ତାହାହିଁ ଦାଖଲ କରିବେ ସେନେଇ ଉଠିଛି ପ୍ରଶ୍ନ।

{"id":190291,"sizeSlug":"large"}

ରତ୍ନ ଭଣ୍ତର ଖୋଲିବା ପାଇଁ ସରକାର ପ୍ରୟାସ କରିଥିଲେ । ହେଲେ ଭିତର ଭଣ୍ତାରର ଚାବି ମିଳି ନଥିଲା। ପରେ ପୁରୀ ଜିଲ୍ଲାପାଳଙ୍କ ଅଫିସରୁ ଚାବି ମିଳିଥିଲା । ଏପଟେ ସରକାର ଚାବିହଜିବା ହଜିବା ଘଟଣାରେ ତଦନ୍ତ ପାଇଁ ରଘୁବର ଦାସ କମିଶନ ମଧ୍ୟ ବସାଇଛନ୍ତି। କମିଶନ ମଧ୍ୟ ତାଙ୍କ  ରିର୍ପୋଟ ଦେଇସାରିଛନ୍ତି।

{"id":190292,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.