କେନ୍ଦ୍ର ସରକାର ଜାରି କଲେ ବିଶୁଦ୍ଧ ପାଣିର ରାଙ୍କିଙ୍ଗ୍ –ଭୁବନେଶ୍ୱର ରହିଛି ଏହି ସ୍ଥାନରେ

Published By : Prameya-News7 Bureau | November 16, 2019 IST

ନୂଆଦିଲ୍ଲୀ୧୬/୧୧: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ ଦେଶର ୨୦ଟି ରାଜ୍ୟର ପାଣି  ରାଙ୍କିଙ୍ଗ୍‌ ତାଲିକାକୁ ପ୍ରକାଶ କରିଛନ୍ତି ।  ୨୦ଟି ରାଜ୍ୟର ପିଇବା ପାଣି କେତେ ମାତ୍ରାରେ ବିଶୁଦ୍ଧ ତାହାର ରିପୋର୍ଟ ଏଥିରେ ପ୍ରକାଶ କରାଯାଇଛି । ଗବେଷଣାଗାରରେ  ପରୀକ୍ଷା ହୋଇଥିବା ପାଣିର  ବିଶୁଦ୍ଧତା ବିଷୟରେ ଏଥିରେ ସୂଚନା ଦିଆଯାଇଛି । କେବଳ ଦିଲ୍ଲୀ ପାଇଁ ପୂରା ଦେଶରେ ପାନୀୟ ଜଳ ଉପରେ ଗବେଷଣା ହୋଇଛି।

 ଭାରତୀୟ ମାନକ ବ୍ୟୁରୋ (ବିଏସଆଇ)ର ଅଧିକାରୀଙ୍କ ସହ ବୈଠକ କରିବା ପରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟର ପାନୀୟ ଜଳ ଉପରେ  ସମୀକ୍ଷା କରାଯାଇଥିଲା ।​‌  କେନ୍ଦ୍ରମନ୍ତ୍ରୀ ପାଶଓ୍ବାନ କହିଛନ୍ତି ଯେ, କିଛି ବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ଯେ ପର୍ଯ୍ୟନ୍ତ ମନ୍ତ୍ରାଳୟ ଅଛି ସେ ପର୍ଯ୍ୟନ୍ତ ସ୍ବଚ୍ଛ ପାଣିର ବ୍ୟବସ୍ଥା ହେବ।

କେନ୍ଦ୍ରମନ୍ତ୍ରୀ ରାମ ବିଳାଶ କହିଛନ୍ତି ଯେ ତିନୋଟି ପର୍ଯ୍ୟାୟ​‌ରେ ପାଣି ପରୀକ୍ଷା ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ରାଜ୍ୟର ରାଜଧାନୀର ପାଣି ପରୀକ୍ଷା ପ୍ରକ୍ରିୟା ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ସ୍ମାର୍ଟ ସିଟିର ପାଣି ଯାଞ୍ଚ କରାଯିବ। ସେହିପରି ତୃତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାର ପାଣି ଉପରେ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ୨୦୨୪ ସୁଦ୍ଧା ପ୍ରତ୍ୟେକ ରାଜ୍ୟରେ ବିଶୁଦ୍ଧ ପାଣିର ବ୍ୟବସ୍ଥା ହେବ ବୋଲି ରାମ ବିଳାଶ ପାଶଓ୍ବାନ କହିଛନ୍ତି। ତେଣୁ ପ୍ରଥମ ପର୍ଯ୍ୟୟରେ ୨୦ଟି ରାଜ୍ୟର ରାଜଧାନୀର ପାଣି ପରୀକ୍ଷା ହୋଇଛି। ପାଣିର ବିଶୁଦ୍ଧତା ଅନୁସାରେ ପ୍ରଥମ ସ୍ଥାନରେ ମୁମ୍ବାଇ ରହିଥିବା ବେଳେ ଶେଷ ସ୍ଥାନରେ ଦିଲ୍ଲୀ ରହିଛି।

ଆସନ୍ତୁ ଜାଣିବା କେଉଁ ସହର କେତେ ନମ୍ବର ସ୍ଥାନରେ ରହିଛି :

୧- ମୁମ୍ବାଇ

୨- ହାଇଦ୍ରାବାଦ

୩-ଭୁବନେଶ୍ବର

୪-ରାଞ୍ଚି

୫- ଜୟପୁର

୬-ଅମରାବତୀ

୭-ଶିମଲା

୮-ଚଣ୍ଡୀଗଡ

୯-ତ୍ରୀଭେନ୍ଦ୍ରମ

୧୦- ପାଟନା

୧୧- ଭୋପାଳ

୧୨-ଗୌହାଟି

୧୩- ବେଙ୍ଗାଲୁର

୧୪- ଗାନ୍ଧିନଗର

୧୫- ଲକ୍ଷ୍ନୌ

୧୬-ଜମ୍ମୁ

୧୭-ଜୟପୁର

୧୮-ଡେରାଡୁନ୍

୧୯-ଚେନ୍ନାଇ

୨୦- କୋଲକାତା

୨୧-ଦିଲ୍ଲୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.