Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଏବେ ଏହି ଉଦ୍ୟୋଗର ମଧ୍ୟ ହେବ ସ୍ଥାୟୀ ଓ୍ବାର୍କ ଫ୍ରମ୍ ହୋମ୍‌ର ସ୍ବାଧୀନତା : ଏହି ସହଜ ନିୟମ ଗୁଡ଼ିକ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

6/11/2020 at 11:10 AM

ନୂଆଦିଲ୍ଲୀ ୬/୧୧: କରୋନା ମହାମାରୀ କାରଣରୁ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍ ହୋମ୍ ଅଫର୍ କରୁଛି। ଏହି ସମୟରେ ସରକାର ଗୁରୁବାର ବିଜନେସ୍ ପ୍ରୋସେସ୍ ଆଉଟସୋର୍ସିଂ ଏବଂ ଆଇଟି ସେବା ଦେଉଥିବା କମ୍ପାନୀ ପାଇଁ ନିୟମକୁ ସରଳ କରିବାକୁ ଘୋଷଣା କରିଛନ୍ତି। ଯାହା କର୍ମଚାରୀଙ୍କୁ ସ୍ଥାୟୀ ଭାବରେ ଘରୁ କାମ କରିବାକୁ ସୁବିଧା ଦେବ।

ନୂଆ ନିୟମ ଦ୍ବାରା ଘରୁ କାମ କରିବା ଏବଂ ଯେକୌଣସି ସ୍ଥାନରୁ କାମ କରିବା ପାଇଁ ଅନୁକୂଳ ପରିବେଶ ଉତ୍ପନ୍ନ ହେବ। କମ୍ପାନୀ ପାଇଁ ସମୟ ସମୟରେ ରିପୋର୍ଟିଂ ଏବଂ ଅନ୍ୟ ପ୍ରତିବଦ୍ଧତାକୁ ସମାପ୍ତ କରି ଦିଆଯାଇଛି। ଏକ ଆଧିକାରିକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହାର ଉଦ୍ଦେଶ୍ୟ ଉଦ୍ୟୋଗକୁ ମଜବୁତି ପ୍ରଦାନ କରିଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କେନ୍ଦ୍ର ସରକାର ଦେଶରେ ବିକାଶ ଏବଂ ନବାଚାର ପାଇଁ ଅନୁକୂଳ ବାତାବରଣ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଏବଂ ସରକାର ବିପିଓ ଉଦ୍ୟୋଗ ଏବଂ ଆଇଟି ସକ୍ଷମ ସେବା ପାଇଁ ସରଳୀକୃତ ନିୟମର ଘୋଷଣା କରିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ଯେ ଭାରତର ଆଇଟି କ୍ଷେତ୍ର ଆମ ଗୌରବ। ଏହି କ୍ଷେତ୍ରର ଶକ୍ତିକୁ ପୂରା ବିଶ୍ବ ମାନିଥାଏ। ଆମେ ଭାରତରେ ବୃଦ୍ଧି ଏବଂ ନବ ପରିବର୍ତ୍ତନ ପାଇଁ ଅନୁକୂଳ ମାହୋଲ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ। ଆଜିର ଏହି ନିଷ୍ପତ୍ତି ଦ୍ବାରା ବିଶେଷ ଭାବରେ ଦେଶର ଯୁବ ପ୍ରତିଭାକୁ ପ୍ରୋତ୍ସାହନ ମିଳିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଇଜ ଅଫ୍ ଡୁଇଂ ବିଜନେସ୍‘କୁ ଆଗକୁ ବଢ଼ାଇବା ଏବଂ ଭାରତକୁ ଏକ ପ୍ରଯୁକ୍ତି କେନ୍ଦ୍ର ବନାଇବା ପାଇଁ ପ୍ରତିବଦ୍ଧ। ବିପିଓ ଉଦ୍ୟୋଗର ଅନୁପାଳନ ବୋଝ ଏହା କାରଣରୁ ବହୁତ କମ୍ ହୋଇଯିବ। ଏହା ଦ୍ବାରା ଆହୁରି ଅନେକ ଆବଶ୍ୟକତା ଦୂର ହେବ।

   Related Posts