Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର : ଚିକିତ୍ସା ପାଇଁ ମିଳିବ ୭୫୦୦ଟଙ୍କା

29/07/2020 at 11:06 AM

ନୂଆଦିଲ୍ଲୀ ୨୯/୭ : ଏବର୍ଷ ଫେବୃୟାରୀ ମାସରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ​‌ରେ ଏକ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀ ରାଜ୍ୟ ବୀମା ନିଗମ ଅନୁସାରେ ଆସୁଥିବା ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ୭୫୦୦ଟଙ୍କା ଦେବାର ପ୍ରସ୍ତାବ ରଖା ଯାଇଛି।

ଏବେ ଏହି ପ୍ରସ୍ତାବ ଉପରେ ଖୁବ୍ ଶୀଘ୍ର ଅନ୍ତିମ ମୋହର ଲଗାଯିବ। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏହି ସମ୍ବନ୍ଧରେ ଏକ ଡ୍ରାଫ୍ଟ ଜାରି କରିଛି।

ଏଥିରେ ହିତଧାରକଙ୍କଠୁ ୩୦ଦିନ ଭିତରେ ନିଜର ମନ୍ତବ୍ୟ ଦେବାକୁ କୁହାଯାଇଛି। ଏହା ପରେ ସରକାର ଅନ୍ତିମ ନିଷ୍ପତ୍ତି ନେବ।

ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମର ସ୍ବାସ୍ଥ୍ୟ ବୀମା ଯୋଜନା ଅନୁସାରେ ପ୍ରସୂତି ଖର୍ଚ୍ଚ ବଢ଼ାଇ ୭,୫୦୦ଟଙ୍କା କରିବାର ପ୍ରସ୍ତାବ ରହିଛି। ଏବେ ଏହି ରାଶି ୫୦୦୦ଟଙ୍କା ରହିଛି। ଅର୍ଥାତ୍ ୨୫୦୦ଟଙ୍କା ବୃଦ୍ଧିର ପ୍ରସ୍ତାବ ରହିଛି।

ଇଏସଆଇସିର ସ୍ବାସ୍ଥ୍ୟ ବୀମା ଯୋଜନା ଅନୁସାରେ ବୀମା କରିଥିବା ମହିଳା କର୍ମଚାରୀ କିମ୍ବା ପୁରୁଷ କର୍ମଚାରୀଙ୍କ ପତ୍ନୀଙ୍କ ପାଇଁ ପ୍ରସୂତି ଖର୍ଚ୍ଚ ଦିଆଯାଇଥାଏ।

ଏହି ପ୍ରସୂତି ଖର୍ଚ୍ଚ ସେହି ଲାଭାର୍ଥୀ ମହିଳାଙ୍କୁ ଦିଆଯାଇଥାଏ ଯେଉଁମାନେ ଇଏସଆଇସି ନେଟଓ୍ବାର୍କର ହସ୍ପିଟାଲ୍ କିମ୍ବା ଔଷଧ କେନ୍ଦ୍ର ଯାଏଁ ନ ପହଞ୍ଚି ପାରିବା ଯୋଗୁଁ ଅନ୍ୟ ହସ୍ପିଟାଲରେ ମାତୃତ୍ବ ସେବାର ଲାଭ ଉଠାଇଥାଆନ୍ତି।

ଏହି ମାତୃତ୍ବ ସହାୟତା କେବଳ ଦୁଇ ଶିଶୁଙ୍କ ପାଇଁ ଉପଲବ୍ଧ କରାଯାଇଥାଏ। ସରକାରଙ୍କ ନିଷ୍ପତ୍ତି ପରେ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ପୂର୍ବରୁ ୨୫୦୦ଟଙ୍କା ଅତିରିକ୍ତ ମିଳିବ।

   Related Posts