ଦେଢ ବର୍ଷ ପର୍ଯ୍ୟନ୍ତ କୃଷି ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଲା କେନ୍ଦ୍ର, କୃଷକ ନେତା କହିଲେ- କାଲି ବିଚାର କରିବୁ

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦।୦୧: ନୂତନ କୃଷି ଆଇନ୍‌କୁ ନେଇ ଜାରି କୃଷକ ଆନ୍ଦୋଳନ ମଧ୍ୟରେ ଆସିଛି ବଡ ଖବର। ଦଶମ ପର୍ଯ୍ୟାୟ ବୈଠକରେ ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ସରକାର କୃଷି ଆଇନ୍‌କୁ ନେଇ ବଡ ବୟାନ ଦେଇଛନ୍ତି। ସରକାର ଦେଢ ବର୍ଷ ପର୍ଯ୍ୟନ୍ତ କୃଷି ଆଇନ୍‌ ରୋକିବାକୁ ପ୍ରସ୍ତାବ ଦେଇଛନ୍ତି। ଅନ୍ୟପକ୍ଷେ କୃଷି ଆଇନ୍ ରଦ୍ଦ କରିବା ଦାବିରେ ଅଡି ବସିଥିବା କୃଷକ ସଂଗଠନ ସରକାରଙ୍କ ଏହି ପ୍ରସ୍ତାବ ଉପରେ ବିଚାର କରିବା ପାଇଁ କାଲି ପର୍ଯ୍ୟନ୍ତ ସମୟ ମାଗିଛନ୍ତି।

ଏହି ପ୍ରସଙ୍ଗରେ ପରବର୍ତ୍ତୀ ବୈଠକ ଜାନୁଆରୀ ୨୨ ଅପରାହ୍ନ ୨ଟାରେ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ବୈଠକ ପରେ କୃଷକ ସଂଗଠନର ନେତା କହିଛନ୍ତି ଦୁଇ ପକ୍ଷଙ୍କ ସହମତିରେ ଏକ ନିଶ୍ଚିତ  ସମୟ ପାଇଁ କୃଷି ଆଇନ୍‌କୁ ନିଲମ୍ବିତ କରିବା ଏବଂ ଏକ କମିଟି ଗଠନ ପାଇଁ ଉଚ୍ଚତମ ନ୍ୟାୟାଳୟରେ ସତ୍ୟପାଠ ଦାୟର କରିବାକୁ ପ୍ରସ୍ତାବ ଦିଆଯାଇଛି।

ଦଶମ ପର୍ଯ୍ୟାୟ ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି  କୃଷକ ସଂଗଠନ ସହିତ ଆଜିର ଆଲୋଚନା ବହୁତ ସକରାତ୍ମକ ରହିଛି। ଆଲୋଚନା ବେଳେ ଆମେ କୃଷି ଆଇନ୍‌କୁ ଦେଢ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ ଥିବା କହିଛୁ। ମୁଁ ଖୁସି ଯେ କୃଷକ ସଂଗଠନ ଏହି ପ୍ରସ୍ତାବକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହା ଉପରେ ଜାନୁଆରୀ ୨୨ରେ ନିଜର ନିଷ୍ପତ୍ତି ନେବେ। ତୋମାର କହିଛନ୍ତି ଆଲୋଚନା ସଠିକ୍ ଦିଗରେ ଆଗକୁ ବଢୁଛି। ବୈଠକ ସମୟରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.