ଭାରତରେ ଷ୍ଟିଲ କ୍ଲଷ୍ଟରର ବିକାଶ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ଡ୍ରାଫ୍ଟ ଫ୍ରେମଓ୍ଵର୍କ ପଲିସି, ଲୋକଙ୍କୁ ମିଳିବ ରୋଜଗାର: ଧର୍ମେନ୍ଦ୍ର

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫।୦୯: ସରକାର ଦେଶର ଇସ୍ପାତ କ୍ଷେତ୍ରର ବିକାଶ ପାଇଁ ଏକ ଡ୍ରାଫ୍ଟର ରୂପରେଖା ନୀତି ପ୍ରସ୍ତୁତ କରିଛନ୍ତି। ଏହା ମୂଲ୍ୟ ବୃଦ୍ଧି ଇସ୍ପାତର ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିବ ଓ ରୋଜଗାର ସୃଷ୍ଟି କରିବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଏହାର ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଡ୍ରାଫ୍ଟ ନୀତିର ଉଦ୍ଦେଶ୍ୟ ସଂପ୍ରତି ଇସ୍ପାତ ସମୂହଙ୍କ ବିକାଶ ଓ ବିସ୍ତାର ସହିତ ଗ୍ରୀନଫିଲ୍ଡ ଷ୍ଟିଲ୍ କ୍ଲଷ୍ଟର ସ୍ଥାପିତ କରିବା ରହିଛି।

ପ୍ରଧାନ କହିଛନ୍ତି ଇସ୍ପାତ ମନ୍ତ୍ରଣାଳୟ ଦେଶରେ ଇସ୍ପାତ ସମୂହର ବିକାଶ ପାଇଁ ଏକ ଡ୍ରାଫ୍ଟ ରୂପରେଖା ନୀତି ପ୍ରସ୍ତୁତ କରିଛି। ଏହାର ଉଦ୍ଦେଶ୍ୟ ସାଂପ୍ରତିକ ଇସ୍ପାତ ସମୂହର ବିକାଶ ଓ ବିସ୍ତାର ସହିତ ଗ୍ରୀନଫିଲ୍ଡ ଷ୍ଟିଲ୍ କ୍ଲଷ୍ଟର ସ୍ଥାପିତ କରିବାକୁ ପଡିବ।

ପ୍ରଧାନ ଏହା ମଧ୍ୟ କହିଛନ୍ତି ଷ୍ଟିଲ୍ କ୍ଲଷ୍ଟର କେବଳ ଦେଶକୁ ମୂଲବର୍ଦ୍ଧିତ ଷ୍ଟିଲ୍‌ରେ ଆତ୍ମନିର୍ଭର ଓ ପୁଞ୍ଜିଗତ କରିବାରେ ସାହାଯ୍ୟ କରିବ ତା ନୁହେଁ ବରଂ ରୋଜଗାର ମଧ୍ୟ ସୃଷ୍ଟି କରିବ। ବିଶେଷ କରି ଦେଶର ପୂର୍ବଭାଗ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟକୁ କଭର କରିବ। ଓଡିଶା ଓ ଆନ୍ଧ୍ର ପ୍ରଦେଶ ଇସ୍ପାତ ମନ୍ତ୍ରଣାଳୟର ପୂର୍ବୋଦୟା ଅଭିଯାନର ଅଂଶ ହୋଇ  ରହିଛି।

୨୦୨୦ ଜାନୁଆରୀରେ ମନ୍ତ୍ରୀ ମିଶନ ପୂର୍ବୋଦୟା ଲଞ୍ଚ କରିଥିଲେ। ଏହାର ଉଦ୍ଦେଶ୍ୟ ଏକୀକୃତ ଷ୍ଟିଲ୍ ମାଧ୍ୟମରେ ପୂର୍ବ ଭାରତର ବିକାଶକୁ ତ୍ଵରାନ୍ଵିତ କରାଯିବ। ମନ୍ତ୍ରୀ କହିଛନ୍ତି ରାଷ୍ଟ୍ରୀୟ ଇସ୍ପାତ ନୀତି ଦ୍ଵାରା ଦେଶର ୭୫ ପ୍ରତିଶତରୁ ଅଧିକ ବୃଦ୍ଧିଶୀଳ ଇସ୍ପାତ କ୍ଷମତାକୁ ପୂର୍ବ ବେଲ୍‌ଟରେ ଯୋଡିବାର ସାମର୍ଥ୍ୟ ରହିଛି।

ସେ ଆଶା ରଖିଛନ୍ତି ଯେ ୨୦୩୦-୩୧ ସୁଦ୍ଧା ୩୦୦ ମିଲିୟନ ଟନ କ୍ଷମତାରୁ ୨୦୦ ମିଲିୟନ ଟନରୁ ଅଧିକ କ୍ଷମତା ଏହି କ୍ଷେତ୍ରରୁ ଆସିପାରେ। ଭାରତକୁ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥା କରିବା ଦିଗରେ ଏହି ମିଶନ ଗୁରୁତ୍ଵବହନ କରିବ ବୋଲି ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.