Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଦୁର୍ଗମ ଅଞ୍ଚଳରେ ସୁଗମ ହେବ ଟିକାକରଣ, ଜାଣନ୍ତୁ ସରକାରଙ୍କ ଯୋଜନା କଣ ?

13/06/2021 at 4:26 PM

ନୂଆଦିଲ୍ଲୀ ୧୩/୬: ଦେଶରେ କରୋନାର ଦ୍ବିତୀୟ ଲହର ପ୍ରକୋପ କମୁଛି ସତ କିନ୍ତୁ ସରକାର କୌଣସି ପ୍ରକାର ଅବହେଳା କରୁନାହାନ୍ତି। ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ସରକାର ଯୋଜନା କରୁଛନ୍ତି । ସହରାଞ୍ଚଳରେ ଟିକାକରଣ ଚାଲିଥିବା ବେଳେ ଦୁର୍ଗମ ଅଞ୍ଚଳରେ ଲୋକେ ଏବେ ଟିକାଠୁ ବହୁ ଦୂରରେ। ଏହି ଅସୁବିଧାର ସମାଧାନ ପାଇଁ ସରକାର ଏକ ନୂଆ ଉପାୟ ଅବଲମ୍ବନ କରିବାକୁ ଯାଉଛନ୍ତି । ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ଡ୍ରୋନ୍‌ ସାହାଯ୍ୟରେ ଟିକା ପହଞ୍ଚାଇବେ ସରକାର।

ଏନେଇ ଇଣ୍ଡିଆ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ପକ୍ଷରୁ ଏଚଏଲଏଲ ଇନଫ୍ରା ଟେକ୍‌ ସର୍ବିସେସ୍‌ ଲିମିଟେଡ୍‌ ସହ ଶୁକ୍ରବାର ଆଲୋଚନା କରାଯାଇଛି। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଡ୍ରୋନ୍‌ର କ୍ଷମତା ଅଧିକ ହେବା ଦରକାର। ୧୦୦ ମିଟର ଉଚ୍ଚରେ ଉଡ଼ିପାରିବା ସହ ୩୫ କିମି ଗତି କରିପାରିବା ଦରକାର । ଏହା ବ୍ୟତୀତ ଏହା ୪ କେଜି ଓଜନ ବୋହିବା ସହ ପୁଣି ନିଜର ଷ୍ଟେସନ୍‌କୁ ଫେରିପାରିବା ଦରକାର । ଏହି ବୁଝାମଣା ୯୦ ଦିନ ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ଅପରେଟରଙ୍କ କାର୍ଯ୍ୟଦକ୍ଷତାକୁ ଦେଖିବା ପ​‌ରେ ହିଁ ଟିକା ପରିବହନ ପାଇଁ ଅନୁମତି ମିଳିବ।

ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ଡିଜିସିଏ ଡ୍ରୋନ୍‌ ସାହାଯ୍ୟରେ ଟିକା ପରିବହନ ପାଇଁ ପରୀକ୍ଷା କରିବାକୁ ଆଇସିଏମଆରକୁ ଅନୁମତି ଦେଇଥିଲେ। ଆଇସିଏମଆର ଏହି ପ୍ରୋଜେକ୍ଟ ପାଇଁ ଆଇଆଇଟି କାନପୁର ସହ ପାର୍ଟନରସିପ୍‌ କରିଥିଲା। ଏହା ପୂର୍ବରୁ ଇ କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଡ୍ରୋନ୍‌ ମାଧ୍ୟମ​‌ରେ ଟିକା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ତେଲେଙ୍ଗାନା ସରକାରଙ୍କ ସହ ଡିଲ୍‌ କରିଥିବା ନେଇ ସୂଚନା ଦେଇଥିଲା। ତେଲେଙ୍ଗାନାରେ ‘ମେଡିସିନ୍‌ସ ଫ୍ରମ୍‌  ଦ ସ୍କାଏ’ ପ୍ରୋଜେକ୍ଟ ଲଞ୍ଚ ହେବାର ୬ ଦିନ ପୂର୍ବରୁ ପାଇଲଟ୍‌ ପ୍ରୋଜେକ୍ଟ ଉପରେ କାମ ହେବ ବୋଲି ଜଣାପଡ଼ିଛି ।  

   Related Posts