ଆଗାମୀ ୧୫ ଦିନ ଗୁରୁତ୍ୱପୂର୍ଣ୍ଣ, ରାଜ୍ୟରେ ବଢିବ କି ଲକଡାଉନ୍ ? ଅଧିକ କୋଭିଡ୍ ପଜିଟିଭ୍ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିବାକୁ ବିଶେଷଜ୍ଞ ଡାକ୍ତରଙ୍କ ମତ

Published By : Prameya-News7 Bureau | July 30, 2020 IST

ଭୁବନେଶ୍ୱର, ୩୦|୦୭ :  କେନ୍ଦ୍ର ସରକାର ଅନଲକ୍ ୩ ର ଗାଇଡଲାଇନ ଜାରି କରିବା ପରେ ଏବେ ରାଜ୍ୟ ସରକାର କଣ ନେବେ ନିଷ୍ପତି। ତାହା ଉପରେ ସମସ୍ତଙ୍କ ନଜର। ଆଗାମୀ ୧୫ ଦିନ ଅତ୍ୟନ୍ତ ଗରୁତ୍ବପୂର୍ଣ୍ଣ । ବିଶେଷଜ୍ଞ ମତରେ ଏହି ୧୫ ଦିନ ଲକ ଡାଉନ ଜରି ରଖାଯାଉ। ନଚେତ ନିୟନ୍ତ୍ରଣ ହେବନି କରୋନା।  ଏପଟେ କିନ୍ତୁ ବିରୋଧୀ କହୁଛନ୍ତି ଯେଉଁଠି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ସେହିଠାରେ ଲକ ଡାଉନ କିମ୍ବା ସଟ ଡାଉନ କରାଯାଉ । ଜୀବନ ସହିତ ଜୀବିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।  

ଜୁଲାଇ ସରିବାକୁ ହେଲା। ଅନଲକ୍‌ ଥ୍ରି ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ଏବେ କରୋନା ପିକ୍‌ରେ ରହିଥିଲେ ବି ଗତ ଦୁଇଦିନ ଧରି ସମାନ୍ତରାଳ ଅବସ୍ଥାରେ ଅଛି । ଆଉ ୧୫ ଦିନ ଯଦି ଏମିତି ରହେ ତାହେଲେ  କୋରୋନା କମିବ ବୋଲି ଧରାଯିବା । ତେଣୁ ୧୫ ଦିନ ଲକ ଡାଉନକୁ ଆଂଶିକ କୋହଳ କରାଯାଇ ଏବଂ ଯେଉଁଠାରେ ଅଧିକ ପଜିଟିଭ ବାହାରିଛନ୍ତି ସେଠାରେ କଣ୍ଟେନମେଣ୍ଟ ଘୋଷଣା କରାଯାଉ ବୋଲି ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ର ମତ ଦେଇଛନ୍ତି।

କରୋନ କାୟା ବିସ୍ତାର କରୁଥିଲେ ବି ଜୀବନ ଜୀବିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିରୋଧୀ ଦଳଗୁଡ଼ିକ କହିଛନ୍ତି। କେନ୍ଦ୍ରସରକାରଙ୍କ  ଅନଲକ ୩ ଗାଇଡ଼ ଲାଇନ ଆସିବା ପରେ କଂଗ୍ରେସ କହିଛି, ରାଜ୍ୟ ସରକାର ଆଉ ଲକ ଡାଉନ କି ସଟ ଡାଉନ କରନ୍ତୁ ନାହିଁ । କୋଭିଡ଼ କଟକଟଣା ଭିତରେ ସବୁ କ୍ଷେତ୍ରକୁ ଖୋଲିବାକୁ ଦିଆଯାଉ । ବିରୋଧୀ ଦଳ ନେତା କହିଛନ୍ତି। କରୋନା ପାଇଁ ମେଡ଼ିସିନ ବାହାରିନି। ତେଣୁ ଯେଉଁ ଅଂଚଳରେ ଅଧିକ ଆକ୍ରାନ୍ତ ଅଛନ୍ତି ସେହିଠାରେ ଲକ ଡାଉନ କିମ୍ବା ସଟ ଡାଉନ କରାଯାଉ । ବିଜେଡି କହିଛି ସରକାର ସ୍ଥିତିକୁ ଦେଖି ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନେବେ।

ଦିଲ୍ଲୀ, ହରିୟାଣା, ଲଦାଖ, ତେଲେଙ୍ଗାନା ଓ ଆସାମରେ ସୁସ୍ଥ ହାର ବଢୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଅନୁରୂପ ପ୍ରଭାବ ପଡ଼ିବା ଆଶା କରାଯାଇପାରେ। କିନ୍ତୁ ଏହା ଭିତରେ ଆଗାମୀ ୧୫ ଦିନ ହିଁ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ରାଜ୍ୟସରକାର  ୪ଜିଲ୍ଲା  ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର  ଏବଂ ରାଉରକେଲା ମୁନିସିପାଲଟି ଅଞ୍ଚଳକୁ  ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା ମଧ୍ୟରେ ରଖିଛନ୍ତି ।ଆସନ୍ତାକାଲି ବିଶେଷଜ୍ଞ ଙ୍କ ବୈଠକ ଡାକିଛନ୍ତି ରାଜ୍ୟ ସରକାର। ତେଣୁ  ଆସନ୍ତାକାଲି ରଣନୀତି ଘୋଷଣା କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.