Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ମୌସୁମୀ ପୂର୍ବାନୁମାନ ଲାଗି ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ସରକାର, ଚଳିତ ବର୍ଷରୁ ହେବ କାର୍ଯ୍ୟକାରୀ

2/04/2021 at 9:46 PM

ନୂଆଦିଲ୍ଲୀ ୨।୪:  ମୌସୁମୀ ପୂର୍ବାନୁମାନ ଲାଗି ସରକାର ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଚଳିତବର୍ଷରୁ ଏହି ରଣନୀତିରେ ମୌସୁମୀ ବର୍ଷା ଆକଳନ ହେବ। ଏହା କହିଛନ୍ତି ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ.ରାଜୀବନ। ଏଥିଲାଗି ସେ ମୌସୁମୀ ପୂର୍ବାନୁମାନ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିବା ଶୁକ୍ରବାର ଟ୍ୱିଟ୍‌ ବାର୍ତ୍ତାରେ କହିଛନ୍ତି। ଆଗାମୀ କିଛି ଦିନରେ ନୂଆ ପୂର୍ବାନୁମାନ ରଣନୀତି ଜାରି କରାଯିବ ବୋଲି ସେ କହିଛନ୍ତି।

ଭାରତୀୟ ପାଣି ପାଗ ବିଭାଗ (ଆଇଏମଡି) ପ୍ରତିବର୍ଷ ମୌସୁମୀ ପୂର୍ବାନୁମାନ ଅଧିକାରୀକ ଘୋଷଣା କରିଥାନ୍ତି। ଏଥିଲାଗି ଆଇଏମଡି ପ୍ରାଧିକୃତ। ସେହି ଅନୁସାରେ ବିଭାଗ ପ୍ରଥମ ମୌସୁମୀ ଆକଳନ ଏପ୍ରିଲ ମଝି ସପ୍ତାହ ସୁଧା ଜାରି କରିଥାନ୍ତି। ଦ୍ୱିତୀୟ ତଥା ପରବର୍ତ୍ତି ପୂର୍ବାନୁମାନ ଜୁନ ପ୍ରଥମ ସପ୍ତାହ ସୁଧା ଜାରି ହୋଇଥାଏ।

ଆଇଏମଡିଙ୍କ ଏହି ପୂର୍ବାନୁମାନରେ ଜୁନ-ସେପ୍ଟେମ୍ବର ୪ମାସର ବର୍ଷା ଆକଳନ ହୋଇଥାଏ। ଏହି ପୂର୍ବାନୁମାନ ଆଧାରରେ କୃଷକ ସେମାନଙ୍କ ଚାଷ ଯୋଜନା କରିବା ସହ ସରକାର ମଧ୍ୟ ନିଜର କୃଷି ଯୋଜନା ପ୍ରସ୍ତୁତ କରନ୍ତି। କୃଷି ପ୍ରଧାନ ଅର୍ଥନୀତିରେ ଆଇଏମଡିଙ୍କ ଯୋଗଦାନ ବାସ୍ତବିକ ଉଲ୍ଲେଖନୀୟ। ତେବେ ନୂଆ ରଣନୀତି ଦେଶର କୃଷି ଓ ଅନ୍ୟ ବ୍ୟବସ୍ଥା ପ୍ରତି ସହାୟକ ହେବ ବୋଲି ଆଶା କରାଯାଉଛି।

   Related Posts