ଖବର ପରେ ଚେତିଲେ : ଶ୍ରମିକ ପରିଚୟ ଦେଇ ଗରିବଙ୍କ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ସରକାରୀ କର୍ମଚାରୀ ବରଖାସ୍ତ

Published By : Prameya-News7 Bureau | December 05, 2019 IST

ସୁନ୍ଦରଗଡ ୦୫।୧୨: ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରେ ପୋଜେକ୍ଟ ଆସିଷ୍ଟାଣ୍ଡ ଭାବେ କାମ କରୁଥିବା ସଞ୍ଜୟ ଆପଟ ନିଜକୁ ଶ୍ରମିକ ଦର୍ଶାଇ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ, ଖବର ନ୍ୟୁଜ ସେଭେନ ରେ ପ୍ରସାରଣ ହେବା ପରେ  ତୁରନ୍ତ ଆକ୍ସନକୁ ଆସିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସଞ୍ଜୟ ଆପଟଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲିଶଙ୍କରା ବ୍ଲକ ଅଫିସର  ଡାଟା ଏଣ୍ଟ୍ରି ଅପରେଟର ନିଜ ନାଁକୁ  ସରକାରୀ ରେକର୍ଡ଼ରେ ଏଣ୍ଟ୍ରି କରିଥିଲେ । ଖାଲି କ’ଣ ନିଜର, ନିଜ ପରିବାର ବର୍ଗଙ୍କ ନାଁକୁ ବି ଏଥିରେ ଯୋଡ଼ି ଥିଲେ । ସରକାରୀ ଆବାସ ଯୋଜନା ରେକର୍ଡ଼ରେ ନିଜକୁ ଶ୍ରମିକ ଭାବେ ଦର୍ଶାଇଥିଲେ । ଯିଏ ହିତାଧିକାରୀଙ୍କ ଆବାସ ଟଙ୍କାରୁ ନିଜ ପ୍ରାପ୍ୟ ପାଇଛନ୍ତି । କେଉଁ  ତାରିଖରେ କେତେ ଟଙ୍କା ନେଇଛନ୍ତି କେଉଁ  ହିତାଧିକାରୀଙ୍କ ଠାରୁ ନେଇଛନ୍ତି ସେ ସବୁର ଡିଟେଲସ୍ ରେକର୍ଡ଼ ରହିଛି । ଗତ ୩ବର୍ଷରେ ପ୍ରାୟ ୩ଲକ୍ଷରୁ ଅଧିକ ଟଙ୍କା ବାବୁଙ୍କ ପକେଟକୁ ଯାଇଛି । ଏନେଇ ଖବର ନ୍ୟୁଜ ସେଭେନରେ ପ୍ରସାରଣ ହେବା ପରେ ତୁରନ୍ତ ଆକ୍ସନକୁ ଆସିଛି ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.