Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସରକାରୀ ରେକର୍ଡ଼ରେ ଶ୍ରମିକ ପରିଚୟ ଦେଇ ଗରିବଙ୍କ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ସରକାରୀ କର୍ମଚାରୀ

4/12/2019 at 7:19 PM

ସୁନ୍ଦରଗଡ଼ ୪/୧୨: ଏଠି ଗରିବଗୁରୁବାଙ୍କ ପାଇଁ ସରକାରଙ୍କ ଯୋଜନାରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ କିଏ କେଉଁ ବାଟରେ ହଡ଼ପ କରିବେ ସେ ନେଇ ତଳୁ ଉପର ଯାଏଁ ସମସ୍ତେ ବ୍ୟସ୍ତ । ବ୍ଲକସ୍ତରରେ ଏସବୁ ଦୁର୍ନୀତି ଚେର ଟିକେ ଅଧିକ ମାଡ଼ିଥିବା ଦେଖିବାକୁ ମିଳୁଛି । ବିଡିଓ ତହସିଲଦାରଙ୍କ କଥା ଛାଡ଼ନ୍ତୁ ବ୍ଲକ ଅଫିସର, ଡାଟା ଏଣ୍ଟ୍ରି ଅଫିସର ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହାନ୍ତି । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅଫିସରଙ୍କ କାରନାମା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।….

ବିଡିଓ, ତହସିଲଦାର ଖାଉଛନ୍ତି ଏମିତିରେ କେମିତି ଚୁପ୍‌ ହୋଇ ବସିପାରିଥାନ୍ତେ ଡାଟା ଏଣ୍ଟ୍ରି ଅପରେଟର । ସରକାରୀ ଯୋଜନାରେ ଗରିବଗୁରୁବାଙ୍କ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ଦେଖି ପାଟିରୁ ଲାଳ ଗଡ଼ାଉଛନ୍ତି ସରକାରୀ କର୍ମଚାରୀ । କେମିତି କୋଉ ଉପାୟରେ ସେଥିରୁ କିଛି ପକେଟ୍‌ରେ ପକାଇବେ ଦିନରାତି କେବଳ ସେଇ ଚିନ୍ତା । ଯିଏ ଯେମିତି ବାଟ କରି ଲୁଟିପାରିଲା । ଏଇ ଦେଖୁନାହାନ୍ତି, ବ୍ଲକ ଅଫିସର ଜଣେ DEO ମାନେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ । ଇଏ ହେଲେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅଫିସର ଡାଟା ଏଣ୍ଟ୍ରି ଅଫିସର ସଞ୍ଜୟ ଆପଟ । ବାବୁଙ୍କ କାମ ହେଲା ସରକାରୀ ଯୋଜନାରେ ହିତାଧିକାରୀଙ୍କ ଡାଟା ଏଣ୍ଟ୍ରି କରିବା । ହେଲେ ଏହି କରିତ୍‌କର୍ମା ସରକାରୀ ବାବୁ ଜଣକ ନିଜ ନାଁକୁ ଭାରି ଦମ୍ଭରେ ସରକାରୀ ରେକର୍ଡ଼ରେ ଏଣ୍ଟ୍ରି କରିଦେଇଛନ୍ତି । ଖାଲି କ’ଣ ନିଜର, ନିଜ ପରିବାରବର୍ଗଙ୍କ ନାଁକୁ ବି ଏଥିରେ ଯୋଡ଼ି ଦେଇଛନ୍ତି । ସରକାରୀ ଆବାସ ଯୋଜନା ରେକର୍ଡ଼ରେ ବାବୁଙ୍କ ପରିଚୟ ହେଲା ଜଣେ ଶ୍ରମିକ । ଯିଏ ହିତାଧିକାରୀଙ୍କ ଆବାସ ଟଙ୍କାରୁ ନିଜ ପ୍ରାପ୍ୟ ପାଇଛନ୍ତି । କେଉଁ  ତାରିଖରେ କେତେ ଟଙ୍କା ନେଇଛନ୍ତି କେଉଁ  ହିତାଧିକାରୀଙ୍କ ଠାରୁ ନେଇଛନ୍ତି ସେ ସବୁର ଡିଟେଲସ୍‌ ରେକର୍ଡ଼ ରହିଛି । ଗଲା ୩ବର୍ଷରେ ପ୍ରାୟ ୩ଲକ୍ଷରୁ ଅଧିକ ଟଙ୍କା ବାବୁଙ୍କ ପକେଟ୍‌କୁ ଯାଇଛି ।

ବାବୁଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ ।ହେଲେ ବାବୁଙ୍କ ଏ କାରସାଦି ବ୍ଲକ ଅଫିସର ବଡ଼ ବାବୁମାନେ କେମିତି ଜାଣିପାରିଲେନି ତାକୁ ନେଇ ପ୍ରଶ୍ନ ଉଠିବ ସ୍ବାଭାବିକ୍‌ ।

ସାର୍‌ ନୂଆ ଆସିଛନ୍ତି, ତେଣୁ ଏ ବାବଦରେ କିଛି ଜାଣି ନାହାନ୍ତି । ତଦନ୍ତ କରିବେ । ଆଉ ସେଇ ସମାନ କଥା ମଧ୍ୟ କହୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।

୩ବର୍ଷ ହେଲା ଧରାପଡ଼ିନଥିଲେ । ଏବେ ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ । ହେଲେ ଏମିତି ବର୍ଷ ବର୍ଷ ଧରି ସରକାରୀ ଯୋଜନା ଅର୍ଥକୁ ଖୋଦ୍‌ ସରକାରୀ କର୍ମଚାରୀ କିଏ କେମିତି ଆଉ କେଉ ସବୁ ଉପାୟ କରି ଲୁଟ କରୁଛନ୍ତି ତା’ର ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ।

   Related Posts