କୋଭିଡ୍ କଟକଣାକୁ ଫୁ : ନିଜେ ମାସ୍କ ପିନ୍ଧୁ ନାହାଁନ୍ତି ସରକାରୀ ବାବୁ, କିନ୍ତୁ ଆଦାୟ କରୁଛନ୍ତି ମୋଟା ଅଙ୍କର ଫାଇନ୍

Published By : Prameya-News7 Bureau | September 21, 2020 IST

ତେଲକୋଇ, ୨୧ ।୦୯: କେନ୍ଦୁଝର ଜିଲ୍ଲା  ତେଲକୋଇ ବ୍ଲକରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳିଛି । କୋଭିଡ ଦାୟିତ୍ୱ ରେ ଥିବା ସ୍ଥାନୀୟ ତହସିଲଦାର ଅଶ୍ବିନୀ କୁମାର ନାଏକ ନିଜେ ନିୟମ ମାନୁ ନଥିବା ଦେଖିବାକୁ ମିଳିଛି । ତହସିଲଦାର ନିଜେ ମାସ୍କ ପିନ୍ଧୁ ନଥିବା ବେଳେ ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରୁଥିବା ନଜର ଆସିଛି। ସେହିଭଳି ବ୍ଲକ ଉନ୍ନୟନ ଅଧିକାରୀ(ଧଳା ସାଟ) ମଧ୍ୟ ସର୍ବ ସମ୍ମୁଖରେ ମାସ୍କ ପିନ୍ଧୁ ନଥିବା ଦେଖିବାକୁ ମିଳୁଛି ।

ଏ ଚିତ୍ରଟି ହେଉଛି ତେଲକୋଇ ଥାନା ଭିତରର ଦୃଶ୍ୟ । ନିଜେ ତହସିଲଦାର ଏବଂ ବ୍ଲକ ଉନ୍ନୟନ ଅଧିକାରୀ ମାସ୍କ ପିନ୍ଧି ନଥିବା ବେଳେ ଥାନାକୁ ଆସିଥିବା ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସଚେତନ କରାଉଛନ୍ତି ।  ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ଏହି ଦୁଇ ଅଧିକାରୀ ମାସ୍କ ପିନ୍ଧୁ ନଥିବା ବେଳେ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳଙ୍କ ନଜରରେ କେମିତି ଆସୁ ନାହାଁନ୍ତି । ଏ କି ପ୍ରକାର ନ୍ୟାୟ ବୋଲି ତେଲକୋଇବାସୀ ପ୍ରଶ୍ନ କରିଛନ୍ତି ।

{"id":332824,"sizeSlug":"large"}

ତେଲକୋଇ ବଜାରରେରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରେ ପ୍ରତିଦିନ ପ୍ରବଳ ଭିଡ ପରିଲକ୍ଷିତ ହେଉଛି ।ଶତାଧିକ ଲୋକ ବିନା ମାସ୍କ ରେ ବ୍ୟାଙ୍କ ଭିତରେ ଭିଡ ଜମାଉଥିବାବେଳେ ସାମାଜିକ ଦ୍ବରତାକୁ ମଧ୍ୟ ମାନୁ ନାହାଁନ୍ତି ।କରୋନା ମହାମାରୀ ର ଭୟାବହତା  କୁ ନେଇ ସରକାର ଏସଓପି ଜାରି କରିଥିଲେ ମଧ୍ୟ ଦାୟିତ୍ୱ ରେ ଥିବା ଅଧିକାରୀ ନିୟମକୁ ଅଣଦେଖା କରୁଛନ୍ତି । ଏସଓପି ଅନୁସାରେ ୧୦ ଜଣରୁ ଅଧକ ଲୋକ ଏକାଠି ମେଳି ହେଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିପାରେ ।ତେବେ ଏଠାରେ ଗାଁ ଗାଁରେ ହେଉଥିବା ପଲ୍ଲିସଭା ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଶତାଧିକ ଲୋକଙ୍କ ଭିଡ ଜମୁଥିଲେ ମଧ୍ୟ କୈଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି କୋଭିଡ ନୋଡାଲ ଅଫିସର ।

କୋଭିଡ ଦାୟିତ୍ୱ ରେ ଥିବା ଅଧିକାରୀ ସଠିକ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁନଥିବାରୁ ତେଲକୋଇ ବ୍ଲକରେ ଦିନକୁ ଦିନ କରୋନାର ଲୋକାଲ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଏନେଇ ସୋମବାର ତେଲକୋଇ ପ୍ରେସକ୍ଲବ ପକ୍ଷରୁ ସଂପୃକ୍ତ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତେଲକୋଇ ଥାନାରେ ମାମଲା ଦାୟର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.