ଅଧିକାରୀଙ୍କ ଦାଦାଗିରି: ପ୍ରବାସୀ ଶ୍ରମିକଙ୍କୁ ଗୋଇଠା ମାରିଲେ, ଭିଡିଓ ଭାଇରାଲ

Published By : Prameya-News7 Bureau | May 12, 2020 IST

ଲକ୍ଷ୍ନୌ, ୧୨|୦୫ :  ଲକଡାଉନ୍ ପାଇଁ ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । ସେମାନେ ଭୋକ ଉପାସରେ ମଧ୍ୟ ରହୁଥିବାର ଅନେକ ନଜିର ସାମ୍ନାକୁ ଆସିଛି । ଏହା ମଧ୍ୟରେ ଉତ୍ତର ପ୍ରଦେଶର ପ୍ରତାପଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ସରକାରୀ ଅଧିକାରୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସମାଜବାଦୀ ପାର୍ଟି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ସୂଚନାନୁସାରେ, ଶନିବାର ମୁମ୍ବାଇରୁ ଶ୍ରମିକମାନେ ସ୍ପେଶାଲ ଟ୍ରେନରେ ପ୍ରତାପଗଡ ଜଙ୍କସନ୍ ପହଁଚିଥିଲେ । ଏଠାରେ ଶ୍ରମିକଙ୍କ ସ୍କ୍ରିନିଂ କରାଯାଇଥିଲା । ଏହାପରେ ହିଁ ସେମାନଙ୍କୁ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅନୁମତି ମିଳୁଥିଲା । ଶ୍ରମିକମାନେ ବସରେ ଚଢୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ମୁଖ୍ୟ ରାଜସ୍ୱ ଅଧିକାରୀ ରାମ ଯାଦବ ଶ୍ରମିକଙ୍କ ଉପରେ ହଠାତ ରାଗିଯାଇଥିଲେ । ଏପରିକି ଜଣେ ଶ୍ରମିକଙ୍କୁ ଗୋଇଠା ମଧ୍ୟ ମାରିଥିଲେ । ବିନା କୌଣସି କାରଣରେ ସେ ଏପରି କରିଥିବା ଅବିଯୋଗ ହେଉଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

wp:core-embed/twitter {"url":"https://twitter.com/samajwadiparty/status/1260030617397288963?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260030617397288963\u0026ref_url=https%3A%2F%2Fwww.amarujala.com%2Futtar-pradesh%2Fallahabad%2Fchief-revenue-officer-misbehave-with-worker-in-pratapgarh-video-viral-on-social-media","type":"rich","providerNameSlug":"twitter","className":""}
https://twitter.com/samajwadiparty/status/1260030617397288963?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260030617397288963&ref_url=https%3A%2F%2Fwww.amarujala.com%2Futtar-pradesh%2Fallahabad%2Fchief-revenue-officer-misbehave-with-worker-in-pratapgarh-video-viral-on-social-media
/wp:core-embed/twitter

ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପଳ ଡ. ରୂପେଶ କୁମାର ସଫେଇ ଦେଇଛନ୍ତି । ଅଧିକାରୀ କେବଳ ଚେତାବନୀ ଦେଇଥିୂବା ସେ କହିଛନ୍ତି । ତେବେ ସମାଜବାଦୀ ପାର୍ଟି ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ଏପରିକି ଦଳ ସରକାରଙ୍କୁ ଏହି ମାମଲାରେ ସମାଲୋଚନା ମଧ୍ୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.