ପଲିଥିନ ତଳେ ଚାଲିଛି ସରକାରୀ କାର୍ଯ୍ୟାଳୟ: କର୍ମଚାରୀଙ୍କ ଦେହରେ ରେନ୍ କୋଟ, ମୁଣ୍ଡରେ ହେଲମେଟ୍…

Published By : Prameya-News7 Bureau | September 07, 2019 IST

ଜୟପୁର(ପଦ୍ମନାଭ ହୋତା)୭|୯: ପଲିଥିନ ତଳେ ସରକାରୀ କାର୍ଯ୍ୟାଳୟ।ଆଉ କର୍ମଚାରୀଙ୍କ ଦେହରେ ରେନ୍ କୋଟ ,ମୁଣ୍ଡରେ ହେଲମେଟ୍।କେହି କେହି ଛତା ଧରି ଵି ଅଫିସରେ କାମ କରୁଛନ୍ତି।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ଵି ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଜୟପୁରସ୍ଥିତ ସାଉଥକୋର ଡିଭିଜନାଲ୍ କାର୍ଯ୍ୟାଳୟରୁ। ନ୍ୟୁଜ୭ର Exclusive report.

{"id":154349}

ଅଫିସ ସାରା ମାଳ ମାଳ ପଲିଥିନ। ଫାଇଲଠାରୁ ଆରମ୍ଭ କରି କମ୍ପ୍ୟୁଟର ସବୁ କିଛି ପଲିଥିନ ତଳେ।ଇଏ ହେଉଛି ଅଫିସର ଦୃଶ୍ୟ।ଆଉ ଏବେ ଦେଖନ୍ତୁ କର୍ମଚାରୀଙ୍କ ଅବସ୍ଥା।କିଏ ଛତା ଧରି ଫାଇଲ କାମ କରୁଛି ତ ଆଉ କିଏ ଦେହରେ ରେନ କୋଟ ସହ ମୁଣ୍ଡରେ ହେଲମେଟ୍ ପିନ୍ଧି କାମ କରୁଛନ୍ତି।

{"id":154350}

କାରଣ ଅଫିସ ଛାତରୁ ପାଣି ଗଳିଵା ସହ ଛାତରୁ କଂକ୍ରିଟ ଖୋଳପା ବି ଖସୁଛି।ଆଉ ମୁଣ୍ଡ ଉପରେ ପଡିଗଲେ ଜୀବନ ଚାଲିଯିବାର ଭୟ।ଏ ଵିକଳ ଚିତ୍ର ହେଉଛି ଜୟପୁରସ୍ଥିତ ସାଉଥକୋ ଡିଭିଜନାଲ୍ କାର୍ଯ୍ୟାଳୟର।ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଏହି କାର୍ଯ୍ୟାଳୟର କର୍ମଚାରୀମାନେ।

{"id":154351}

ଗୁରୁତ୍ବ ପୁର୍ଣ୍ଣ ଫାଇଲ ନଷ୍ଟ ହେଵାର ଆଶଙ୍କା ଥିଵାରୁ କର୍ମଚାରୀମାନେ ଏସବୁ ପଲିଥିନରେ ଘୋଡାଇ ରଖିଛନ୍ତି ଆଉ କମ୍ପ୍ୟୁଟର ଷ୍ଟାର୍ଟ କଲେ ପୋଡିଯିବା ଆଶଂକା କରି ମାନ୍ୟୁଆଲ କାମ କରୁଥିବା କହିଛନ୍ତି।

{"id":154352}

ଜୟପୁରସ୍ଥିତ ସାଉଥକୋ କାର୍ଯ୍ୟାଳୟ ୧୯୬୪ ମସିହାରେ ନିର୍ମାଣ କରାଯାଇଥିଲା।କୋଠାଟି ବହୁ ପୁରୁଣା ହୋଇଥିବା ଵେଳେ ଆବଶ୍ୟକ ମରାମତି ଅଭାବରୁ ଏପରିକି ଦୟନୀୟ ଅଵସ୍ଥାରେ ରହିଛି।ଆଉ ଜୀଵନକୁ ଵାଜି ଲଗାଇ ଏଠାରେ ଏଵେ ୧୮ ଜଣ କର୍ମଚାରୀ ଏଠାରେ କାମ କରୁଛନ୍ତି।

{"id":154353}

ଗତ ୮ ବର୍ଷ ହେଵ ଛାତରୁ ପାଣି ଗଳୁଥିବା ବେଳେ ଏହି ବର୍ଷ ସ୍ଥିତି ପୁରା ସଂଗୀନ।ଏହି ବର୍ଷ ଛାତରୁ ପାଣି ଗଳିଵା ସହ କଂକ୍ରିଟ ଖଣ୍ଡ ଖସୁଛି।ଆଉ ଚଟାଣ ସାରା ପାଣି ହିଁ ପାଣି।ତେବେ ମରାମତି ପାଇଁ ଏକ ଏଷ୍ଟିମଟ ପୂର୍ଵରୁ ଉଚ୍ଚ କତ୍ତୃପକ୍ଷଙ୍କ ପାଖକୁ ପଠା ଯାଇଥିଲା।ହେଲେ ବୈଷୟିକ କାରଣରୁ ଏହା ନାକଚ ହୋଇ ଯାଈଛି।ତେଣୁ ସାନି ଏଷ୍ଟିମେଟ ପଠାଯାଇଛି ଓ ଖୁଵ୍ ଶୀଘ୍ର କୋଠାର ମରାମତି କରାଯିଵ ଵୋଲି କହିଛନ୍ତି ଏଠାକାର ନିର୍ବାହୀ ଯନ୍ତ୍ରୀ।

{"id":154354}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.