ପାକିସ୍ତାନକୁ ଶକ୍ତ ଝଟକା: ବିନା ଯାତ୍ରୀରେ ୮୨ଥର ବିମାନ ଉଡ଼ାଣ ଭରିବା ଯୋଗୁଁ ପାକ୍ ସରକାରକୁ କ୍ଷତି ସହିବାକୁ ପଡ଼ିଛି ଏତିକି କୋଟି ଟଙ୍କା…

Published By : Prameya-News7 Bureau | September 22, 2019 IST

ଇସ୍ଲାମାବାଦ୨୨|୯: ବର୍ତ୍ତମାନ ସ୍ଥିତିରେ ପାକିସ୍ତାନର ଆର୍ଥିକ ଅବସ୍ଥା ପୂରା ମାନ୍ଦା ଚାଲିଛି। ହଜାର ହଜାର କୋଟି ଟଙ୍କା ଋଣ ଭାରରେ ପାକିସ୍ତାନ ସଢ଼ୁଛି। ପାକିସ୍ତାନର ଏପରି ସଙ୍କଟ ସମୟରେ ପାକ୍ ଇଣ୍ଟରନେସନାଲ ଏୟାରଲାଇନ୍ସ(ପିଆଇଏ) ନିଜ ଦେଶ ଉପରେ ୧୮ କୋଟି ଟଙ୍କାର ଋଣ ଭାର ଲଦି ଦେଇଛି।

ପାକିସ୍ତାନର ଅଡିଟ୍‌ ରିପୋର୍ଟ ଅନୁସାରେ, ପାକ୍ ଏୟାରଲାଇନ୍ସ  ବିନା ଯାତ୍ରୀରେ ବାରମ୍ବାର ଉଡ଼ାଣ ଭରି ଯୋଗୁଁ ବୋଝ ଉପରେ ଲଳିତା ବିଡ଼ା ସଦୃଢ଼ ପାକିସ୍ତାନକୁ ଆଉ ୧୮ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ପାକ୍‌ ଗଣମାଧ୍ୟମର ସୂଚନା ଅନୁସାରେ ବିନା ଯାତ୍ରୀରେ ପାକ୍ ସରକାର ବିମାନ ୮୨ ଥର ଉଡ଼ାଣ ଭରିଛି।

୨୦୧୬-୨୦୧୭ ମସିହା ମଧ୍ୟରେ ପାକ୍‌ ସରକାରୀ ବିମାନ ବିନା ଯାତ୍ରୀରେ ଇସ୍ଲାମାବାଦ ଏୟାରପୋର୍ଟରୁ ୪୬ଥର ଉଡ଼ାଣ ଭରିଥିଲା। ଏହାପରେ ବିନା ଯାତ୍ରୀରେ ପୁଣି ଇସ୍ଲାମାବାଦ ଏୟାରପୋର୍ଟକୁ ବିମାନ ଫେରି ଆସିଥିଲା। ଏହା ବ୍ୟତୀତ ହଜ୍ ଓ ଉମ୍ରେ ଲାଗି ପାକ୍‌ ସରକାରୀ ବିମାନ ୩୬ ଥର ଉଡ଼ାଣ ଭରିଥିଲା। ଏହି ଉଡ଼ାଣ ସମୟରେ ବିମାନରେ ମଧ୍ୟ ଯାତ୍ରୀ ନଥିଲେ। ୨୦୧୮ ମସିହାରେ ଏ ସଂପର୍କରେ ପାକ୍ ପ୍ରଶାସନ ଜାଣିବା ପରେ ବି ଯାଞ୍ଚ କରିନଥିଲା।

ପାକ୍‌ ସରକାରୀ ଦସ୍ତାବିଜ ଅନୁସାରେ ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁ ପାକ୍‌ ସରକାରକୁ ୧୮ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ବିନା ଯାତ୍ରୀରେ ୮୨ ଥର ଉଡ଼ାଣ ଭରିବା ଯୋଗୁଁ ପାକ୍ ସରକାରକୁ ଶକ୍ତ ଝଟକା ଲାଗିଛି। ପାକିସ୍ତାନ ମୁଣ୍ଡରେ ଚେତା ପଶିବା ପରେ ଦ୍ରୁତଗତିରେ ଏବେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.