ଡାକ୍ତରୀ-ଇଞ୍ଜିନିୟରିଂ କଲେଜରେ ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ: ପଦ୍ଧତି ତିଆରି ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି
7/01/2021 at 5:27 PM

ଭୁବନେଶ୍ବର୭/୧: ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମ ମିଳିବ ସଂରକ୍ଷଣ। ଏ ନେଇ ଗତ ଡିସେମ୍ବର ୨୮ ତାରିଖରେ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ରାଜ୍ୟ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏ.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି।
ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ପୂର୍ବତନ ମୁଖ୍ୟ ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ‘ଡିଏମ୍ଇଟି’ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଅଧ୍ୟକ୍ଷ ବି. ଏସ୍. ପୁନିଆ, ଆଇଏଏସ୍, ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଜି. ରେଘୁ, ଆଇଏଏସ୍ ଏବଂ ଆବାହକ ସଦସ୍ୟ ହେଲେ ‘ଏସ୍ଡି ଆଣ୍ଡ୍ ଟିଇ ଡିପାର୍ଟମେଣ୍ଟ୍’ର ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଡକ୍ଟର ଏ. କେ. ନାୟକ, ଓଏଏସ୍।