IDBI ବ୍ୟାଙ୍କର ଅଂଶଧନ ବିକିବେ ସରକାର, ସିପିଙ୍ଗ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ବିକ୍ରି ପାଇଁ ପ୍ରସ୍ତୁତି

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪/୦୬ : କେନ୍ଦ୍ର ସରକାର ଆଇଡିବିଆଇ ( IDBI ) ବ୍ୟାଙ୍କରେ ନିଜର ସମ୍ପୂର୍ଣ ପୁଞ୍ଜି ବୀନିର୍ବେଶ ବିକ୍ରି କରିବାକୁ ଚାହୁଁଛନ୍ତି | ଏଥିପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି | CNBC- ସୂତ୍ର ଅନୁଯାୟୀ, ପୁଞ୍ଜି ବୀନିର୍ବେଶ ବିକ୍ରିକୁ ନେଇ ଡ୍ରାଫ୍ଟ ନୋଟ ପ୍ରସ୍ତୁତ କରାଯାଇଛି ଏବଂ ଖୁବ ଶୀଘ୍ର କ୍ୟାବିନେଟର ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି | ଚଳିତ ବ୍ୟବସାୟିକ ବର୍ଷରେ ସରକାରୀ ପୁଞ୍ଜି ବିକ୍ରି କରିବାକୁ ଯୋଜନା ରହିଛି | IDBI Bank ରେ ସରକାରଙ୍କ 46.୫ ପ୍ରତିଶତ ଅଂଶଧନ ରହିଛି | ଆଇଡିବିଆଇ ଏକ ସରକାରୀ ବ୍ୟାଙ୍କ | ଏହି ବ୍ୟାଙ୍କ ୧୯୬୪ ମସିହାରେ ଦେଶରେ ତିଆରି ହୋଇଥିଲା | ଏଲଆଇସି ଆଇଡିବିଆଇ ବ୍ୟାଙ୍କରେ ୨୧ ହଜାର କୋଟି ଟଙ୍କା ପୁଞ୍ଜି ବୀନିର୍ବେଶ କରି ୫୧ ପ୍ରତିଶତ ଅଂଶଧନ କିଣିଛି | ଏହାପରେ ଏଲଆଇସି ଓ ସରକାର ମିଶି ୯୩୦୦ କୋଟି ଟଙ୍କା ଆଇଡିବିଆଇ ବ୍ୟାଙ୍କକୁ ଦେଇଥିଲେ | ଏଥିରେ ଏଲଆଇସିର ଅଂଶଧନ ୪ ହଜାର ୭୪୩ କୋଟି ଟଙ୍କା ଥିଲା |

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ଫେବୃଆରୀରେ ବଜେଟ ଭାଷଣରେ ଆଇଡିବିଆଇ ବ୍ୟାଙ୍କ ଓ ଏଲଆଇସିର ପୁଣି ବୀନିର୍ବେଶ ବିକ୍ରି କରିବାକୁ ଘୋଷଣା କରିଥିଲେ | ଉଭୟର ଅଂଶଧନ ବିକ୍ରିକରି ୯୦ ହଜାର କୋଟି ଟଙ୍କା ଯୋଗାଡ କରିବାର ଲକ୍ଷ୍ୟ ରହିଛି |

ସରକାର ଏସସିଆଇ (Shipping Corporation of India) ରେ ମଧ୍ୟ ନିଜର ପୁରା ଅଂଶଧନ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି | ଯଦି ପରିସ୍ଥିତି ଠିକ ରହେ ତାହେଲେ ଆସନ୍ତା ତ୍ରୟମାସିକରେ ନିଲାମୀ ହେବ | ସୂତ୍ର ଅନୁସାରେ ସରକାର ନିଜର ୬୩.୭୫ ପ୍ରତିଶତ ଅଂଶ ବିକ୍ରି କରିବାକୁ ଚାହୁଁଛନ୍ତି | ଆର୍ଥିକ ପରିସ୍ଥିତି ଠିକ ରହିଲେ ଆଗାମୀ ୩ ମାସ ମଧ୍ୟରେ ନିଲାମୀ ଆରମ୍ଭ ହେବ | ଅଂଶ ବିକ୍ରି ପାଇଁ ମର୍ଚେଣ୍ଟ ବ୍ୟାଙ୍କର୍ସ, ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସଙ୍କ ଠାରୁ ଭଲ ପ୍ରତିକ୍ରୟା ମିଳିଛି | ଏଥିପାଇଁ EoI ସର୍ତ୍ତଗୁଡିକୁ ଅନ୍ତିମ ରୂପ ଦିଆଯାଉଛି | EoI ( Expression of interest ) ସର୍ତ୍ତକୁ ଖୁବ ଶୀଘ୍ର IMG (Inter Ministerial Group) ରୁ ମଞ୍ଜୁରୀ ମିଳିପାରେ | ସୂଚନାଯୋଗ୍ୟ ଯେ ଲକଡାଉନ ସମୟରେ ମଧ୍ୟ ସିପିଙ୍ଗ କାରବାର ଭଲ ରହିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.