ଦେଶବାସୀଙ୍କୁ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀ ନେବେ ଫିଡ୍‌ବ୍ୟାକ୍, ୧୯୨୧ ନମ୍ବରରେ ଆପଣଙ୍କ ପାଖକୁ ଆସିବ ଫୋନ କଲ୍

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୦୪: କରୋନା ମୁକାବିଲା ନେଇ କେନ୍ଦ୍ରର ମୋଦୀ ସରକାର ଯଥା ସମ୍ଭବ ପଦକ୍ଷେପ ନେଉଛନ୍ତି। ସଂକ୍ରମଣକୁ  ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶରେ ଲକ୍‌ଡାଉନ୍‌ ଲାଗୁ କରିବା ଭଲି କଠୋର ପଦକ୍ଷେପ ନେବାକୁ ପଡିଲା। ଏହା ସହିତ ରାଜ୍ୟ ସରକାରଙ୍କ ସହିତ ସମନ୍ଵୟ ରକ୍ଷା କରି କରୋନା ମୁକାବିଲା ନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଅଧିକରୁ ଅଧିକ ସଂଖ୍ୟାରେ ନମୂନା ପଟେଷ୍ଟ ଲାଗି ଉଦ୍ୟମ ଜାରି ରହିଛି। ଏହା ମଧ୍ୟରେ ମୋଦୀ ସରକାର କରୋନା ସଙ୍କଟ ସମୟରେ ସାଧାରଣ ଜନତାଙ୍କ ଫିଡ୍‌ବ୍ୟାକ୍ ନେବା ପାଇଁ ଏକ ସର୍ଭେ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ୧୯୨୧ ନମ୍ବରରେ ଫୋନ୍ କରି ଏହି ବିଷୟରେ ଆପଣଙ୍କର ରାୟ ନେବେ। ଏହି ସର୍ଭେ ଏନଆଇସି ଦ୍ଵାରା କରାଯାଉଛି।

wp:core-embed/twitter {"url":"https://twitter.com/ANI/status/1252625842116497409?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1252625842116497409\u0026ref_url=https%3A%2F%2Fwww.navjivanindia.com%2Fnews%2Flatest-news-and-breaking-news-coronavirus-lockdown-curfew-today-live-updates-21th-april-2020","type":"rich","providerNameSlug":"twitter","className":""}
https://twitter.com/ANI/status/1252625842116497409?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1252625842116497409&ref_url=https%3A%2F%2Fwww.navjivanindia.com%2Fnews%2Flatest-news-and-breaking-news-coronavirus-lockdown-curfew-today-live-updates-21th-april-2020
/wp:core-embed/twitter

ଅନ୍ୟପଟେ ଆର୍ଥିକ ମାମଲାର କ୍ୟାବିନେଟ୍ ବୈଠକ ଅର୍ଥାତ ସିସିଇଏ କାଲି ହେବାକୁ ଯାଉଛି। ଏହା ପରେ ପ୍ରଧାନମନ୍ତ୍ରୀ ବାସଭବନରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ହେବ। ଏହାକୁ ନେଇ କଳ୍ପନା କଳ୍ପନା କରାଯାଉଛି ଯେ, ସରକାର କ୍ୟାବିନେଟ୍ ପରେ କୌଣସି ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରି ପାରନ୍ତି।

ଉଲ୍ଲେଖଯୋଗ୍ୟ ବିଶ୍ଵ ମହାମାରୀ କରୋନା ଭାଇରସ୍‌ ପ୍ରକୋପ ଦେଶରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ନୂତନ ୧୩୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ପାର କରି ୧୮୬୦୧ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୭୦୫ ଜଣ ସୁସ୍ଥ ହୋଇଛନ୍ତି। ଏ ପର୍ଯ୍ୟନ୍ତ ମୋଟ୍ ୩୨୫୨ ଜଣ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.