Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

କରୋନା ପ୍ରଭାବ: ଟ୍ରେନ ପରେ ବିମାନ ସେବା ଉପରେ ଲାଗିଲା ବ୍ରେକ, ମାର୍ଚ୍ଚ ୨୪ ମଧ୍ୟ ରାତ୍ରରୁ ଘରୋଇ ବିମାନ ସେବା ବନ୍ଦ

23/03/2020 at 5:24 PM

ନୂଆଦିଲ୍ଲୀ ୨୩।୦୩: କରୋନା ଭୂତାଣୁର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଏବେ ଘରୋଇ ବିମାନ ଉଡାଣ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ମଙ୍ଗଳବାର ରାତି ୧୨ଟାରୁ ସବୁ ଉଡାଣ ଉପରେ ରୋକ୍ ଲଗାଯାଇଛି। କିନ୍ତୁ କାର୍ଗୋ ବିମାନ ଉପରେ ପ୍ରତିବନ୍ଧକ ଲାଗୁ ହୋଇ ନାହିଁ। ଫଳରେ ଏବେ ଏୟାରଲାଇନ୍ସକୁ ମଙ୍ଗଳବାର ରାତି ୧୨ଟା ପୂର୍ବରୁ ନିଜର ଗନ୍ତବ୍ୟରେ ଅବତରଣ ପାଇଁ ଯୋଜନା କରିବାକୁ ପଡିବ।

ଉଲ୍ଲେଖନୀୟ ରେଳ  ସେବା ଉପରେ ପୂର୍ବରୁ ରୋକ୍ ଲଗାଯାଇଛି। ମହାମାରୀ କରୋନାର ପ୍ରାର୍ଦୁଭାବକୁ ଆଖି ଆଗରେ ରଖି ଦେଶର ରେଳ ଓ ବିମାନ ସେବା ଉପରେ ବ୍ରେକ୍ ଲଗାଇ ଦିଆଯାଇଛି। ମାର୍ଚ୍ଚ ୧୯ରେ ସରକାର ସମସ୍ତ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଜାରି କରି କହିଥିଲା ଯେ, ମାର୍ଚ୍ଚ ୨୨ରୁ କୌଣସି ବି ଅନ୍ତରାଷ୍ଟ୍ରୀୟ ବିମାନ ଭାରତରୁ ଉଡାଣ ଭରିବ ନାହିଁ କି ଅବତରଣ କରିବ ନାହିଁ।

ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରତି ଦିନ ପ୍ରାୟ ୬୫୦୦ ଘରୋଇ ବିମାନ ଉଡାଣ ଭରୁଥିଲା। ବର୍ଷକୁ ବିମାନରେ ୧୪୪.୧୭ ମିଲିୟନ ଯାତ୍ରୀ ଯାତ୍ରା କରନ୍ତି। ଦେଶରେ କରୋନା ଭାଇରସର ପ୍ରକୋପ ବଢୁଥିବାରୁ ଏବେ ବିମାନ ସେବା ଉପରେ ମଧ୍ୟ ରୋକ୍ ଲଗାଯାଇଛି। ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟି ୪୦୦ ଟପିଲାଣି।  ସେହି ପରି ମୃତକ ସଂଖ୍ୟା ୮ରେ ପହଞ୍ଚିଛି।

ଦୁନିଆର ଅନେକ ପ୍ରମୁଖ ବିମାନ କମ୍ପାନୀ ବିମାନ ସଂଖ୍ୟାରେ ହ୍ରାସ କରିବାକୁ ପୂର୍ବରୁ ଘୋଷଣା କରି ସାରିଛନ୍ତି। ଏଥିରେ ଡେଲ୍‌ଟା, ଆମେରିକନ ଏୟାରଲାଇନ୍ସ ମଧ୍ୟ ସାମିଲ। ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟ ନିଜର କ୍ଷମତାରେ ୯୬ ପ୍ରତିଶତ ହ୍ରାସ କରିଛି। ଏମିରେଟ୍ସ ମାର୍ଚ୍ଚ ୨୬ରୁ ନିଜର ସମସ୍ତ ସେବା ବନ୍ଦ କରିବାକୁ ଘୋଷଣା କରିଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ, ରାଜସ୍ଥାନ, ବିହାର, ପଞ୍ଜାବ, ଉତ୍ତରାଖଣ୍ଡ, ଛତିଶଗଡ, ଝାରଖଣ୍ଡ, ଜାମ୍ମୁ-କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଓଡିଶାର ୧୪ ଜିଲ୍ଲାରେ କରୋନା କାରଣରୁ ଲକଡାଉନ ଘୋଷଣା କରାଯାଇଛି। ଏହା ବ୍ୟତୀତ ଉତ୍ତର ପ୍ରଦେଶର ୧୬ ଜିଲ୍ଲାକୁ ମଧ୍ୟ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି।

   Related Posts