ଲତା ମଙ୍ଗେସ୍କରଙ୍କୁ ତାଙ୍କ ୯୦ତମ ଜୟନ୍ତୀରେ ଭାରତ ସରକାରଙ୍କ ଠାରୁ ମିଳିବ ଖାସ୍ ସମ୍ମାନ, ଜାଣନ୍ତୁ କ’ଣ

Published By : Prameya-News7 Bureau | September 06, 2019 IST

ନୂଆଦିଲ୍ଲୀ : ଶ୍ୱର କୋକିଳା ଲତା ମଙ୍ଗେସ୍କର କେବଳ ଭାରତ ନୁହେଁ ତାଙ୍କ ଗାଇବାର କଳା ଲାଗି ସମଗ୍ର ବିଶ୍ୱରେ ପରିଚିତ। ଦେଶକୁ ଗୌରବାନ୍ୱିତ କରିଥିବା କଳାକାରଙ୍କ ମଧ୍ୟରେ ଲତା ଅନ୍ୟତମ। ୨୮ ସେପ୍ଟେମ୍ବର ୨୦୧୯ରେ ଲତା ତାଙ୍କର ୯୦ ତମ ଜନ୍ମଦିବସ ପାଳନ କରିବେ। ଏହି ଅବସରରେ ଭାରତ ସରକାର ତାଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରିବେ ବୋଲି ଜଣାପଡିଛି। ଯଦି ସୂତ୍ରଙ୍କୁ ବିଶ୍ୱାସ କରାଯାଏ ତେବେ ହୁଏତ ଭାରତ ସରକାର ତାଙ୍କୁ ‘ଡଟର ଅଫ ଦି ନେସନ’ ସମ୍ମାନରେ ସମ୍ବର୍ଦ୍ଧିତ କରିବେ ।

wp:html /wp:html

ଗତ ୭ ଦଶକ ଧରି ସଙ୍ଗୀତ ଜଗତରେ ଲତାଙ୍କ ଯୋଗଦାନ ଉଲ୍ଲେଖନୀୟ। ଏଥିଲାଗି ଗୀତକାର ପ୍ରସୂନ ଯୋଶୀ ଲତାଙ୍କ ଲାଗି ଏକ ଗୀତ ରଚନା କରିଥିବା ଜଣାପଡିଛି। ଭାରତ ସରକାରଙ୍କ ନିକଟତମ ସୂତ୍ରାନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ୍ଠଶୀଳ୍ପି ଲତାଙ୍କର ଜଣେ ବଡ ପ୍ରଶଂସକ। ସେ ଦେଶର ଶ୍ୱରର ପ୍ରତିନିଧିତ୍ୱ କରନ୍ତି। ଏଣୁ ତାଙ୍କୁ ଜନ୍ମଦିନରେ ସମ୍ବର୍ଦ୍ଧିତ କରିବାର ଅର୍ଥ ଦେଶର ଝିଅକୁ ସମ୍ବର୍ଦ୍ଧନା କରିବା ସହ ସମାନ। ଏଣୁ ତାଙ୍କୁ ‘ଡଟର ଅଫ ଦି ନେସନ’ ସମ୍ମାନରେ ସମ୍ମାନିତ କରାଯିବ।

{"id":154053}

ଲତା ୪୦ ଦଶକରୁ ଫିଲ୍ମରେ ଗୀତ ଗାଇବା ଆରମ୍ଭ କରିଥିଲେ। କ୍ୟାରିୟର ଆରମ୍ଭ ଦିନମାନଙ୍କରେ ଲତା ଶଙ୍କର-ଜୟକିଶନ, ନୌସାଦ ଓ ଏସ.ଡି.ବର୍ମନଙ୍କ ଲାଗି ଅନେକ ଗୀତ ଗାଇଥିଲେ। ପ୍ରସିଦ୍ଧ ଗାୟକ କିଶୋର କୁମାର, ମୁକେଶ, ମହମ୍ମଦ ରଫି, ମନ୍ନା ଡେ ଓ ୟେସୁଦାସଙ୍କ ସହ ସେ ଗାଇଥିବା ଅନେକ ଡୁଏଟ ଆଜି ବି ଶ୍ରୋତାଙ୍କର ପ୍ରଥମ ପସନ୍ଦ ଗୀତ ହୋଇ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.