Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବଢିଲା ଭାଟ୍: ଭୁବନେଶ୍ଵରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ନୂତନ ଦର ଆଜି ମଧ୍ୟ ରାତ୍ରରୁ ଲାଗୁ

16/05/2020 at 10:07 PM

ଭୁବନେଶ୍ଵର ୧୬।୦୫: କରୋନା ଭୂତାଣୁ ସଂକ୍ରମଣର ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର କିଛି ଦିନ ପୂର୍ବେ ପେଟ୍ରୋଲ ଓ ଡିଜେଲ୍ ଉପରେ ସେସ୍ ଓ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିିଥିଲେ। ଏହା ପରେ ଦେଶର ଅନେକ ରାଜ୍ୟ ପେଟ୍ରୋଲ ଓ ଡିଜେଲ୍ ଉପରେ ଭାଟ୍ ବୃଦ୍ଧି କରିଥିଲେ। ଏହି କ୍ରମରେ ଓଡିଶା ସରକାର ଶନିବାର ରାଜ୍ୟରେ ତୈଳ ଦର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତରୁ ୩୨ ପ୍ରତିଶତ ଭାଟ୍ ବଢାଇଛନ୍ତି। ସେହି ପରି ଡିଜେଲ୍ ଉପରେ ଭାଟ୍ ବଢାଯାଇ ୨୬ ପ୍ରତିଶତରୁ ୨୮ ପ୍ରତିଶତ କରାଯାଇଛି। ନୂତନ ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ।

ରାଜ୍ୟ ସରକାରଙ୍କ ଭାଟ୍ ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ବୃଦ୍ଧି ଘଟିଛି। ଫଳରେ ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପ୍ରତି ୭୧.୬୯ ଟଙ୍କାକୁ ବୃଦ୍ଧି ଘଟିଛି। ସେହ ପରି ଡିଜେଲ୍ ଲିଟର ପ୍ରତି ୧.୦୩ ଟଙ୍କା ବୃଦ୍ଧି ଘଟିଛି। ଭୁବନେଶ୍ଵରରେ ଡିଜେଲ୍ ଲିଟର ପିଛା ୬୭.୭୩ ଟଙ୍କାରେ ପହଁଚିଛି। ଏହି ନୂତନ ଦର ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ।

କେନ୍ଦ୍ର ସରକାର କିଛି ଦିନ ପୂର୍ବେ ପେଟ୍ରୋଲ ଉପରେ ସେସ୍‌ ଓ ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା ବୃଦ୍ଧି କରିଥିକଲେ। ସେହି ପରି ଡିଜେଲ୍ ଉପରେ ୧୩ ଟଙ୍କା ବଢାଇଥିଲେ। ଏହା ଦ୍ଵାରା କେନ୍ଦ୍ର ସରକାର ଗୋଟିଏ ଲିଟର ପେଟ୍ରୋଲରୁ ଟ୍ୟାକ୍ସ ଭାବେ ୩୨.୯୮ ଟଙ୍କା ଏବଂ ଡିଜେଲ୍ ଉପରୁ ୩୧.୮୩ ଟଙ୍କା ସଂଗ୍ରହ କରୁଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ଗୋଟିଏ ଲିଟର ପେଟ୍ରୋଲରୁ ଭାଟ୍‌ ରୂପେ ୧୬.୬୦ ଟଙ୍କା ଏବଂ ଡିଜେଲ୍ ଉପରୁ ୧୪.୩୪ ଟଙ୍କା ପାଉଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ଵାରା ତୈଳ ଉପରେ ଉପକର ଓ ଉତ୍ପାଦ ଶୁଳ୍କ ବୃଦ୍ଧି କରିବା ପରେ ପୂର୍ବରୁ ଆସାମ, ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ତାମିଲନାଡୁ ଓ ଦିଲ୍ଲୀ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଭାଟ୍ ବୃଦ୍ଧି କରିଥିଲେ। ଏବେ ଓଡିଶା ସରକାର ତୈଳ ଉପରେ ଭାଟ୍ ବୃଦ୍ଧି କରିଛନ୍ତି।  

ମଧ୍ୟ ପ୍ରଦେଶର ଭୋପାଲରେ ଖୁଚୁରା ବଜାରରେ ପେଟ୍ରୋଲ ଦର ଲିଟର ପିଛା ୭୭.୫୮ ଟଙ୍କା,. ମୁମ୍ବାଇରେ ଲିଟର ପିଛା ୭୬.୩୧ ଟଙ୍କା, କୋଲକାତାରେ ୭୩.୩୦ ଟଙ୍କା, ହାଇଦ୍ରାବାଦରେ ୭୩.୯୭ ଟଙ୍କା, ବିଶାଖାପାଟଣାରେ ୭୩.୫୫ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ଲିଟର ପ୍ରତି ୭୫.୫୪ ଟଙ୍କା, ବେଙ୍ଗାଲୁରୁରରେ ୭୩.୫୫ ଟଙ୍କା, ଜୟପୁରରେ ୭୬.୭୦ ଟଙ୍କା, ପାଟନାରେ ୭୪.୨୫ ଟଙ୍କା ଏବଂ ଆସାମାର ରାଜଧାନୀ ଗୌହାଟୀରେ ପେଟ୍ରୋଲ ଲିଟର ପିଛା ୭୭.୪୬ ଟଙ୍କା ରହିଛି।

   Related Posts