Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସରକାରଙ୍କ ଦୀପାବଳି ଉପହାର: ପେଟ୍ରୋଲ ୫ ଟଙ୍କା ଓ ଡିଜେଲ୍ କମିବ ୧୦ ଟଙ୍କା

3/11/2021 at 8:15 PM

ନୂଆଦିଲ୍ଲୀ ୦୩।୧୧: ହୁ ହୁ ହୋଇ ଦେଶରେ ବଢି ଚାଲିଥିଲା ପେଟ୍ରୋଲ ଓ ଡିଜେଲ୍ ଦର। ତୈଳ ଦର ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ମଧ୍ୟ ସେହି ଅନୁସାରେ ବଢି ଚାଲିଥିଲା। ମହଙ୍ଗା ମାଡରେ ଜନତା କଲବଲ ହେଉଥିଲେ। ଫଳରେ କେନ୍ଦ୍ର ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଥିଲା। ତାର ପରିଣାମ ଉପ ନିର୍ବାଚନରେ ଦେଖିବାକୁ ମିଳିଛି। ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ମାଟି କାମୁଡିବା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି। ଆଉ ତେଲ ଦାମ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର।

ଦୀପାବଳିରେ କେନ୍ଦ୍ର ସରକାରଙ୍କ ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେବାକୁ ବଡ ପଦକ୍ଷେପ ନେଇଛନ୍ତି। ତୈଳ ଉପରୁ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ୧୦ ଟଙ୍କା ଶସ୍ତା ହେବ। ଏହି ଦର ଆସନ୍ତାକାଲିଠୁ ଲାଗୁ ହେବ। ପେଟ୍ରୋଲ ତୂଳନାରେ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ଦୁଇ ଗୁଣ ହ୍ରାସ ହେବ। ଆଗାମୀ ରବି ସିଜିନକୁ ଦେଖିଲେ କୃଷକଙ୍କ ପାଇଁ ଏହା ଆଶ୍ଵସ୍ତିକର ଖବର।

ପେଟ୍ରୋଲ ଓ ଡିଜେଲ୍ ଦାମ କମ କରିବାର ସବୁଠୁ ବଡ କାରଣ ଜନତାଙ୍କ ଆକ୍ରୋଶ। ଦେଶର ପ୍ରାୟ ସମସ୍ତ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଛି। ଏପରିକି ଅନେକ ସହରରେ ୧୧୦ ଟଙ୍କା ପାଖାପାଖି ରହିଛି ପେଟ୍ରୋଲ। ସେହି ପରି ଡିଜେଲ୍ ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଛି। ସବୁଠୁ ଅଧିକ ମହଙ୍ଗା ମାଡ ସାଧାରଣ ଜନତାଙ୍କୁ ଅକ୍ଟୋବର ମାସରେ ସହିବାକୁ ପଡିଛି। କାରଣ ଗତ ମାସରେ ପେଟ୍ରୋଲ ପାଖାପାଖି ଆଠ ଟଙ୍କା ଏବଂ ଡିଜେଲ୍ ନଅ ଟଙ୍କା ମହଙ୍ଗା ହୋଇଥିଲା।

ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ହୁ ହୁ ହୋଇ  ବଢି ଚାଲିଥିଲା। ସାଧାରଣ ଜନତାଙ୍କ ଆକ୍ରୋଶ ବଢିବାରେ ଲାଗିଥିଲା। ଶେଷରେ ପେଟ୍ରୋଲ ଓ ଡିଜେଲ୍ ଦରଦାମ ବୃଦ୍ଧି ଉପରେ ବ୍ରେକ୍ ଲାଗିଛି। ଏହା ପୂର୍ବରୁ ପେଟ୍ରୋଲ ଲଗାତାର ସାତ ଦିନ ଏବଂ ଡିଜେଲ୍ ମୂଲ୍ୟ ଲଗାତାର ୬ ଦିନ ୩୫-୩୫ ପଇସା ବଢି ଚାଲିଥିଲା। ମଙ୍ଗଳବାର ମଧ୍ୟ ତୈଳ କମ୍ପାନୀ ପେଟ୍ରୋଲ ଦାମ ୩୫ ପଇସା ବଢାଇଥିଲେ। ହେଲେ ଉପ ନିର୍ବାଚନରେ ଝଟକା ଲାଗିବା ପରେ ସରକାର ଚେତିଛନ୍ତି।

ସରକାର ବଢାଇଥିଲେ ଉତ୍ପାଦ ଶୁଳ୍କ

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ସବୁଠୁ ଅଧିକ ଉତ୍ପାଦ ଶୁଳ୍କ ଆଦାୟ କରୁଥିଲେ। ଗତ ବର୍ଷ ପେଟ୍ରୋଲ ଲିଟର ଉପରେ ଉତ୍ପାଦ ଶୁଳ୍କ ୧୯.୯୮ ଟଙ୍କାରୁ ବଢାଯାଇ ୩୨.୯ ଟଙ୍କା କରାଯାଇଥିଲା। ସେହି ପରି ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ୩୧.୮୦ ଟଙ୍କା ଆଦାୟ କରାଯାଉଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସହ ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଥିଲା। ଏହା ପରେ ବି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିନଥିଲେ। ଏହି କାରଣରୁ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଥିଲା। ଅନେକ ସହରରେ ଡିଜେଲ୍ ଶତକ ଛୁଇଁଥିଲା।

   Related Posts