ନୂଆଦିଲ୍ଲୀ ୧୯।୧୨: କ୍ରେଫ୍ଟୋ କରେନ୍ସି ବା ବିଟ୍ କଏନକୁ ନେଇ ଏବେ ସାରା ଦୁନିଆରେ ଉତ୍ସାହ ବୃଦ୍ଧି ପାଇଛି। ଫଳରେ ବିଟ୍ କଏନ୍ ଏବେ ନିବେଶର ନୂଆ ମାଧ୍ୟମ ପାଲଟିଛି। ଗତ ମାର୍ଚ୍ଚ ୨୦୨୦ରୁ ଭାରତରେ ବିଟ୍ କଏନ କାରବାରରେ ଅଭିବୃଦ୍ଧି ହୋଇଛି। ସେବେ ଠାରୁ ଏ ପର୍ଯ୍ୟନ୍ତ ବିଟ୍ କଏନ କାରବାରରେ ପ୍ରାୟ ୮୦୦ ପ୍ରତିଶତରୁ ବି ଅଧିକ ବୃଦ୍ଧି ହୋଇଥିବା ଜଣାପଡିଛି। ଏଥିରୁ କ୍ରେପ୍ଟୋ କରେନ୍ସି ନିବେଶର ମାଧ୍ୟମ ହେବ ନା ନିବେଶକଙ୍କୁ ନିବେଶ ଲାଗି ନୂଆ ବିକଳ୍ପ ସନ୍ଧାନ କରିବାକୁ ପଡିବ ଆସନ୍ତୁ ଜାଣିବା।
{"id":379656,"width":576,"height":383,"sizeSlug":"large","linkDestination":"none"}ଗତ ବୁଧବାର ବିଟ୍ କଏନ୍ ୪.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା। ଫଳରେ ବିଟ୍ କଏନ ମୂଲ୍ୟ ୨୦ହଜାର ୪୪୦ ଡଲାର (୧୫.୦୨ଲକ୍ଷ ଟଙ୍କା)ରେ ପହଞ୍ଚିଥିଲା। ଗତ ନଭେମ୍ବର ମାସରେ ବିଟ୍ କଏନ ୧୮ ହଜାର ଡଲାର ସ୍ତର ପାର କରିଥିଲା। ତେବେ ଆମକୁ ବୁଝିବାକୁ ହେବ ବିଟ୍ କଏନ୍ ବା କ୍ରେପ୍ଟୋ କରେନ୍ସି କଣ? ସାଧାରଣରେ ଏହାକୁ ଡିଜିଟାଲ କରେନ୍ସି କୁହାଯାଏ। ଏହା ସମ୍ପୂର୍ଣ୍ଣ ବୈଦୁତିକ ବ୍ୟବସ୍ଥା ଏହା ଦ୍ୱାରା ସରକାର ଅଥବା ବ୍ୟାଙ୍କ ବିନାନୁମତିରେ ମଧ୍ୟ ନେଣଦେଣ ହୋଇପାରେ। କୋଡିଂ ମାଧ୍ୟମରେ ଏପରି ମୁଦ୍ରାର ଟ୍ରାଞ୍ଜାକ୍ସନ ହୋଇଥାଏ। ତେବେ ଏହାକୁ ହ୍ୟାକ୍ କରିବା ଏତେ ସହଜ ନୁହେଁ ଏଣୁ ଏହି କାରବାରରେ ଠକେଇର ସମ୍ଭାବନା କମ୍।
{"id":379659,"sizeSlug":"large","linkDestination":"none"}ତେବେ ଭାରତରେ ଏପରି ମୁଦ୍ରାର କାରବାର ପ୍ରତିବନ୍ଧିତ ରହିଛି। ୪ ମାର୍ଚ୍ଚ ୨୦୨୦ରେ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ୨୦୧୮ ମସିହାର ଏକ ସର୍କୁଲାରକୁ ଚାଲେଞ୍ଜ କରି ରୁଜୁ ମୋକଦ୍ଦମାକୁ ଶୁଣାଣି ଲାଗି ଗ୍ରହଣ କରିଥିଲେ। ଯେଉଁଥିରେ ବ୍ୟାଙ୍କମାନଙ୍କ କ୍ରେଫ୍ଟୋ କରେନ୍ସି ସମ୍ପର୍କିତ ସେବାକୁ ପ୍ରତିବନ୍ଧିତ କରାଯାଇଥିଲା।
{"id":379660,"sizeSlug":"large","linkDestination":"none"}୬ ଏପ୍ରିଲ ୨୦୧୮ ଆରବିଆଇଙ୍କ ସର୍କୁଲାର ଅନୁସାରେ ଆଭାସୀ ମୁଦ୍ରାର କୌଣସି ପ୍ରକାର ସେବା ପ୍ରଦାନରେ ରୋକ ରହିଛି। ଯେହେତୁ କ୍ରେପ୍ଟୋ କରେନ୍ସି ଡିଜିଟାଲ ମୁଦ୍ରା ଓ ଫଣ୍ଡ ନେଣଦେଣ ଲାଗି ଏକ୍ରିପସନ ଟେକ୍ନୋଲଜିର ଉପଯୋଗ ହୁଏ ତେହେତୁ ବ୍ୟବସ୍ଥାରୁ କେନ୍ଦ୍ରୀୟ ବ୍ୟାଙ୍କ ପୃଥକ ରହି କାରବାର କରୁଛନ୍ତି। ଏଥିରେ ଗଣମାଧ୍ୟମରେ ଆସୁଥିବା ରିପୋର୍ଟ ଅନୁସାରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶରେ ଏପରି କରେନ୍ସି କାରବାର ଉପରେ ରୋକ ଲଗାଇବା ଲାଗି ଖୁବ୍ ଶୀଘ୍ର ଆଇନ ଆଣିବେ ବୋଲି ଜଣାପଡିଛି।